Home Introduction Fonts about Contact Us   

ଖେଳ ଓ ଖେଳାଳି

 

ବାରବାଟୀ ଷ୍ଟାଡିୟମର ମୁଖ୍ୟ ପ୍ରବେଶ ପଥ

 

ମନୁଷ୍ୟ ଚିତ୍ତ ବିନୋଦନ ପାଇଁ କ୍ରୀଡ଼ାକୁ ଗୁରୁତ୍ବ ଦେଉଥିଲା। ଯାହା ଏବେ ଶାରିରୀକ ବ୍ୟାୟାମର ଏକ ଅଂଶବିଶେଷ। ଅତୀତରେ ଯେମିତି ପାଇକ କ୍ରୀଡ଼ା, ଆଖଡ଼ା ଏସବୁ ଚିତ୍ତ ବିନୋଦନ ପାଇଁ କରାଯାଉଥିଲା। ପରୋକ୍ଷରେ ଏହା ଶାରିରୀକ ବ୍ୟାୟାମକୁ ମଧ୍ୟ ବୁଝାଉଥିଲା। ମଲ୍ଲଯୁଦ୍ଧ, କୁସ୍ତି ଏଥିରେ ସାମିଲ ହେଲା। ଏବେ ବିଭିନ୍ନ ଖେଳ ଏହାର ପରିସରଭୁକ୍ତ ହୋଇଛି। କେତେକ ବିଦେଶୀ ଖେଳ ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିଛି। ମହାଭାରତ ଯୁଗରେ କୌରବ ଓ ପାଣ୍ଡବମାନେ କ୍ରୀଡ଼ା କସରତ ଦ୍ବାରା ଆମୋଦ ପ୍ରମୋଦ ଉପଭୋଗ କରୁଥିବା ମହାଭାରତରୁ ଜଣାଯାଏ। ଆମ ରାଜ୍ୟରେ ବିଭିନ୍ନ ପ୍ରକାର କ୍ରୀଡ଼ା ରହିଛି। ସେଗୁଡ଼ିକୁ ମୁଖ୍ୟତଃ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଦେଶୀୟ କ୍ରୀଡ଼ା ଓ ଅନ୍ୟଟି ବିଦେଶୀ କ୍ରୀଡ଼ା ଶ୍ରେଣୀଭୁକ୍ତ। କବାଡ଼ି, ଡୁ-ଡୁ, ଖୋ-ଖୋ, ବହୁଚୋରି, ଗୁଲିଦଣ୍ଡା, ବାଗୁଡ଼ି ଆଦି ଦେଶୀୟ କ୍ରୀଡ଼ା ଅନ୍ତର୍ଭୁକ୍ତ। ଫୁଟବଲ, କ୍ରିକେଟ, ଭଲିବଲ, ବାସ୍କେଟବଲ, ରିଙ୍ଗବଲ ଆଦି ବିଦେଶୀ କ୍ରୀଡ଼ା ଅନ୍ତର୍ଭୁକ୍ତ। ଘର ଭିତରେ ଖେଳି ହେବାଭଳି କେତକ କ୍ରୀଡ଼ା ରହିଛ। ଯେମିତି ଟେନିସ, ବ୍ୟାଡମିଣ୍ଟନ, ତାସ ଆଦି। କ୍ରୀଡ଼ାକୁ ଶାରିରୀକ ଓ ମାନସିକ ଭେଦରେ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଶାରିରୀକ କ୍ରୀଡ଼ାରେ ଶରୀର ଚାଳନା ହେଲାବେଳେ ମାନସିକ କ୍ରୀଡ଼ାରେ ବୁଦ୍ଧିର ପ୍ରୟୋଗ କରାଯାଏ୤ ଶ୍ରେଷ୍ଠ ଖେଳାଳିଙ୍କ ପାଇଁ ଦେଶ ଓ ରାଜ୍ୟରେ ବିଭିନ୍ନ କ୍ରୀଡ଼ା ପୁରସ୍କାର ରହିଛି।

 

କ୍ରିକେଟ   ହକି ଫୁଟବଲ

ଭଲିବଲ   ଚେସ୍‌ ବ୍ୟାଡମିଣ୍ଟନ 

ଅନ୍ୟାନ୍ୟ

 

ଗୁରୁତ୍ବପୂର୍ଣ୍ଣ ସଂଯୋଗ

ପୃଷ୍ଠଭୂମି

ପିଲାଟିଏ ଚାଲିବା ଶିଖିବା ପରେ ଖେଳରୁ ହିଁ ତାର ପରବର୍ତ୍ତୀଜ ଜୀବନ। ଧୂଳି, ବାଲିରୁ ଆରମ୍ଭ ହୁଏ ତାର କ୍ରୀଡ଼ା କୌଶଳର ଶିକ୍ଷା। ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ରୀଡ଼ାର ଅନ୍ୟତମ ପୃଷ୍ଠଭୂମି। ଏହିସବୁ ଅନୁଷ୍ଠାନରେ କ୍ରୀଡ଼ା ଶିକ୍ଷା ପାଇଁ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଭିନ୍ନ କୌଶଳ ମାଧ୍ୟମରେ ପିଲାଙ୍କୁ ସେମାନେ ଶିକ୍ଷା ଦେଇଥାନ୍ତି। ଏଥିପାଇଁ କ୍ରୀଡ଼ା ପ୍ରତିଯୋଗିତା କରାଯାଏ୤ ଏବେ ଏହାକୁ ପରିବର୍ଦ୍ଧିତ କରାଯାଇ ଆନ୍ତଃବିଦ୍ୟାଳୟ ଓ ଆନ୍ତଃ ମହାବିଦ୍ୟାଳୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି୤ ସେହିଭଳି କ୍ରୀଡ଼ା ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲିଛି। ସଫଳ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦିଆଯାଉଛି।

କ୍ରୀଡ଼ା ଜଗତକୁ ଓଡ଼ିଶାର ଦାନ

ଦେଶର କ୍ରୀଡ଼ା ଜଗତକୁ ରାଜ୍ୟର ଖେଳାଳିମାନେ ପରିପୃଷ୍ଠ କରିଥାନ୍ତି। ଆମ ରାଜ୍ୟରେ ଏମିତି କେତକ ଖେଳାଳି ଯାହା ଦେଶର କ୍ରୀଡ଼ା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ଦୂତୀ ଚାନ୍ଦ, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ପଦ୍ମିନୀ ଓ ଅଂଶୁମାନଙ୍କ ଭଳି ତାରକା।

ଓଡ଼ିଶା ଭିତ୍ତିଭୂମି

ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାପାଇଁ ଖେଳ ପଡ଼ିଆ, ମୁକ୍ତାକାଶ ଷ୍ଟାଡିୟମ ଏବଂ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। କଟକରେ ବାରବାଟୀ ଷ୍ଟାଡିୟମ ନିର୍ମାଣ ପରେ ଜିଲାସ୍ତରରେ ଅନେକ ଛୋଟ ଛୋଟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ସେହିପରି କଟକରେ ରହିଛି ଇନଡୋର ଷ୍ଟାଡିୟମ। ଏଠାରେ ଖଳାଳିମାନଙ୍କୁ କ୍ରୀଡ଼ା ଶିକ୍ଷା ଦିଆଯିବା ସହିତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ।

ସଫଳ ଆୟୋଜକ

  • ୨୦୧୭ରେ ଓଡ଼ିଶା  ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ସଫଳ ଆୟୋଜନ କରି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଦେଶ ବିଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି।

ଆଇ ଲିଗ୍‌

କିଛିବର୍ଷ ହଲା ଓଡ଼ିଶା ଖେଳାଳି ଆଉ ଭାରତୀୟ ଦଳରେ ସାମିଲ ହୋଇ ପାରୁ ନାହାନ୍ତ କି ପେସାଦାର ପାଲଟି ପାରୁନାହାନ୍ତି। ୨୩ ବର୍ଷ ଧରି ରାଜ୍ୟର ୧୦/୧୨ ଛାତ୍ରାବାସରେ ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି କିନ୍ତୁ ସୁଫଳ ମିଳୁନାହିଁ। ବିଶେଷ କରି ପୁରୁଷ ଫୁଟ୍‌ବଲ୍‌ରେ। ଏସବୁର ପୁନଃରୁଦ୍ଧାର ପାଇଁ ରାଜ୍ୟ ସଂଘଠାରୁ ଢେର ଗୋଟିଏ ପାଦ ଆଗକୁ ବଢ଼ିଛି କ୍ରୀଡ଼ା ବିଭାଗ। ଚଳିତ ବର୍ଷଠାରୁ ଓଡ଼ିଶା ଦେଶର ଅଗ୍ରଣୀ କ୍ଲବ୍‌ ଢାଞ୍ଚାର ପ୍ରତିଯୋଗିତାର ‘ଆଇ ଲିଗ୍‌’ରେ ଖେଳିବ ଓଡ଼ିଶା ଦଳ। ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)କୁ ପ୍ରସ୍ତାବ ଦିଆଯିବା ପରେ ଏହାକୁ ସବୁଜ ସଙ୍କେତ ମିଳିଛି। ‘ସ୍ପୋର୍ଟସ ହଷ୍ଟେଲ୍‌ ଓଡ଼ିଶା’ ନାମରେ ରାଜ୍ୟର ଖେଳାଳିମାନେ ଚଳିତ ବର୍ଷ କନିଷ୍ଠ ବର୍ଗ ୧୩, ୧୫ ଏବଂ ୧୮ ବର୍ଷରୁ କମ୍‌ ବିଭାଗରେ ଖେଳିବାକୁ ପ୍ରକି୍ରୟା ଆରମ୍ଭ ହୋଇଛି। ୨୦୧୭ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏହି ୩ ଦଳ ପାଇଁ ୩୦ ଜଣ ଲେଖାଏଁ ସମ୍ଭାବ୍ୟ ଖେଳାଳିଙ୍କୁ ପଞ୍ଜିକୃତ କରିବାକୁ କୁହାଯାଇଛି। ପରବର୍ତୀ ସମୟରେ ଫାଓ ସହିତ ମିଶି ବରିଷ୍ଠ ବର୍ଗରେ ଖେଳାଳିଙ୍କ ଅଂଶଗ୍ରହଣ କଥା ଯୋଜନା ରହିଛି। ଫଳରେ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ଭଲ ଖେଳୁଥିବା ଖେଳାଳି ଛାତ୍ରାବାସରେ ରହିପାରିବେ।

ଏ’ ଶ୍ରେଣୀ ଖେଳ ପାଇଁ ଏକାଡେମୀ ପ୍ରସ୍ତାବ

ରାଜ୍ୟର ୫ଟି ଖେଳକୁ ‘ଏ’ ଶ୍ରେଣୀୟ ମାନ୍ୟତାଭୁକ୍ତ କରାଯାଇଛି। ଏହି ୫ ଖେଳ ହେଲା-ଦୌଡ଼କୁଦ, ହକି, ଭାରୋତ୍ତୋଳନ, ତୀରନ୍ଦାଜୀ ଏବଂ ଫୁଟ୍‌ବଲ୍‌। ଏବେ ଏହି ଖେଳଗୁଡ଼ିକୁ ଉତ୍କର୍ଷ ତାଲିକାଭୁକ୍ତ କରାଯାଇ ସ୍ବତନ୍ତ୍ର ଏକାଡେମୀରେ ଖେଳାଳିଙ୍କ ରଖିବାର ବ୍ୟବସ୍ଥା ହେଉଛି। ଭାରୋତ୍ତୋଳନ ଏକାଡମୀ ଲାଗି ଗୋପାଳପୁରରେ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହୋଇ ସାରିଥିବା ବେଳେ ଦୌଡ଼କୁଦ ଏବଂ ହକି ଏକାଡେମୀ ଭୁବେନଶ୍ବରକୁ ମନୋନିତ କରାଯାଇଛି।

ଷ୍ଟାଡିୟମ

କ୍ରୀଡ଼ା କପ୍‌ ଏବଂ ଟ୍ରଫି
Hockey ଆଗା ଖାନ କପ୍‌, ବେଗମ୍‌ ରସୁଲ ଟ୍ରଫି (ମିଳା), ମହାରାଜା ରଞ୍ଜିତ ସିଂହ ଗୋଲ୍ଡକପ୍‌, ଲେଡି ରତନଟାଟା ଟ୍ରଫି (ମହିଳା), ଗୁରୁନାନକ ଚମ୍ପିଆନସିପ୍‌ (ମହିଳା), ଧ୍ୟାନଚାନ୍ଦ ଟ୍ରଫି, ନେହେରୁ ଟ୍ରଫି, ସିନ୍ଧିଆ ଗୋଲ୍‌ଡ କପ, ମୁରୁଗାପା ଗୋଲ୍ଡ କପ୍‌, ୱିଲଙ୍ଗଟନ୍‌ କପ୍‌
Football ବେଗମ ହଜରତ ମହଲ କପ୍‌, ବିଲ୍ଟ କପ୍‌, ବରଡୋଲୋଇ ଟ୍ରଫି, କଲମ୍ବୋ କପ୍‌, କନନଫେଡେରେସନ କପ୍‌, ଡିସିଏମ ଟ୍ରଫି, ଡୁରାଣ୍ଡ କପ୍‌, ରୋଭର୍ସ କପ୍‌, ବି.ସି. ରାୟ ଟ୍ରଫି (ଜାତୀୟ ଚମ୍ପିଆନସିପ୍‌), ଫିଫା ବିଶ୍ବକପ୍‌, ଜୁଲ୍‌ସ ରିମେଟ ଟ୍ରଫି, କଳିଙ୍ଗ କପ୍‌, ସନ୍ତୋଷ ଟ୍ରଫି (ଜାତୀୟ ଚମ୍ପିଆନସିପ୍‌, ଆଇଏଫଏ ସିଲ୍ଡ, ସିଜର କପ୍‌, ସୁବ୍ରୋତ ମୁଖାର୍ଜୀ କପ୍‌, ସାର୍‌ ଆଶୁତୋଷ ମୁଖାର୍ଜୀ ଟ୍ରଫି, ଟଡ୍‌ ମେମୋରିଆଲ ଟ୍ରଫି, ଭିଟାଲ ଟ୍ରଫି ଇତ୍ୟାଦି...
Cricket Anthony D' Mellow Trophy, Ashes, Asia Cup, Benson and Hedges Cup, Bose Trophy, Champions Trophy, Charminar Challenger Cup, CK Naidu Trophy, Cooch - Behar Trophy, Deodhar Trophy, Duleep Trophy, Gavaskar - Border Trophy, GD Birla Trophy, Gillette Cup, Ghulam Ahmand Trophy, Hakumat Rai Trophy, ICC World Cup, Irani Trophy, Interface Cup, Jawaharlal Nehru Cup, Lomboard World Challenge Cup, Mc Dowells Challenge Cup, Merchant Cup, Moin-ud-Dowla Cup, Nat West Trophy, Prudential Cup (World Cup), Rani Jhansi Trophy, Ranji Trophy, Rohinton Baria Trophy, Rothmans Cup, Sahara Cup, Sharjah Cup, Sheesh Mahal Trophy, Sheffield Shield, Singer Cup, Sir Frank Worrel Trophy, Texaco Cup, Titan Cup, Vijay Hazare Trophy, Vijay Merchant Trophy, Vizzy Trophy, Wisden Trophy, Wills Trophy, World Series Cup.
Table Tennis Berna Bellack Cup (men), Corbillion Cup (women), Jai Laxmi Cup (women), Rajkumari Challenge Cup (women junior), Ramanuja Trophy (men junior), Travancore Cup (women), Swathling Cup (men), etc
Badminton Aggarwal Cup, Amrit Diwan Cup, Asia Cup, Australasia Cup, Chaddha Cup, European Cup, Harilela Cup, Ibrahim Rahimatollah Challenger Cup, Konica Cup, Narang Cup, SR Ruia Cup, Sophia Cup, Kitiakara Cup, Thomas Cup, Tunku Abdulrahman Cup, Uber Cup, World Cup, Yonex Cup etc
Basketball Basalat Jha Trophy, BC Gupta Trophy, Federation Cup, SM Arjuna Trophy, Todd Memorial Trophy, William Jones Cup, Bangalore Blues Challenge Cup, Nehru Cup, Federation Cup etc.
Bridge Basalat Jha Trophy, Holkar Trophy, Ruia Gold Cup, Singhania Trophy, etc
Polo Ezra Cup, Gold Cup, King's Cup, Prithi Cup, Schneider Cup etc.
Athletics Charminar Trophy, Federation Cup etc
Air Racing Jawaharlal Challenge Trophy, King's Cup, Schneider Cup etc
Billiards Arthur Walker Trophy, Thomas Cup etc
Boxing Aspy Adjahia Trophy, Federation Cup, Val Baker Trophy etc.
Golf Canada Cup, Eisenhower Trophy, Muthiah Gold Cup, Nomura Trophy, President's Trophy, Prince of Wales Cup, Ryder Cup, Solheim Cup, Topolino Trophy, Walker Cup, World Cup etc
Chess Naidu Trophy, Khaitan Trophy, Limca Trophy, Lin Arec City Trophy, World Cup, etc
Horse Racing Beresford Cup, Blue Raiband Cup, Derby, Grand National Cup etc.
Netball Anantrao Pawar Trophy, etc
Rugby Football Bledisloe Cup, Calcutta Cup, Webb Ellis Trophy, etc
Shooting North Wales Cup, Welsh Grand Pix etc
Volleyball Centennial Cup, Federation Cup, Indira Pradhan Trophy, Shivanthi Gold Cup, etc
Yatching America Cup, etc

 


Powered by expoodisha