Home Introduction Fonts about Contact Us   

ପର୍ବତମାଳା

 

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ। ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମି,  ନୀଳ ଜଳରାଶିର ଢେଉ, ପାହାଡ଼, ଝରଣା, ବନ୍ୟପ୍ରାଣୀ, ପକ୍ଷୀର କାକଳି ଦେଶବିଦେଶରୁ ଟାଣିଆଣେ ପର୍ଯ୍ୟଟକଙ୍କୁ । ସର୍ବୋପରି  ଓଡ଼ିଶା ଲୋକଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷକ । ରାଜ୍ୟରେ ଅନେକ ପର୍ବତାମାଳା ରହିଛି । ସେଥିମଧ୍ୟରୁ ଦାରିଙ୍ଗିବାଡ଼ି, ତପ୍ତପାଣି, ମହେନ୍ଦ୍ରଗିରି, କପିଳାସ, ଧଉଳି ଏବଂ ଓଳାଶୁଣି ଅନ୍ୟତମ । ବର୍ଷ ତମାମ ଏଠାରେ ଭିଡ଼ ଲାଗି ରହିଥାଏ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ସୁବିଧା କରିିଛନ୍ତି । ପର୍ଯ୍ୟଟକଙ୍କ ରହଣି ପାଇଁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ନିକଟରେ ସରକାରୀ ଓ ବେସରକାରୀଭାବେ ପୂର୍ତ୍ତ ଓ ରାଜସ୍ବ ବିଭାଗ ଡାକବଙ୍ଗଳା, ଅତିଥିଶାଳା ଓ ଧର୍ମଶାଳା ଆଦି ରହିଛି୤

ଦାରିଙ୍ଗିବାଡ଼ି

ଦାରିଙ୍ଗିବାଡ଼ି

ଓଡ଼ିଶାର ପର୍ଯ୍ୟଟନ ସ୍ଥାନ ମଧ୍ୟରେ ଦାରିଙ୍ଗିବାଡ଼ି ଅନ୍ୟତମ୤ ଏହା ସମୁଦ୍ରପତ୍ତନ ଠାରୁ ୩୦୦୦ ଫୁଟରେ ଅବସ୍ଥିତ୤ ଓଡ଼ିଶାର ଏକମାତ୍ର ସ୍ଥାନ ଯେଉଁଠି ଶୀତଋତୁରେ ବରଫ ପଡ଼େ୤ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନକୁ 'ଓଡ଼ିଶାର କାଶ୍ମୀର' ବୋଲି କୁହାଯାଏ୤ ଦାରିଙ୍ଗିବାଡ଼ି କନ୍ଧମାଳ ଜିଲାରେ ଅବସ୍ଥିତ୤  କଫି ବଗିଚା, ଧାଡ଼ିକି ଧାଡ଼ି ପାଇନ ଗଛ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷକ୤ ଦାରିଙ୍ଗିବାଡ଼ି ନିକଟରେ ରହିଛି ଅନ୍ୟତମ ଆକର୍ଷକ ଦୋଲୁରୀ ଜଳପ୍ରପାତ, ପୁଟୁଦି ଜଳପ୍ରପାତ୤ ଆହୁରି ରହିଛି ହଳଦି ଏବଂ କଳାଜିରା ବଗିଚା ଏବଂ ବେଲଘର ଅଭୟାରଣ୍ୟ୤ ଅଧିକାଂଶ ବାସିନ୍ଦା ଖ୍ରୀଷ୍ଟ ସମ୍ପ୍ରଦାୟର୤ ଏଠାରେ ପ୍ରାୟ ୨୦୦ରୁ ଅଧିକ ଗୀର୍ଜା ରହିଛି୤ ସମସ୍ତ ଦର୍ଶନୀୟ ସ୍ଥାନକୁ ଗମନାଗମନ ସୁବିଧା ରହିଛି୤ ଦାରିଙ୍ଗିବାଡ଼ି ବସଷ୍ଟାଣ୍ଡର ଅନତି ଦୂରରେ ରହିଛି ରାଜସ୍ବ ଡାକ ବଙ୍ଗଳା ଏବଂ ପୂର୍ତ୍ତ ବିଭାଗର ଡାକବଙ୍ଗଳା୤ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ସ୍ଥାନୀୟ ଖାଦ୍ୟ ‘ବରା’ର ସ୍ବାଦ ନେଇ ପାରିବେ୤

 

ତପ୍ତପାଣି

ତପ୍ତପାଣି

ଓଡ଼ିଶାର ପର୍ଯ୍ୟଟନ ସ୍ଥାନ ମଧ୍ୟରେ ତପ୍ତପାଣି ଆଉ ଏକ ଆକର୍ଷକ୤ ଏହା ସମୁଦ୍ରପତ୍ତନଠାରୁ ପ୍ରାୟ ୧,୮୦୦ ଫୁଟରେ ଅବସ୍ଥିତ୤ ଏହି ସ୍ଥାନ ଗଞ୍ଜାମ ଜିଲାରେ ଅବସ୍ଥିତ୤ ଉଷ୍ଣପ୍ରସବଣ ପାଇଁ ଏହି ସ୍ଥାନ ପ୍ରସିଦ୍ଧ୤ ପାହାଡ଼ର ମଥାନରୁ ଏହି ଜଳପ୍ରପାତ ଲମ୍ବଛି ପାଦଦେଶ ପର୍ଯ୍ୟନ୍ତ୤ ନିକଟରେ ରହିଛି କଣ୍ଡିମାତା ମନ୍ଦିର, ହରିଣ ପାର୍କ୤ ଏହି ସ୍ଥାନ ବ୍ରହ୍ମପୁର ସହର ଠାରୁ ମାତ୍ର ୫୬ କିମି.୤ ପର୍ଯ୍ୟଟକମାନେ ପାହାଡ଼ ଉପରୁ ପାଦଦେଶର ମନୋରମ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ସହିତ ଜନଜାତିମାନଙ୍କର ଜୀବନ ଶୈଳୀର ଅନୁଭୂତି ନେଇପାରିବେ୤ ଏହି ଅଞ୍ଚଳରେ କୁଟିଆ, କନ୍ଧ, ବଣ୍ଡା, ଡଙ୍ଗରିଆ ଆଦି ଆଦିମ ଜନଜାତି ବହୁ ସଂଖ୍ୟାରେ ବାସ କରୁଛନ୍ତି୤ ଏହାବାଦ ନିକଟରେ ରହିଛି ଟାମ୍ପରା ଲେକ୍‌୤ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା ରହିଛି୤ ଏହି ସ୍ଥାନର ଜଳବାୟୁ ଉତ୍ତମ ଏବଂ ପର୍ଯ୍ୟଟକମାନେ ବର୍ଷସାରା ଏଠାକୁ ଆସିପାରିବେ୤ ବିଶେଷକରି ମାର୍ଚ୍ଚରୁ ଅକ୍ଟୋବର ଅତି ଉତ୍ତମ୤

ମହେନ୍ଦ୍ରଗିରି

ମେହନ୍ଦ୍ରଗିରି

ଏହି ସ୍ଥାନ ଗଜପତି ଜିଲାରେ ଅବସ୍ଥିତ୤ ସମୁଦ୍ରପତ୍ତନଠାରୁ ଏହା ୪,୯୨୫ ଫୁଟରେ ଅବସ୍ଥିତ୤ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ୤ ଏହି ଅଞ୍ଚଳର ତିନିପାଖ ପାହାଡ଼ ଏବଂ ଘନ ଜଙ୍ଗଲରେ ପରିପୂର୍ଣ୍ଣ୤ ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷଣ କରେ୤ ଘଞ୍ଚ ଜଙ୍ଗଲରେ ମୟୂର, ଉଡ଼ନ୍ତା ଗୁଣ୍ଡୁଚିମୂଷା, ହାତୀ, ଚିତ୍ରା ହରିଣ, ଚିତାବାଘ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି୤ ପାହାଡ଼ର ମଥାନରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ମନଭରି ଉପଭୋଗ କରିହେବ୤ ପାହାଡ଼ର ପାଦଦେଶ ଦେଇ ପ୍ରବାହିତ ହୋଇଛି ମହେନ୍ଦ୍ର ତନୟା ନଦୀ୤ ଏହାର ଜଳ ଖୁବ୍ ନିର୍ମଳ୤ ମହେନ୍ଦ୍ରଗିରି ପାହାଡ଼ ଉପରେ ତିନିଟି ମନ୍ଦିରରହିଛି୤ ତନ୍ମଧ୍ୟରେ ରହିଛି ପାଣ୍ଡବଙ୍କ ମାତା କୁନ୍ତି ମନ୍ଦିର୤ ଏହି ମନ୍ଦିରର ଉଚ୍ଚତା ପ୍ରାୟ ୩୦ ଫୁଟ ହେବ୤ ଅନ୍ୟ ଦୁଇଟି ଯୁଦ୍ଧିଷ୍ଠିର ଏବଂ ଭୀମ ମନ୍ଦିର୤ ଏହାବାଦ୍ ଏଠାରେ ରହିଛି ଗୋକର୍ଣ୍ଣେଶ୍ବର ଲିଙ୍ଗ୤ ଏଠାରେ ମୁଖ୍ୟ ଉତ୍ସବ ମହାଶିବରାତ୍ରୀ୤ ଏହି ଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଶିବଙ୍କ ଦର୍ଶନ କରିବାକୁ ଆସିଥାନ୍ତି୤

 

କପିଳାସ

କପିଳାସ

ଢେଙ୍କାନାଳ ଜିଲାର କପିଳାସ ପାହାଡ଼ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଅନ୍ୟତମ ଆକର୍ଷଣ୤ ଢେଙ୍କାନାଳ ସହରଠାରୁ ମାତ୍ର ୩୦ କିମି ଦୂର୤ ଗମନାଗମନର ଉତ୍ତମ ସୁବିଧା ରହିଛି୤ ପାହାଡ଼ର ମଧ୍ୟଭାଗରେ ରହିଛି ଶିବ ମନ୍ଦିର୤ ଯାହା କପିଳାସ ମନ୍ଦିର ଭାବେ ପରିଚିତ୤ ପାହାଡ଼ ଶୀର୍ଷରେ ରହିଛି ପାର୍ବତୀଙ୍କ ଜନ୍ମସ୍ଥାନ୤ କପିଳାସ ମନ୍ଦିରକୁ ୧୩୫୨ଟି ପାହାଚ ରହିଛି୤ ମନ୍ଦିରର ପଶ୍ଚିମ ପଟରେ ପାହାଡ଼ ଉପରକୁ ଯିବାପାଇଁ ଯାନବାହନର ବ୍ୟବସ୍ଥା ମଧ୍ୟ ରହିଛି୤ ଯାହା ଘାଟ ରାସ୍ତା ନାମରେ ପରିଚିତ୤ ଏଠାରେ ଶିବରାତ୍ରୀ ଧୂମଧାମରେ ପାଳନ କରାଯାଏ୤ ଏହିଦିନ ଶିବଲିଙ୍ଗ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସିଥାନ୍ତି୤ ପ୍ରାୟ ତିନିଦିନ ଧରି ଉତ୍ସବ ପାଳନ କରାଯାଇଥାଏ୤ ପାହାଡ଼ର ପାଦଦେଶ ଦେଇ ମହାନଦୀ ପ୍ରବାହିତ୤ ପର୍ଯ୍ୟଟକଙ୍କ ପାଇଁ ଗମନାଗମନର ସୁବିଧା ରହିଛି୤ ପର୍ଯ୍ୟଟକଙ୍କ ରହଣି ପାଇଁ ନିକଟରେ ରହିଛି ପୂର୍ତ୍ତ ଡାକବଙ୍ଗଳା ଏବଂ ଅନେକ ଧର୍ମଶାଳା୤ ପର୍ଯ୍ୟଟକମାନେ କପିଳାସ ଦର୍ଶନ କରିବା ସହିତ ଅନତି ଦୂରରେ ଥିବା ମହିମା ପୀଠ ଜୋରନ୍ଦା ଗାଦି ଦର୍ଶନ କରିପାରିବେ୤    

 

ଓଳାଶୁଣି

ଓଳାଶୁଣି ମନ୍ଦିର

କଟକ -ଯାଜପୁର ସୀମାରେ ଓଳାଶୁଣି ପାହାଡ଼ ଅବସ୍ଥିତ୤ ଏଠାରେ ରହିଛି ବିଶ୍ବପ୍ରସିଦ୍ଧ ଓଳାଶୁଣି ଗୁମ୍ଫା୤ ଯାହା ସନ୍ଥ ଅରକ୍ଷିତ ଦାସଙ୍କ ସମାଧିପୀଠ ଭାବେ ପରିଚିତ୤ ପ୍ରତ୍ୟେକବର୍ଷ ମାଘ ଏକାଦଶୀରେ ଏଠାରେ ନଅଦିନ ବ୍ୟାପୀ ’ଗୁମ୍ଫାଯାତ୍ରା’ ଅନୁଷ୍ଠିତ ହୁଏ୤ ପାହାଡ଼ ନିକଟରେ ରହିଛି ସନ୍ଥ ଅରକ୍ଷିତ ଦାସଙ୍କ ଗୁମ୍ଫା୤ ଏହି ଗୁମ୍ଫାରେ ସନ୍ଥ ସିଦ୍ଧିଲାଭ କରିଥିବା କୁହାଯାଏ୤ ପାହାଡ଼ ଉପରେ ରହିଛି ମା’ ଓଳାଶୁଣିଙ୍କ ମନ୍ଦିର୤

ଧଉଳି ଗିରି

ଧଉଳିଗିରି ଖୋର୍ଦ୍ଧା ଜିଲା ଏବଂ ଭୁନେଶ୍ବର ସହରଠାରୁ ମାତ୍ର ୮ କିମି ଦୂର ଦୟାନଦୀ କୂଳରେ ଅବସ୍ଥିତ୤ ଏହା ବୌଦ୍ଧ ଧର୍ମର ଏକ ପ୍ରଧାନ ପୀଠ୤ ଧଉଳି ପାହାଡ଼ରେ ରହିଛି ଅଶୋକଙ୍କ ଅନୁଶାସନର ଶିଳାଲେଖ୤ ଏହି ସ୍ଥାନରେ କଳିଙ୍ଗ ଯୁଦ୍ଧ ହୋଇଥିବା ଐତିହାସରୁ ଜଣାପଡ଼େ୤ ଏଠାକୁ ଉଭୟ ଆକାଶପଥ ଓ ସ୍ଥଳପଥରେ ଗମନାଗମନର ଉତ୍ତମ ସୁବିଧା ରହିଛି୤ ନିକଟରେ ରହିଛି ଖଣ୍ଡଗିରି, ଶିଶୁପାଳଗଡ଼, ରାଜାରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର୤ ପର୍ଯ୍ୟଟକମାନେ ଧଉଳିଗରି ଦେଖିବା ସହିତ ଭୁବନେଶ୍ବରର ସହରରେ ଅବସ୍ଥିତ ଅନ୍ୟାନ୍ୟ କୀର୍ତ୍ତିରାଜିର ଦର୍ଶନ କରିପାରିବେ୤ ସହର ଉପକଣ୍ଠରେ ମଧ୍ୟ ଅନକ ଦର୍ଶନୀୟ ସ୍ଥାନ ରହିଛି, ଯାହା ପରିଦର୍ଶନ କରିହେବ୤ ବିଶେଷକରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବିଜ୍ଞାନ ପାର୍କ ଆଦି ମୁଖ୍ୟ ଆକର୍ଷଣ୤

ଖଣ୍ଡଗିରି ଓ ଉଦୟଗିରି

ଧଉଳିଗିରି 

ଖଣ୍ଡଗିରି

ଉଦୟଗିରି

ଗନ୍ଧମାର୍ଦ୍ଦନ

ଟେନସା

ସମୁଦ୍ରପତନଠାରୁ ୩୭୮୦ ମାଇଲ ଦୂର ଏବଂ ରାଉରକେଲା ସହରଠାରୁ ୧୧୦ କିମି ଦୂରରେ ଏହି ପର୍ବତମାଳା ରହିଛି୤ ପର୍ବତ ମଧ୍ୟସ୍ଥଳରେ ପହଞ୍ଚିଲେ ନିମ୍ନଦେଶରେ ଥିବା ଘଞ୍ଚ ଜଙ୍ଗଲର ମନୋରମ ଦୃଶ୍ୟ ଦେଖିହୁଏ୤

ସୌଜନ୍ୟ

 


Powered by expoodisha