Home Introduction Fonts about Contact Us   

ନଦୀ

 

ସୁବର୍ଣ୍ଣରେଖା
ଜଳଧାରଣ ଅଞ୍ଚଳ ୧୯,୨୭୭ ବର୍ଗ କିମି
ଓଡ଼ିଶା :୨୯୮୩
ଝାଡ଼ଖଣ୍ଡ: ୧୩,୨୨୨
ପଶ୍ଚିମବଙ୍ଗ : ୩୦୨୨
ଓଡ଼ିଶା ଜିଲାୱାରି ମୟୂରଭଞ୍ଜ : ୨୧୯୯
ବାଲେଶ୍ବର : ୭୮୪
ଶାଖା ଖରାଖାଈ
ମୋଟ ଲମ୍ବ ୪୪୬.୧୨ କି.ମି.
ଓଡ଼ିଶା ଦେଇ ୭୯ .କି.ମି.
ଜଙ୍ଗଲ ୨୦.୮୬ ହେକ୍ଟର
ବୁଢ଼ାବଳଙ୍ଗ
ଜଳଧାରଣ ଅଞ୍ଚଳ ୬,୬୯୧ ବର୍ଗ କି.ମି.
ଓଡ଼ିଶା : ୬୩୫୪, ପଶ୍ଚିମବଙ୍ଗ - ୩୩୭
ଜିଲାୱାରୀ ମୟୂରଭଞ୍ଜ - ୫୦୬୨
ବାଲେଶ୍ବର - ୧୨୯୨
ମୋଟ ଲମ୍ବ  ୨୮୯ କି.ମି.
ଶାଖା ସୁନେଇ, କାଲୋ, କଟ୍‌ରା, ସନା
ଜଙ୍ଗଲ ୧୯୦ ହେକ୍ଟର
ବୈତରଣୀ
ଜଳଧାରଣ ୧୪,୨୧୮ ବର୍ଗ କି.ମି.
ଓଡ଼ିଶା : ୧୩୪୮୨
ଝାଡ଼ଖଣ୍ଡ : ୭୩୬
   
ଓଡ଼ିଶା ଜିଲାୱାରି

ବାଲେଶ୍ବର : ୩୨
ଭଦ୍ରକ : ୨୧୯୮,
ଯାଜପୁର : ୧୦୦୬,
କେନ୍ଦ୍ରାପଡ଼ା : ୨୭୪,
ଅନୁଗୋଳ : ୩୧,
କେନ୍ଦୁଜର : ୬୮୨୪,
ମୟୂରଭଞ୍ଜ : ୨୯୨୬,
ସୁନ୍ଦରଗଡ଼ : ୧୮୧

ବ୍ରାହ୍ମଣୀ
ଜଳଧାରଣ ଅଞ୍ଚଳ ୩୯,୧୧୬ ବର୍ଗ କି.ମି.
ଓଡ଼ିଶା : ୨୨୫୧୬
ଝାଡ଼ଖଣ୍ଡ : ୧୪୭୦୦
ଛତିଶଗଡ଼ : ୯୦୦
ଓଡ଼ିଶା ଜିଲା ୱାରି ସୁନ୍ଦରଗଡ଼ - ୫୭୯୪,
ସମ୍ବଳପୁର -୧୩୭୧,
ଅନୁଗୋଳ - ୪୨୨୬,
ଢେଙ୍କାନାଳ ୩୯୫୭,
ଦେବଗଡ଼ - ୨୫୧୨,
କେନ୍ଦୁଝର - ୧୭୨୩,
ଯାଜପୁର - ୧୮୨୫,
କେନ୍ଦ୍ରାପଡ଼ା - ୧୧୦୭
ଜଙ୍ଗଲ ୫୬୦୬ ହେକ୍ଟର
ମହାନଦୀ
ଜଳଧାରଣ ଅଞ୍ଚଳ ୧,୪୧,୧୩୪ ବର୍ଗ କି.ମି.
ଓଡ଼ିଶା : ୬୫୬୨୮
ଝାଡ଼ଖଣ୍ଡ : ୧୩୨
ଛତିଶଗଡ଼ : ୭୫୧୩୬
ମହାରାଷ୍ଟ୍ର : ୨୩୮
ଶାଖା ଇବ୍, ଜୀରା, ଓନଗ, ତେଲ, ବୃତ୍ତଙ୍ଗ, ମନଯୋର, କରାଣ୍ଡିଯୋର, ହରିହରଯୋର, ସୁରୁବାଲିଯୋର
ଜଙ୍ଗଲ ୨୩୦୨ ହେକ୍ଟର
ଋଷିକୁଲ୍ୟା
ଜଳଧାରଣ ଅଞ୍ଚଳ

୮,୯୬୩ ବର୍ଗ କି.ମି.
ଗଞ୍ଜାମ : ୭୩୬୬,
ଖୋର୍ଦ୍ଧା : ୫୬
ଗଜପତି : ୩୯୮
କନ୍ଧମାଳ : ୮୦୦
ନୟାଗଡ଼ : ୩୪୪

ଶାଖା ବଡ଼ନଦୀ, ଧନେଇ,ଘୋଡ଼ାହାଡ଼, ପଦ୍ମ, ବାଘୁଆ
ବଂଶଧାରା
ଜଳଧାରଣ ଅଞ୍ଚଳ ୧୧,୨୭୭ ବର୍ଗ କି.ମି.
  ଓଡ଼ିଶା : ୮୯୬୦
ଆନ୍ଧ୍ରପ୍ରଦେଶ : ୨୪୧୭
ଜିଲାୱାରୀ ଅଞ୍ଚଳ : ଗଜପତି : ୧୮୨
ରାୟଗଡ଼ା : ୩୫୯୩
କଳାହାଣ୍ଡି : ୧୮୨
କନ୍ଧମାଳ : ୧୦୬୮
ଶାଖା ବଡ଼ନଳା, ହରଭଙ୍ଗୀ, ମହେନ୍ଦ୍ରତନୟା, ସାନନଦୀ
ନାଗାବଳୀ
ଜଳଧାରଣ ଅଞ୍ଚଳ ୯.୨୭୫ ବର୍ଗ କି.ମି.
ଓଡ଼ିଶା : ୪୫୦୦
ଆନ୍ଧ୍ରପ୍ରଦେଶ : ୪୭୭୫
ଜିଲାୱାରୀ କୋରାପୁଟ : ୧୬୫୫
ରାୟଗଡ଼ା : ୨୩୫୦
କଳାହାଣ୍ଡି : ୪୯୫
ଶାଖା  ଝଞ୍ଜାବତୀ, ସାନନଦୀ, ବଡ଼ନଦୀ, ସୀତୁଗୁଡ଼ା (ଉ)
 
ଜଙ୍ଗଲ ୨୯.୭ ହେକ୍ଟର
ଇନ୍ଦ୍ରାବତୀ
ଜଳଧାରଣ ଅଞ୍ଚଳ ୪୧,୭୦୦ ବର୍ଗ କି.ମି.
ଓଡ଼ିଶା : ୭,୪୦୦
ଆନ୍ଧ୍ରପ୍ରଦେଶ : ୩୪,୩୦୦
ଜିଲାୱାରୀ ଅଞ୍ଚଳ କୋରାପୁଟ : ୨୩୧୦
ରାୟଗଡ଼ା : ୧୦୪୩
କଳାହାଣ୍ଡି : ୭୩୭
ନବରଙ୍ଗପୁର : ୩୩୧୦
 
ଶାଖା କପୁର ମୁରାନ, ତେଲେଙ୍ଗିରୀ, ଜଉରା, ତୁରୀ, ଭାସ୍କେଲ
ଜଙ୍ଗଲ ୨୪୨.୭୨ ହେକ୍ଟର

 

ଭାରତବର୍ଷକୁ ନଦୀମାତୃକା ଦେଶ ବୋଲି କୁହାଯାଏ୤ କାରଣ ଦେଶର ସମସ୍ତ ରାଜ୍ୟଦେଇ ନଦୀ ପ୍ରବାହିତ୤ ଏହି ଦେଶରେ ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ, କୃଷ୍ଣା, କାବେରୀ ପ୍ରଭୃତି ଅନେକ ନଦୀ ପ୍ରବାହିତ୤ ସେମାନଙ୍କ ମଧ୍ୟରୁ ଅଧିକାଂଶ ନଦୀ ପୂର୍ବାଭିମୁଖି୤ ଭାରତର ଭୂମିରୂପ ପଶ୍ଚିମରୁ ପୂର୍ବକୁ ଗଡ଼ାଣିଆ୤ ତେଣୁ ଅନେକ ନଦୀ ପଶ୍ଚିମରୁ ଉତ୍ପତ୍ତିଲାଭ କରି ପୂର୍ବାଭିମୁଖି ହୋଇଛନ୍ତି୤ ଓଡ଼ିଶା ଭାରତର ପୂର୍ବାଞ୍ଚଳରେ ଅବସ୍ଥିତ୤ ଏହି ରାଜ୍ୟ ଦେଇ ଛୋଟବଡ଼ ଅନେକ ନଦୀ ପ୍ରବାହିତ୤ ନଦୀଯୋଗୁଁ ଓଡ଼ିଶାର ଶସ୍ୟଶାମଳା ଭରପୂର ହେଉଥିବାରୁ ଓଡ଼ିଶାକୁ ନଦୀମାତୃକା ରାଜ୍ୟ ବୋଲି ମଧ୍ୟ କୁହାଯାଏ୤ ଏହିସବୁ ନଦୀ ବୃଷ୍ଟିପୁଷ୍ଟ୤ ମହାନଦୀ, ବ୍ରାହ୍ମଣୀ, ପ୍ରାଚୀ ଧାର୍ମିକ ସଂକେତ ବହନ କରେ୤ ଅନେକ ନଦୀକୂଳରେ ଗଢ଼ି ଉଠିଛି ପ୍ରସିଦ୍ଧ ମନ୍ଦିର୤ ଏହିସବୁ ନଦୀ ବନ୍ୟା ବିଭୀଷିକା ସୃଷ୍ଟି କରୁଥିଲେ ହେଁ ଓଡ଼ିଶାର କୃଷି ଅର୍ଥନୀତିକୁ ସୁଦୃଢ଼ କରିଥାଏ୤

 

ମହାନଦୀ

ଏହା ଓଡ଼ିଶାର ବଡ଼ନଦୀ ଏବଂ ଭାରତର ବଡ଼ନଦୀମଧ୍ୟରେ ଷଷ୍ଠ୤ ଏହାର ଉତ୍ପତ୍ତି ସ୍ଥଳ ମଧ୍ୟପ୍ରଦଶର ବସ୍ତରସ୍ଥିତ ଆମ୍ରକଣ୍ଟକ ପାହାଡ଼ରୁ୤ ମହାନଦୀର ଲମ୍ବ ପ୍ରାୟ ୮୫୭ କିଲୋମିଟର୤ ସେଥିମଧ୍ୟରୁ ୪୯୯ କିଲୋମିଟର ଓଡ଼ିଶା ଦେଇ ପ୍ରବାହିତ୤ ଏହାର ଜଳଧାରଣ କ୍ଷମତା ଆନୁମାନିକ ୯୨,୬୦୦ ନିୟୂତ୤ ମହାନଦୀ ଉପରେ ଓଡ଼ିଶାର ହୀରାକୁଦ ଡ୍ୟାମ (ନଦୀବନ୍ଧ ଯୋଜନା) ଓ ଜଳବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କରାଯାଇଛି୤

ବ୍ରାହ୍ମଣ

ଏହା ଓଡ଼ିଶାର ଦ୍ବିତୀୟ ବଡ଼ନଦୀଭାବେ ପରିଚିତ୤ ବିହାରର ଛୋଟାନାଗପୁରରୁ (ଶଂଖ ଏବଂ କୋଏଲ) ବାହାରି ଓଡ଼ିଶାର ସୁନ୍ଦରଗଡ଼ ଜିଲାର ବେଦବ୍ୟାସ ନିକଟରେ ମିଳିତ ହୋଇଛନ୍ତି୤ ଏହି ସଂଗମ ସ୍ଥଳରୁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି୤ ସୁନ୍ଦରଗଡ଼ର ଇଷ୍ଟର ଘାଟ, କେନ୍ଦୁଝର, ଢେଙ୍କାନାଳ, କଟକ ଏବଂ ଯାଜପୁର ଜିଲାଦେଇ ବଙ୍ଗୋପ ସାଗରରେ ପଡିଛି୤ ଏହାର ଲମ୍ବ ୭୯୯ କିଲାମିଟର୤

ବୈତରଣୀ

ଓଡ଼ିଶାର କେନ୍ଦୁଝର ଜିଲା ଗୋନାସିକା ପାହାଡ଼ରୁ ବୈତରଣୀର ଉତ୍ପତ୍ତି୤ ଏହାର ଲମ୍ବ ୩୬୫ କିଲୋମିଟର୤ କଟକ ଓ ବାଲେଶ୍ବର ସୀମା ଦେଇ ଏହା ପ୍ରବାହିତ୤ ଏହି ନଦୀକୂଳେର ଯାଜପୁରର ପ୍ରସିଦ୍ଧ ବିରଜା ମନ୍ଦିର ଅବସ୍ଥିତ୤ ଶାଳନ୍ଦୀ ଏହାର ପ୍ରଧାନ ଉପ ନଦୀ୤ ଏହା ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରୁ ବାହାରି ବାଲେଶ୍ବର ଜିଲାରେ ବୈତରଣୀ ସହିତ ମିଶିଛି୤ ବୁଢ଼ାନଦୀ ଏହାର ପ୍ରଧାନ ଶାଖା ନଦୀ୤ ଆଖୁଆପଦାଠାରେ ବୈତରଣୀ ଓ ବୁଢ଼ାନଦୀରେ ଆନିକଟ ନିର୍ମାଣ କରାଯାଇଛି୤ ଏହା ବଙ୍ଗୋପସାଗରରେ ପଡ଼ିଛି୤

ସୁବର୍ଣ୍ଣରେଖା

ବିହାରର ଛୋଟାନାଗପୁର ଅଞ୍ଚଳରୁ ସୁବର୍ଣ୍ଣରେଖା ନଦୀର ଉତ୍ପତ୍ତି୤ ଏହାର ଲମବର ୪୩୩ କିଲୋମିଟର୤ ଓଡ଼ିଶା ୭୦ କିଲୋମିଟର ଦେଇ ପ୍ରବାହିତ ହୋଇଛି୤ ଏହାର ଜଳଧାରଣ କ୍ଷମତା ୧୯,୫୦୦ କି.ମି. ଥିବାବେଳେ ଓଡ଼ିଶାରେ ୩,୨୦୦ କିମି.)

ବୁଢ଼ାବଳଙ୍ଗ

ଏହି ନଦୀ ଓଡ଼ିଶାର ଶିମିଳିପାଳ ପାର୍ବତମାଳାରୁ ଉତ୍ପତ୍ତି୤ ଏହାର ଲମ୍ବ ପ୍ରାୟ ୧୭୫ କିଲୋମିଟର୤ ଜଳଧାରଣା କ୍ଷମତା ୪୮୪୮ ସ୍କୋୟାର କିଲୋମିଟର ୤ ବାର୍ଷିକ ଜଳ ପ୍ରବାହ ୨୧୭୭ ନିୟୁତ୤ ସୋନ, ଗଙ୍ଗାଧର, କାଟ୍ରା ଏହାର ଶାଖା ନଦୀ୤

ରୁଷିକୂଲ୍ୟା

ଏହି ନଦୀ ଫୁଲବାଣୀ ଜିଲାର ରୁଷ୍ୟମାଳା ପର୍ବତାଞ୍ଚଳରୁ ଉତ୍ପତ୍ତି୤ ଏହାର ଲମ୍ବ ୧୬୫ କିଲୋମିଟର ଏବଂ ଜଳଧାରଣ କ୍ଷମତା ୮୯୦୦ ସ୍କୋୟାର କି.ମି.୤ ବାଘୁଆ, ଦନେଇ, ବଡ଼ନଦୀ ଏହାର ଶାଖା ନଦୀ୤ ଏହା ବଙ୍ଗୋପ ସାଗରରେ ପଡ଼ିଛି୤ ଏହି ନଦୀର କୌଣସି ତ୍ରିକୋଣଭୂମି ନାହିଁ୤

ବାହୁଡ଼ା

ଏହି ନଦୀ ଗଜପତି ଜିଲାର ରାମଗିରି ପାହାଡ଼ରୁ ଉତ୍ପତ୍ତି ହୋଇଛି୤ ଏହି ନଦୀ ଆନ୍ଧ୍ରପ୍ରଦେଶ ଦେଇ ବଙ୍ଗୋପସାଗରରେ ପଡ଼ିଛି୥ ଏହାର ଲମ୍ବ ୭୩ କିଲୋମିଟର ଏବଂ ଜଳଧାରଣ କ୍ଷମତା ୧୨୫୦ ସ୍କୋୟାର କି.ମି.୤

ବଂଶଧାରା

ଏହି ନଦୀ କଳାହାଣ୍ଡି ଜିଲାର ଲିଙ୍ଗରାଜ ପାହାଡ଼ରୁ ଉତ୍ପତ୍ତି ୤ ଏହାର ଲମ୍ବ ୨୩୦ କିଲୋମିଟର୤ ଏହା ଓଡ଼ିଶାରେ ୧୫୦ କି.ମି. ପରିବ୍ୟାପ୍ତ୤ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ ନିକଟରେ ବଙ୍ଗୋପସାଗରରେ ପଡ଼ିଛ୤ ଏହାର ଜଳଧାରଣ କ୍ଷମତା ୧୧୫୦୦ ସ୍କୋୟାର କି.ମି.

ନାଗାବଳୀ

ଏହି ନଦୀ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବିଜିପୁର ପାହାଡ଼ରୁ ଉତ୍ପତ୍ତି୤ ଏହାର ଲମ୍ବର ୨୧୦ କିଲୋମିଟର ଥିବାବେଳେ ଓଡ଼ିଶାରେ ୧୬୧ କିମି ପରିବ୍ୟାପ୍ତ୤ ଅବଶିଷ୍ଟ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ୤ ଏହାର ଜଳଧାରଣ କ୍ଷମତା ୯୪୧୦ ସ୍କୋୟାର କି.ମି.୤ ଏହା ବଙ୍ଗୋପସାଗରେ ପଡ଼ିଛି୤

ସାଳନ୍ଦୀ

ଏହି ନଦୀ ଶିମିଳିପାଳ ପର୍ବତମାଳାର କେନ୍ଦୁଝର ଜିଲା ମେଘାସନୀ ପାହାଡ଼ରୁ ଉତ୍ପତ୍ତି୤ ଏହାର ଲମ୍ବ ୧୪୪ କିଲୋମିଟର ଏବଂ ଜଳଧାରଣ କ୍ଷମତା ୧୭୯୩ ସ୍କୋୟାର କି.ମି.୤ ଏହା ମୟୂରଭଞ୍ଜ ଓ ଭଦ୍ରକ ଜିଲାଦେଇ ପ୍ରବାହିତ ହେବା ପରେ ବଙ୍ଗୋପସାଗରରେ ପଡ଼ିଛି୤

ଇନ୍ଦ୍ରାବତୀ

କୋରାପୁଟ ଜିଲାର ଜୟପୁର ମାଳ ଅଞ୍ଚଳରୁ ଏହାର ଉପତ୍ତି୤ ଏହାର ଲମ୍ବ ୫୩୦ କିଲାମିଟର ଏବଂ ଜଳଧାରଣ ଅଞ୍ଚଳ ୪୧୭୦୦ ସ୍କୋୟାର କି.ମି.୤ ଏହି ନଦୀ ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀ ସହିତ ମିଶି ବଙ୍ଗୋପ ସାଗରରେ ପଡ଼ିଛି୤ ଏହି ନଦୀର ମାଛକୁଣ୍ଡ ନିକଟରେ ଇନ୍ଦ୍ରାବତୀ ଡ୍ୟାମ (ନଦୀବନ୍ଧ ଯୋଜନା) ଓ ଜଳ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କରାଯାଇଛି୤

କୋଲାବ

କୋରାପୁଟ ଜିଲାର ଶିଙ୍କରନ ପାହାରୁ ଏହାର ଉତ୍ପତ୍ତି୤ ଏହାର ଜଳଧାରଣ ଅଞ୍ଚଳ ୨୦୪୦୦ ସ୍କୋୟାର କି.ମି.୤ ଏହି ନଦୀ କୋରାପୁଟ ଜିଲାର କିଛିଦୂର ପ୍ରବାହିତ ହୋଇ ମଧ୍ୟପ୍ରଦେଶ ସୀମାରେ ପ୍ରବେଶ କରିଛି୤ କୋରାପୁଟ ଜିଲାରେ ଏହି ନଦୀର ନାବ କୋଲାବ ଏବଂ ମଧ୍ୟପ୍ରଦେଶରେ ଏହାର ନାମ ଶବରୀ୤ ଶବରୀ ଗୋଦାବରୀ ସହିତ ମିଶିଅଛି୤ବାଗ୍ରା ପ୍ରପାତ ଏହି ନଦୀଶଯ୍ୟାରେ ଅବସ୍ଥିତ୤ କୋଲାବ ନଦୀରେ ନିର୍ମିତ ନଦୀବନ୍ଧ ଯୋଜନା ଓଡ଼ିଶାର ବିଦ୍ୟୁତ୍ ଉତ୍ପାଦନ କରାଯାଉଛି୤ ଏହା ବଙ୍ଗୋପ ସାଗରରେ ପଡ଼ିଛି୤

ମାଛକୁଣ୍ଡ

ମାଛକୁଣ୍ଡ ନଦୀ କୋରାପୁଟ ଜିଲାର ମାଳ ଅଞ୍ଚଳରୀ ବାହାରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦେଇ ପ୍ରବାହିତ ହୋଇ ଶବରୀ ନଦୀ ସହିତ ମିଶିଛି୤ ନିମ୍ନାଂଶରେ ଏହି ନଦୀର ନାମ ସିଲେରୁ୤ ଡୁଡୁମା ଜଳପ୍ରପାତ ମାଛକୁଣ୍ଡ ନଦୀଶଯ୍ୟାରେ ଅବସ୍ଥିତ୤ ଏହା ଓଡ଼ିଶାର ଉଚ୍ଚତମ ଓ ପ୍ରାଚୀନ ଜଳପ୍ରପାତ୤ ଏହାର ଉଚ୍ଚତା ୧୬୪ ମିଟର୤ ଏଥିରୁ ଉତ୍ପାଦିତ ବିଦ୍ୟୁତ୍ କିଛି ପରିମାଣରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ବିତରଣ କରାଯାଏ୤

ଦୟା

ଦୟା ନଦୀ ଭୁବେନଶ୍ବର ନିକଟ କୁଆଖାଇ ନଦୀରୁ ବାହାରି ଖୋର୍ଦ୍ଧା, ପୁରୀ ଜିଲାରେ କିଛିବାଟ ପ୍ରବାହିତ ହୋଇ ଚିଲିକାରେ ମିଶିଛି୤

କୁଆଖାଇ

କୁଆଖାଇ ନଦୀ ମହାନଦୀର ଏକ ଶାଖା୤ ଏହି ଶାଖାନଦୀ ରାଜଧାନୀ ଭୁବନେଶ୍ବର ଉପଖଣ୍ଡ ଦେଇ ପ୍ରବାହିତ ହୋଇଛି୤ ନରାଜ ନିକଟରେ ମହାନଦୀର ଶାଖା କାଠଯୋଡ଼ି ସୃଷ୍ଟି ହୋଇଛି୤

ହଂସୁଆ

ହଂସୁଆ ନଦୀ

ଦେବୀ

ଦେବୀ ନଦୀ

ଭାର୍ଗବୀ

ଭାର୍ଗବୀ

ତେଲ

ତେଲନଦୀ

ଚିତ୍ରୋତ୍ପଳା

ଚିତ୍ରୋତ୍ପଳା

 

ଇବ୍‌

ଇବ୍‌

କୁଶଭଦ୍ରା

କୁଶଭଦ୍ରା

ଲୁଣା

ଲୁଣା

ପାଇକା

ପାଇକା

କାଠଯୋଡ଼ି

କାଠଯୋଡ଼ି

ଅଙ୍ଗ

ଅଙ୍ଗ

ସାବେରୀ

ସାବରୀ

ଶଙ୍ଖ

ଶଙ୍ଖ

ସିଲେରୁ

ସିଲେରୁ

କୋଏଲ

କୋଏଲ

 

 

 

ଓଡ଼ିଶା ଦେଇ ପ୍ରବାହିତ ନଦୀଗୁଡ଼ିକୁ ୪ ଗୋଷ୍ଠୀରେ ବିଭକ୍ତ କରାଯାଇଛି

ରାଜ୍ୟ ବାହାରର ଉତ୍ପତ୍ତି ସ୍ଥଳ ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ମହାନଦୀ
ରାଜ୍ୟ ଭିତର ଉତ୍ପତ୍ତି ସ୍ଥଳ ବୁଢ଼ାବଳଙ୍ଗ, ବୈତରଣୀ, ସାଳନ୍ଦୀ ଓ ରୁଷିକୂଲ୍ୟା
ରାଜ୍ୟ ଭିତର ଉତ୍ପତ୍ତି, ପବାହିତ ଅନ୍ୟ ରାଜ୍ୟ ବଂଶଧାରା, ନାଗାବଳି, ବହୁଦୁ
ରାଜ୍ୟ ଭିତର ଉତ୍ପତ୍ତି, ବାହାର ରାଜ୍ୟର ଶାଖାନଦୀରେ ମିଶି ପ୍ରବାହିତ ମାଛକୁଣ୍ଡ, ସିଲେରୁ, କୋଲାବ ଏବଂ ଇନ୍ଦ୍ରାବତୀ

ସୌଜନ୍ୟ

  • http://www.india-wris.nrsc.gov.in/wrpinfo/index.php?title=Baitarani
  • http://www.india-wris.nrsc.gov.in/wrpinfo/index.php?title=Major_Rivers_Flowing_in_Odisha
  • http://www.newodisha.in/list-rivers-odisha/


Powered by expoodisha