Home Introduction Fonts about Contact Us   

List of districts of Odisha ଓଡ଼ିଶାର ଜିଲା ତାଲିକା

 

ଅନୁଗୋଳ   ବରଗଡ଼ ଭଦ୍ରକ ବାଲେଶ୍ବର ବଲାଙ୍ଗୀର ବୌଦ୍ଧ
କଟକ ଦେବଗଡ଼ ଢେଙ୍କାନାଳ ଗଜପତି ଗଞ୍ଜାମ ଜଗତସିଂହପୁର
ଯାଜପୁର ଝାରସୁଗୁଡ଼ା କଳାହାଣ୍ଡି କନ୍ଧମାଳ କେନ୍ଦ୍ରାପଡ଼ା କେନ୍ଦୁଝର
ଖୋର୍ଦ୍ଧା କୋରାପୁଟ ମାଲକାନଗିରି ମୟୂରଭଞ୍ଜ ନୂଆପଡ଼ା ନବରଙ୍ଗପୁର
ନୟାଗଡ଼ ପୁରୀ ରାୟଗଡ଼ା ସମ୍ବଲପୁର ସୋନପୁର ସୁନ୍ଦରଗଡ଼

ଅନୁଗୋଳ ଜିଲା

ଅନୁଗୋଳ ଜିଲା ଓଡ଼ିଶା ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି୤ ଏହି ଜିଲା ୧୯୯୩ ମସିହା ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲା ସହିତ ମିଶି ରହିଥିଲା୤ ପ୍ରଶାସନିକ ସୁବିଧା ପାଇଁ ଢେଙ୍କାନାଳ ଜିଲାକୁ ବିଭକ୍ତ (ଓଡ଼ିଶା ସରକାର ବିଜ୍ଞପ୍ତି ନଂ ଡିଆରସି- ୪୪/୯୩/୧୪୨) ତାରିଖ ୨୭ ମାର୍ଚ୍ଚ ୧୯୯୩) କରାଯାଇଥିଲା୤ ପୂର୍ବପରି ଢେଙ୍କାନାଳ ଜିଲା ରହିଲା ଏବଂ ଅନୁଗାଳ ନୂତନ ଜିଲାଭାବେ ମାନ୍ୟତା ପାଇଲା୤ ଏହି ଜିଲାର ପୂର୍ବରେ କଟକ ଏବଂ ଢେଙ୍କାନାଳ ଜିଲା, ପଶ୍ଚିମରେ ସମ୍ବଲପୁର ଏବଂ ଦେବଗଡ଼, ଉତ୍ତରରେ ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲା, ଦକ୍ଷିଣରେ ଫୁଲବାଣୀ ଜିଲା ଅବସ୍ଥିତ୤ ଜିଲାର ମୋଟ ପରିସୀମା ୬୨୨୩ (ବର୍ଗ କି.ମି.)୤

ବରଗଡ଼

ରାଜ୍ୟର ପଶ୍ଚିମ ସୀମାରେ ରହିଛି ଏହି ଜିଲା୤ ଏହା ସମ୍ବଲପୁର ଜିଲାର ଏକ ସବଡିଭିଜନ ଭାବେ ରହିଥିଲା୤ ୧୯୯୩ରେ ଜିଲା ପୁନର୍ଗଠନରେ ସମ୍ବଲପୁର ଜିଲାକୁ ବିଭକ୍ତ କରାଯାଇ ବରଗଡ଼କୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା୤ ଏହି ଜିଲା ଜୀରାନଦୀର ଅବବାହିକାରେ ଅବସ୍ଥିତ୤ ସହର ଦେଇ ଯାଇଛଇ ଜାତୀୟ ରାଜପଥ ୬୤ ସହରଠାରୁ ସମ୍ବଲପୁରର ଦୂରତା ମାତ୍ର ୫୯ କିଲୋମିଟର ଏବଂ ରେଳ ଷ୍ଟେସନ ମତ୍ର ୩ କି.ମି. ଦୂରତାରେ ଅବସ୍ଥିତ୤ ଏହି ସହର ଉପକଣ୍ଠ ଦେଇ ଝାରସୁଗୁଡ଼ା-ଟିଟିଲାଗଡ଼ ରେଳପଥ ରହିଛି୤ ଏହାବାଦ ମିଟର ଗଜ ଲାଇନ ସହର ଦେଇ ସଂଯୋଗ ରହିଛି୤ ଯାହା ଡୁଙ୍ଗୁରି କ୍ବାରୀରୁ ଚୂନ ପଥର ପରିବହନ ରାଯାଉଛି୤ ହୀରାକୁଦ ମୁଖ୍ୟ କେନାଲ ମଧ୍ୟ ସହର ଦେଇ ପ୍ରବାହିତ ହେଉଛି, ଯାହା ବରଗଡ଼ କେନାଲ ଭାବେ ଜଣାଶୁଣା୤

ଭଦ୍ରକ

ରାଜ୍ୟର ଏକ ପ୍ରଶାସନିକ ଜିଲାଭାବ ଭଦ୍ରକ ମାନ୍ୟତା ପାଇଛି୤ ଭଦ୍ରକ ସହର ନାମରେ ଏହି ଜିଲାକୁ ନାମିତ କରାଯାଇଛି୤ ଯାହା ଏବେ ଜିଲା ସଦରମହକୁମା୤  ୧୯୯୩ରେ ଜିଲା ପୁନର୍ଗଠନରେ ଭଦ୍ରକକୁ ନୂତନ ଜିଲାର ମାନ୍ୟତା ମିଳିଥିଲା୤ ଏହି ଜିଲା ଇତିହାସ, କିମ୍ବଦନ୍ତୀରେ ସମୃଦ୍ଧ୤ ପ୍ରସିଦ୍ଧ ଭଦ୍ରକାଳୀ ଏହି ଜିଲାରେ ଅବସ୍ଥିତ୤ ଭଦ୍ରକାଳୀଙ୍କ ନାମରେ ଭଦ୍ରକ ନାମକରଣ କରାଯାଇଥିବା ଲୋକଶ୍ରୁତି ରହିଛି୤ ଶାଳନ୍ଦୀ ନଦୀର ଅବବାହିକାରେ ମା’ ଭଦ୍ରକାଳୀଙ୍କ ମନ୍ଦିର ଅବସ୍ଥିତ୤ ଏହି ଜିଲାର ଉତ୍ତରରେ ବାଲେଶ୍ବର ଏବଂ ଯାଜପୁର ଜିଲା, ଦକ୍ଷିଣରେ ବୈତରଣୀ ନଦୀ ବହି ଯାଇଥିବାବେଳେ ପଶ୍ଚିମରେ କେନ୍ଦୁଝର ଜିଲା ଏବଂ ପୂର୍ବରେ କେନ୍ଦ୍ରାପଡ଼ା ଜିଲା ଅବସ୍ଥିତ୤

ବାଲେଶ୍ବର

ଓଡ଼ିଶାର ପୂର୍ବ ଉପକୂଳ ଜିଲା ମଧ୍ୟରେ ବାଲେଶ୍ବର ଅନ୍ୟତମ୤ ଏହା ରାଜ୍ୟର ଉତ୍ତର ଭାଗରେ ଅବସ୍ଥିତ୤ ବାଲେଶ୍ବର ପୁରାତନ କଳିଙ୍ଗର ଏକ ଅଂଶବିଶେଷ ବୋଲି ଇତିହାସରୁ ଜଣାପଡ଼େ୤ ପରେ ଏହା ତୋଶଳ ଓ ଉତ୍କଳ ପ୍ରଦେଶ ସହିତ ମିଶ୍ରଣ ଥିଲା (ମୁକୁନ୍ଦଦେବଙ୍କ ମୃତ୍ୟୁ ପର୍ଯ୍ୟନ୍ତ)୤ ୧୮୨୮ ମସିହାରେ ତତ୍କାଳୀନ ବେଙ୍ଗଲ ପ୍ରେସିଡେନ୍ସିଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା୤ ଏହି ଜିଲାର ମୋଟ କ୍ଷେତ୍ର ପରିସର ୩୬୩୪୤ ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଲୋକସଂଖ୍ୟା ୨୩,୧୭,୪୧୯୤ ବାଲେଶ୍ବର ଜିଲାକୁ ଲାଗି ରହିଛି ପଶ୍ଚିମବଙ୍ଗଳାର ମିଦିନାପୁର ଜିଲା୤ ପୂର୍ବରେ ଭଦ୍ରକ ଜିଲା, ଦକ୍ଷିଣରେ ମୟୂରଭଞ୍ଜ ଏବଂ ପଶ୍ଚିମରେ କେନ୍ଦୁଝର ଜିଲା ଅବସ୍ଥିତ୤

ବଲାଙ୍ଗୀର

୧୯୪୯ ନଭେମ୍ବର ୧ ତାରିଖରେ ଏହି ଜିଲା ଗଠିତ ହୋଇଥିଲା୤ ବଲାଙ୍ଗୀର ସହର ନାମରେ ଏହି ଜିଲା ନାମିତ ହୋଇଛି୤ ଜିଲାର ଉତ୍ତର-ପଶ୍ଚିମରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ୤ ଏହି ଜିଲାରେ ରହିଛି ବଳରାମଗଡ଼୤ ୧୬ ଖ୍ରୀଷ୍ଟାବ୍ଦରେ ବଳରାମ ଦେଓ ଏହି ଦୁର୍ଗକୁ ନିର୍ମାଣ କରିଥିବା ଇତିହାସରୁ ଜଣାପଡ଼େ୤ ବଳରାମ ଦେଓ ବଲାଙ୍ଗୀରର ୧୯ତମ ରାଜା୤ ରାଜା ବଳରାମ ସମ୍ବଲପୁର ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ଜଣାଯାଏ୤ ଏହି ଜିଲାର ପୂର୍ବରେ ସୁବର୍ଣ୍ଣପୁର ଜିଲା, ପଶ୍ଚିମରେ ନୂଆପଡ଼ା, ଦକ୍ଷିଣରେ କଳାହାଣ୍ଡି ଜିଲା ଏବଂ ଉତ୍ତରରେ ବରଗଡ଼ ଜିଲା ଅବସ୍ଥିତ୤ ଜିଲାର ମୋଟ ପରିସୀମା ୬୫୭୫ ବର୍ଗ କିଲୋମିଟର୤

ବୌଦ୍ଧ

ବୌଦ୍ଧ ଜିଲା ‘ବଉଧ’ ନାମରେ ପରିଚିତ୤ ବୌଧ ଧର୍ମାବଲଏହି ଜିଲାର ଉତ୍ତରରେ ଅନୁଗୋଳ ଜିଲା, ଦକ୍ଷିଣରେ କନ୍ଧମାଳ ଜିଲା, ପୂର୍ବରେ ନୟାଗଡ଼ ଜିଲ ଏବଂ ପଶ୍ଚିମରେ ସମ୍ବଲପୁର ଜିଲା ଅବସ୍ଥିତ୤ ଜିଲାର ମୋଟ କ୍ଷେତ୍ରଫଳ ୩୪୪୪.୮ ବର୍ଗ କିଲୋମିଟର୤ ପ୍ରଥମେ ବୌଦ୍ଧ ଶାସକମାନଙ୍କ ଦ୍ବାରା ଏହି ଜିଲା ଶାସିତ ହୋଇଥିଲା୤ ଏହି ରାଜତ୍ବ କାଳରେ ଏଠାର ଶିକ୍ଷାର ବିସ୍ତାର ଘଟିଥିଲା୤ ପରେ ରାଜା ଯୋଗୀନ୍ଦର ଦେବ ଆଧୁନିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରିଥିଲେ୤ ପ୍ରଥମ କରି ରାଜା ଯୋଗୀନ୍ଦର ଜିଲାରେ ଇଂରାଜୀ ଶିକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ୤ ତାଙ୍କ ସମୟରେ ଜିଲାର ଶିକ୍ଷା, ସଂସ୍କୃତିରେ ଆସି ପାରିଥିଲା ନବଜାଗରଣ୤

କଟକ

ଓଡ଼ିଶାର ଜିଲା ଭିତରେ କଟକ ସବୁଠାରୁ ପୁରାତନ ଜିଲା୤ ପ୍ରାୟ ୧ ହଜାର ବର୍ଷ ତଳେ କଟକ ସ୍ଥାପନା କରାଯାଇଥିବା ଇତିହାସରୁ ଜଣାପଡ଼େ୤ କଟକ ଜିଲାର ଗୁରୁତ୍ବପୂର୍ଣ୍ଣ ସହର ଏବଂ ସଦର ମହକୁମା୤ ପ୍ରକାରନ୍ତରେ କଟକକୁ ବାଣିଜ୍ୟ ସହର ବୋଲି କୁହାଯାଏ୤ କଟକ ରାଜ୍ୟର ପ୍ରଥମ ରାଜଧାନୀ ଥିଲା୤ ଏଠାର ବାରବାଟୀ ଦୁର୍ଗ ରହିଥିବାବେଳେ ବାରବାଟୀ ଷ୍ଟାଡିୟମ ରହିଛି୤ ସହରର ଦେଇ ମହାନଦୀ ଓ ଏହାର ଶାଖା କାଠଯୋଡ଼ି ପ୍ରବାହିତ୤ ଏହି ସହର ପ୍ରଥମେ ପୌର ପ୍ରଶାସନ ଏବଂ ଅଧୁନା ମହାନଗର ନିଗମ ପ୍ରଶାସନ ଦ୍ବାରା ପରିଚାଳିତ୤ ସହରଠାରୁ ମାତ୍ର ୩୦ କିମି ଦୂରରେ ରାଜ୍ୟର ରାଜଧାନୀ ଭୁବନେଶ୍ବର ଅବସ୍ଥିତ୤

ଦେବଗଡ଼

ଦେବଗଡ଼ ଜିଲା ଦେଓଗଡ଼ ଭାବେ ଜଣାଶୁଣା୤ ୧୯୯୪ ମସିହା ଏପ୍ରିଲ ୧ ତାରିଖରେ ଏହି ଜିଲା ନୂତନଭାବେ ଗଠିତ ହୋଇଥିଲା୤ ପୂର୍ବରୁ ଏହା ସମ୍ବଲପୁର ଜିଲା ଅଧୀନରେ ଥିଲା୤ ଦେବଗଡ଼ ଜିଲାର ପୂର୍ବ ଓ ପଶ୍ଚିମକୁ ଲାଗି ରହିଛି ଅନୁଗୋଳା ଜିଲା, ଦକ୍ଷିଣରେ ସମ୍ବଲପୁର, ପଶ୍ଚିମରେ ସୁନ୍ଦରଗଡ଼ ଜିଲା ଅବସ୍ଥିତ୤ ଦେବଗଡ଼ ଜିଲାର ଏକ ସୁବର୍ଣ୍ଣ ଇତିହାସ ରହିଛି୤ ପଞ୍ଚମ ଶତାବ୍ଦୀରେ ମରହଟ୍ଟାମାନେ ଏଠାରେ ଶାସନ କରୁଥିଲେ୤ ମରହଟ୍ଟା ଶାସନ ପରେ ଏଠାର ଗଙ୍ଗ ରାଜାମାନେ ଶାସନ କରିଥିଲ୤ ଗଙ୍ଗ ରାଜତ୍ବ କାଳରେ ଦେବଗଡ଼ରେ ରାଜଧାନୀ ପ୍ରତିଷ୍ଠା କରିଥିଲେ୤ ଏହାପରେ ବ୍ରିଟିଶ ଶାସନାଧୀନ ହୋଇଥିଲା୤ ଏହି ସମୟରେ ଦେବଘର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା୤

ଢେଙ୍କାନାଳ

ରାଜ୍ୟର କେନ୍ଦ୍ରାଞ୍ଚଳରେ ଢେଙ୍କାନାଳ ଜିଲା ଅବସ୍ଥିତ୤ ଶବର ରାଜା ‘ଢେଙ୍କା’ଙ୍କ ନାମ ଅନୁସାରେ ଏହି ଜିଲାର ନାମକରଣ କରାଯାଇଥିବା ଜଣାଯାଏ୤ ଏହି ଜିଲାର ଅନ୍ୟତମ ଆକର୍ଷଣ ଜଙ୍ଗଲ ଓ ବନ୍ୟପ୍ରାଣୀ୤ ଏହି ଜିଲାଦେଇ କଟକ-ସମ୍ବଲପୁର (ଜାତୀୟ ରାଜପଥ ୫୫), କଟକ-ସମ୍ବଲପୁର ଏବଂ ବାରଙ୍ଗ-ସମ୍ବଲପୁର ରେଳପଥ ଅତିକ୍ରମ କରିଛି୤ ଏହି ଜିଲାର ଉତ୍ତରରେ କେନ୍ଦୁଝର ଜିଲା, ଦକ୍ଷିଣରେ କଟକ ଜିଲା, ପୂର୍ବରେ ଯାଜପୁର ଜିଲା ଏବଂ ପଶ୍ଚିମରେ ଅନୁଗୋଳ ଜିଲା ଅବସ୍ଥିତ୤ ଜିଲାର ମୋଟ ପରିସୀମା ୪୯୫୦ ବର୍ଗ କିଲୋମିଟର୤ ଜିଲାର ଏକ ତୃତୀୟାଂଶ ଜଙ୍ଗଲ, ପାହାଡ଼ରେ ପରିପୂର୍ଣ୍ଣ୤

ଗଜପତି

ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ, ପାରଳାଖେମୁଣ୍ଡିର ପୂର୍ବତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ନାମ ଅନୁସାରେ ଏହି ଜିଲାର ନାମକରଣ କରାଯାଇଛି୤ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାରାଜା ଶ୍ରୀ ଗଜପତିଙ୍କର ଅବଦାନ ଥିଲା ଅତୁଳନୀୟ୤ ୧୯୯୨ ମସିହାରେ ଏହି ଜିଲା ନୂତନଭାବେ ଗଠିତ ହୋଇଥିଲା୤ ଏହା ପୂର୍ବରୁ ଗଞ୍ଜାମ ଜିଲା ଅଧୀନରେ ଥିଲା ଏବଂ ପାରଳାଖେମୁଣ୍ଡି ଏକ ସବ୍‌ଡିଭିଜନ ଥିଲା୤ ବର୍ତ୍ତମାନ ପାରଳାଖେମୁଣ୍ଡି ଗଜପତି ଜିଲାର ଏକମାତ୍ର ସବ୍ଡିଭିଜନ୤ ଏହି ଜିଲାର ମୋଟ ପରିସୀମା ୩୮୫୦ ବର୍ଗ କିମି୤ ଏହି ଜିଲାର ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପୂର୍ବରେ ଗଞ୍ଜାମ, ପଶ୍ଚିମରେ ରାୟଗଡ଼ା ଏବଂ ଉତ୍ତରରେ କନ୍ଧମାଳ ଜିଲା ଅବସ୍ଥିତ୤

ଗଞ୍ଜାମ

ଓଡ଼ିଶାର ଜିଲା ମଧ୍ୟରେ ଗଞ୍ଜାମ ଜିଲା ଅନ୍ୟତମ୤ ରୁଷିକୂଲ୍ୟ ନଦୀ ତଟରେ ଥିବା ଗଞ୍ଜାମ ଦୁର୍ଗ ନାମ ଅନୁସାରେ ଏହି ଜିଲାର ନାମକରଣ କରାଯାଇଛି୤ ଏହି ଜିଲା ପୁରାତନ କଳିଙ୍ଗର ଅଂଶବିଶେଷ ଥିଲା୤ ଖ୍ରୀ.ପୂ. ୨୬୧ରେ ଅଶୋକଙ୍କ ଦ୍ବାରା ଏହା ଅଧିକୃତ ହୋଇଥିଲା୤ ପରେ ଫରାସୀମାନେ ଏଠାର ଶାସନ କରିଥିଲେ୤ ପରେ ଇଂରେଜ ଶାସକମାନେ ଏହି ଜିଲାକୁ ଅଧିକାର କରି ନେଇଥିଲେ୤ ଏହି ଜିଲା ପ୍ରଥମେ ମାଡ୍ରାସ ପ୍ରଗଣା ଅଧୀନରେ ଥିଲା୤ ସେଠାରୁ ଅଲଗା ହୋଇ ନୂତନ ଭାବେ ଗଠିତ ଓଡ଼ିଶା (୧ ଏପ୍ରିଲ, ୧୯୯୩ ମସିହା) ପ୍ରଗଣା ଅଧୀନକୁ ଆସିଲା୤

ଜଗତସିଂହପୁର

କଳା ଓ ସଂସ୍କୃତିର ଜିଲାଭାବେ ଏହି ଜିଲା ଆଦୃତ୤ ୧୯୯୩ ଏପ୍ରିଲ ୧ ତାରିଖ ଜିଲା ପୁନର୍ଗଠନରେ ଏହା ନୂତନ ଜିଲାର ମାନ୍ୟତା ପାଇଥିଲା୤ ଏହା ପୂର୍ବରୁ ଜଗତସିଂହପୁର କଟକ ଜିଲା ଅଧୀନରେ ରହିଥିଲା୤ ଏହି ଜିଲାର ପୂର୍ବରେ ବଙ୍ଗୋପସାଗର, ପଶ୍ଚିମରେ କଟକ ଜିଲା, ଉତ୍ତରରେ କେନ୍ଦ୍ରାପଡ଼ା ଜିଲା ଏବଂ ଦକ୍ଷିଣରେ ପୁରୀ ଜିଲା ଅବସ୍ଥିତ୤ ରାଜ୍ୟର ସବୁଠାରୁ ଛୋଟ ଜିଲାଭାବେ ଜଗତସିଂହପୁର ଜିଲା ପରିଗଣିତ୤ ଜିଲାର ଭୌଗୋଳିକ ପରିସୀମା ୧୭୫୯ ବର୍ଗ କିମି୤  ଏହା ଏକ କୃଷି ପ୍ରଧାନ ଜିଲା୤ ଜିଲାରେ କୃଷି ପାଇଁ କେନାଲ ସୁବିଧା ରହିଛି୤

ଯାଜପୁର

ଏହି ଜିଲାର ଏକ ସୁଦୃଢ଼ ଇତିହାସ ରହିଛି୤ ରାଜା ଯଯାତି କେଶରୀ ଯାଜପୁର ନଗର ପ୍ରତିଷ୍ଠା କରିଥିବା ଇତିହାସରୁ ଜଣାପଡ଼େ୤ ମା’ ବିରଜା ଏହି ଜିଲାର ଅଧିଷ୍ଠାତ୍ରୀ୤ ଓଡ଼ିଶା ସରକାରଙ୍କ ଜିଲା ପୁନର୍ଗଠନ (୧୯୯୩, ୧ ଏପ୍ରିଲ) ରେ ଏହି ଜିଲାକୁ ନୂତନ ଜିଲାର ମାନ୍ୟତା ମିଳିଥିଲା୤ ଏହା ପୂର୍ବରୁ ଏହି ଜିଲା କଟକ ଜିଲା ଅଧୀନରେ ରହିଥିଲା୤ ଜିଲାର ଉତ୍ତରରେ ରହିଛି କେନ୍ଦୁଝର ଏବଂ ଭଦ୍ରକ ଜିଲା୤ ଦକ୍ଷିଣରେ କଟକ ଜିଲା, ପୂର୍ବରେ ଢେଙ୍କାନାଳ ଜିଲା ଏବଂ ପଶ୍ଚିମରେ କେନ୍ଦ୍ରାପଡ଼ା ଜିଲା ଅବସ୍ଥିତ୤ ଏହି ଜିଲା କୃଷି ପ୍ରଧାନ ଏବଂ ଶିଳ୍ପ ସମୃଦ୍ଧ ଜିଲାର ମାନ୍ୟତା ପାଇଛି୤

ଝାରସୁଗୁଡ଼ା

ରାଜ୍ୟର ଶିଳ୍ପ ସମୃଦ୍ଧ ଜିଲାଭାବେ ଏହି ଜିଲାର ସୁନାମ ରହିଛି୤ ୧୯୯୪ ଜାନୁଆରୀ ୧ ତାରିଖରେ ନୂତନଭାବେ ଏହି ଜିଲା ଗଠିତ ହୋଇଥିଲା୤ ପୂର୍ବରୁ ଏହା ସମ୍ବଲପୁର ଜିଲା ଅଧୀନରେ ଥିଲା୤ ଜିଲାର ଉତ୍ତରରେ ସୁନ୍ଦରଗଡ଼ ଜିଲା, ପୂର୍ବରେ ସମ୍ବଲପୁର ଜିଲା, ଦକ୍ଷିଣରେ ବରଗଡ଼ ଜିଲା ଏବଂ ଦକ୍ଷିଣରେ ଛତିଶଗଡ଼ ରାଜ୍ୟ ଅବସ୍ଥିତ୤ ଜିଲାର ମୋଟ ପରିସୀମା ୨,୦୮୧ ବର୍ଗକିମି୤ ଜିଲାରୁ ରାଜଧାନୀ ଭୁବେନଶ୍ବରର ଦୂରତା ୩୭୨ କିମି., ସମ୍ବଲପୁରର ଦୂରତା ୪୮ କିମି, କଲକାତା ୫୧୫ କିମି ଏବଂ ନାଗପୁରର ଦୂରତା ୬୧୬ କିମି୤

କଳାହାଣ୍ଡି

‘ଗୁଡ଼ହାଣ୍ଡି ଗୁମ୍ଫା’ରୁ କଳାହାଣ୍ଡି ନାମକରଣକରାଯାଇଛି୤ କଳା ଓ ଶିଳ୍ପ ପାଇଁ କଳାହାଣ୍ଡିର ଭୂମି ଧନଧାନ୍ୟରେ ପରିପୂର୍ଣ୍ଣ୤ ଏହି ଜିଲା ପୁରାତନ ଦକ୍ଷିଣ କୋଶଳ ରାଜ୍ୟର ଅଂଶବିଶେଷ ଥିଲା୤ ପରେ ଗତପତିଙ୍କ ରାଜତ୍ବ କାଳରେ ଏହା ଉତ୍କଳ-କଳିଙ୍ଗ ସାମ୍ରାଜ୍ୟର ଏକ ଅଂଶବିଶେଷ ହୋଇ ରହିଲା୤ ଜିଲାର ଭୌଗୋଳିକ ପରିସୀମା ୭୯୨୦ ବର୍ଗ କିମି୤ ଜିଲାର ଉତ୍ତରରେ ବଲାଙ୍ଗୀର ଜିଲା ଏବଂ ନୂଆପଡ଼ା ଜିଲା, ଦକ୍ଷିଣରେ ନବରଙ୍ଗପୁର ଜିଲା, କୋରାପୁଟ ଜିଲା ଏବଂ ରାୟଗଡ଼ା ଜିଲା ଏବଂ ପୂର୍ବରେ ରାୟଗଡ଼ା, କନ୍ଧମାଳ ଏବଂ ବୌଦ୍ଧ ଜିଲା ଅବସ୍ଥିତ୤

କନ୍ଧମାଳ

ଜିଲା ପୁନର୍ଗଠନରେ ଫୁଲବାଣୀ ଜିଲାକୁ ବିଭକ୍ତ କରାଯାଇ କନ୍ଧମାଳ ଏବଂ ବୌଦ୍ଧ ଜିଲା ଗଠନ କରାଯିବା ପରେ କନ୍ଧମାଳ ରାଜସ୍ବ ଜିଲା ୧୯୯୪ ଜାନୁଆରୀ ୧ ତାରିଖରେ ଗଠିତ ହୋଇଥିଲା୤ ଗ୍ରୀଷ୍ମ ଓ ଶୀତ ଋତୁରେ ଏଠାରେ ଶୁଷ୍କତା ଅନୁଭବ କରିହୁଏ୤ ଜିଲାରେ ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ଏବଂ ସର୍ବନିମ୍ନ ୨.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି୤ ବାର୍ଷିକ ବୃଷ୍ଟିପାତ ହାରାହାରି ୧୫୩୩.୯୫ ମିମି.୤ ଜିଲାର ଭୌଗୋଳିକ ପରିସୀମା ୭୬୫୪ ବର୍ଗ କିମି.୤ ଉତ୍ତରରେ ବୌଦ୍ଧ ଜିଲା, ଦକ୍ଷିଣରେ ରାୟଗଡ଼ା ଜିଲା, ଗଞ୍ଜାମ ଓ ନୟାଗଡ଼ ଜିଲା ପୂର୍ବରେ ଏବଂ କଳାହାଣ୍ଡି ଜିଲା ପଶ୍ଚିମରେ ଅବସ୍ଥିତ୤ 

କେନ୍ଦ୍ରାପଡ଼ା

ଜିଲା ପୁନର୍ଗଠନ ( ୧୯୯୩ ମସିହା ଏପ୍ରିଲ ୧ ତାରିଖ)ରେ ଏହି ଜିଲାକୁ ନୂତନ ଜିଲାର ମାନ୍ୟତା ମିଳିଥିଲା୤ ତୁଳସୀ କ୍ଷେତ୍ର ନାମରେ ମଧ୍ୟ ଏହି ଜିଲା ପ୍ରସିଦ୍ଧ୤ ଜିଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ୤ ଏହି ଜିଲା ପୂର୍ବରୁ କଟକ ଜିଲା ଅଧୀନରେ ରହିଥିଲା୤ ଜିଲାର ଉତ୍ତରରେ ଭଦ୍ରକ ଜିଲା, ଦକ୍ଷିଣରେ ଜଗତସିଂହପୁର ଜିଲା, ପଶ୍ଚିମରେ କଟକ ଜିଲା ଏବଂ ପୂର୍ବରେ ବଙ୍ଗୋପ ସାଗର ଅବସ୍ଥିତ୤ ସ୍ବାଧୀନତା ସଂଗ୍ରାମରେ ଏହି ଜିଲାର ଅବଦାନ ଯଥେଷ୍ଟ ଥିଲା୤ ଏହି ଜିଲାରେ ରହିଛି ଭିତରକନିକା ପକ୍ଷୀ ଅଭୟାରଣ୍ୟ, ଐତିହାସିକ ସ୍ଥଳ କନିକା ରାଜପ୍ରାସାଦ୤ 

କେନ୍ଦୁଝର

ସ୍ବାଧୀନତା ପରବର୍ତ୍ତୀ ଜିଲାଗ ଠନ (୧୯୪୮ ଜାନୁଆରୀ ୧ ତାରିଖରେ) ଏହି ଜିଲା ଗଠିତ ହୋଇଥିଲା୤ ଜିଲାର ପୂର୍ବରେ ରହିଛି ମୟୂରଭଞ୍ଜ ଏବଂ ଭଦ୍ରକ ଜିଲା, ଦକ୍ଷିଣରେ ଯାଜପୁର ଓ ଢେଙ୍କାନାଳ ଜିଲା, ପଶ୍ଚିମରେ ସୁନ୍ଦରଗଡ଼ ଜିଲା ଏବଂ ଉତ୍ତରରେ ରହିଛି ପଶ୍ଚିମରେ ରହିଛି ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି୤ ଜିଲାର ଭୌଗୋଳିକ ପରିସୀମା ୮୨୪୦ ବର୍ଗ କିମି୤ ଏହି ଜିଲା ଶିଳ୍ପ ସମୃଦ୍ଧ ଜିଲାର ମାନ୍ୟତା ପାଇଛି୤ ଆଦିବାସୀ ବହୁଳ ଏହି ଜିଲାରେ ଖଣିଜ ପଦାର୍ଥ ମଧ୍ୟ ଏହି ଜିଲାରେ ଭରପୂର ହୋଇ ରହିଛି୤

ଖୋର୍ଦ୍ଧା

ଜିଲା ପୁନର୍ଗଠନର ୧୯୯୩ ଏପ୍ରିଲ ୧ ତାରିଖରେ ଖୋର୍ଦ୍ଧା ଜିଲା ନବଗଠିତ ହୋଇଥିଲା୤ ଏହା ପୂର୍ବରୁ ଖୋର୍ଦ୍ଧା ସବଡିଭିଜନ ଥାଇ ପୁରୀ ଜିଲା ଅଧୀନରେ ଥିଲା୤ ଇତିହାସ, ଶିକ୍ଷା, ପର୍ଯ୍ୟଟନ କ୍ଷେତ୍ରରେ ଏହି ଜିଲା ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି୤ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ଜିଲାର ଅବଦାନ ସ୍ମରଣୀୟ୤ ଏହି ଜିଲାରେ ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଉଥିବା ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା୤ ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ଏହି ଜିଲା ଜନ୍ମ ଦେଇଥିଲା୤ ଚିଲିକା ହ୍ରଦ, ବରୁଣେଇ ପାହାଡ଼ ଆଦି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିଥାଏ୤

କୋରାପୁଟ

ସାତବାହନ, ନଳ, ଗଙ୍ଗ ଓ ସୂର୍ଯ୍ୟବଂଶୀ ରାଜାମାନେ ବିଭିନ୍ନ ସମୟରେ କୋରାପୁଟରେ ଶାସନ କରିଥିଲେ୤ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନବେଳେ (୧୯୩୬, ଏପ୍ରିଲ ୧ ତାରିଖ)ରେ ଏହି ଜିଲା ଗଠିତ ହୋଇଥିଲା୤ ଏହି ଜିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର୤ ଜିଲାରେ ଜଙ୍ଗଲ, ଜଳପ୍ରପାତ, ଉଷ୍ମପ୍ରସବଣ ଆଦି ପର୍ଯ୍ୟଟକଙ୍କୁ ବର୍ଷତମାମ ଆକୃଷ୍ଟ କରିଥାଏ୤ ଜିଲାର ଭୌଗୋଳିକ ପରିସୀମା ୮୮୦୭ ବର୍ଗ କି.ମି.୤ ଜିଲାର ପୂର୍ବରେ ରହିଛି ରାୟଗଡ଼ା ଜିଲା, ପଶ୍ଚିମରେ ଛତିଶଗଡ଼ର ବସ୍ତର ଜିଲା, ଦକ୍ଷିଣରେ ନବରଙ୍ଗପୁର ଜିଲା ଅବସ୍ଥିତ୤

ମାଲକାନଗିରି

ସଦରମହକୁମା ମାଲକାନଗିରିର ନାମ ଅନୁଯାୟୀ ଏହି ଜିଲାର ନାମକରଣ କରାଯାଇଛି୤ ଏହା ନବରଙ୍ଗପୁର ଜିଲାର ଏକ ତାଲୁକଭାବେ ପରିଗଣିତ ଥିଲା୤ ୧୯୬୨ ମସିହାରେ ମାଲକାନଗିରି କୋରାପୁଟ ଜିଲାର ଏକ ସବଡିଭିଜନଭାବେ ମାନ୍ୟତା ପାଇଥିଲା୤ ୧୯୯୨ ଅକ୍ଟୋବର ୧ ତାରିଖରେ ମାଲକାନଗିରିକୁ ସ୍ବତନ୍ତ୍ର ଜିଲାର ମାନ୍ୟତା ମିଳିଥିଲା୤ ଜିଲାର ଭୌଗୋଳିକ ପରିସୀମା ୫, ୭୯୧ ବର୍ଗ କିମି୤ ଏହି ଜିଲାରେ ଏକ ତୃତୀୟାଂଶ ଆଦିମ ଜନଜାତି ବାସ କରୁଛନ୍ତି୤ ମାଲକାନଗିରି ଜିଲା ଏକ ବନ୍ୟାପ୍ରବଣ ଜିଲା୤

ମୟୂରଭଞ୍ଜ

ମୟୂରଭଞ୍ଜ 

ନୂଆପଡ଼ା

ନୂଆପଡ଼ା

ନବରଙ୍ଗପୁର

ନବରଙ୍ଗପୁର

ନୟାଗଡ଼

ନୟାଗଡ଼

ପୁରୀ

ପୁରୀ

ରାୟଗଡ଼ା

ରାୟଗଡ଼ା

ସମ୍ବଲପୁର

ସମ୍ବଲପୁର

ସୋନପୁର

ସୋନପୁର

ସୁନ୍ଦରଗଡ଼

ସୁନ୍ଦରଗଡ଼

 

ସୌଜନ୍ୟ

  • http://www.odisha.nic.in

 


Powered by expoodisha