ବନ୍ଦେ ଉତ୍କଳ ଜନନୀ
ଚାରୁ ହାସ୍ୟମୟୀ ଚାରୁ ଭାଷ୍ୟମୟୀ
ଜନନୀ, ଜନନୀ ଜନନୀ
ପୂତ ପୟୋଧି-ବିଧୌତ ଶରୀରା
ତାଳ-ତମାଳ ସୁଶୋଭିତ ସମୀରା
ଜନନୀ, ଜନନୀ, ଜନନୀ । ୧।
ଘନ ଘନ ବନଭୂମି ରାଜିତ ଅଙ୍ଗେ
ନୀଳ ଭୂଧର ମା ଶୋଭିତ ରଙ୍ଗେ
କଳକଳ ମୂଖରିତ ଚାରୁ ବିହଙ୍ଗେ
ଜନନୀ, ଜନନୀ, ଜନନୀ । ୨ ।
କବିକୂଳ ମୌଳି ସୁନନ୍ଦନ ବନ୍ଦ୍ୟା
ଭୁବନ ବିଘୋଷିତ କୀର୍ତ୍ତି ଆନିନ୍ଦ୍ୟା
ଧନୈ ପୂଣ୍ୟେ, ଚିର ଶରଣେ,
ଜନନୀ, ଜନନୀ, ଜନନୀ । ୩ ।
ରଚନା : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର