Back

Edge AI

ଏଜ୍ ଏଆଇ ହେଉଛି ଏକ କ୍ଷେତ୍ର ଯାହା ଦୁଇଟି ଶକ୍ତିଶାଳୀ ପ୍ରଯୁକ୍ତିବିଦ୍ୟାର ମିଶ୍ରଣରେ ପ୍ରସ୍ତୁତ ହୋଇଛି: କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (IoT)। ଏହି ଦୁଇଟି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି, ଏଜ୍  ଡିଭାଇସ୍ ସାହାଯ୍ୟରେ କମ୍ ସମୟରେ ବିଭିନ୍ନ ଉପାୟରେ ଡାଟା ବିଶ୍ଳେଷଣ କରିବା ସମ୍ଭବ ହୋଇପାରୁଛି।  ଏହି ପ୍ରଯୁକ୍ତିବିଦ୍ୟା ଡାଟା ବିଶ୍ଳେଷଣରେ ନୂତନ ଦିଗନ୍ତ ଖୋଲି ଦେଉଛି।



ଏଜ୍ ଏଆଇ କ’ଣ?

ଏଜ୍ ଏଆଇ ହେଉଛି ସେନ୍ସର, ସ୍ମାର୍ଟଫୋନ୍ ଏବଂ IoT ଡିଭାଇସ୍ ଭଳି ବିଭିନ୍ନ ଡିଭାଇସ୍ ଉପରେ AI ଆଲଗୋରିଦମ୍ ଏବଂ ମେସିନ୍ ଲର୍ଣ୍ଣିଂ ବ୍ୟବହାର କରି କେନ୍ଦ୍ରୀୟ ମାର୍ଗଦର୍ଶନର ଆବଶ୍ୟକତା ବିନା ତଥ୍ୟ ବିଶ୍ଳେଷଣ ଏବଂ ବାସ୍ତବ ସମୟରେ ନିଷ୍ପତ୍ତି ନେବାର ଏକ ପଦ୍ଧତି। ଏଜ୍ ଏଆଇ ହେଉଛି ଏକ ପ୍ରକାରର ଡାଟା ପ୍ରକ୍ରିୟାକରଣ ପଦ୍ଧତି ଯାହା ଶୀଘ୍ର ଏବଂ ଦକ୍ଷତାର ସହିତ ନିଷ୍ପତ୍ତି ନେଇପାରେ, ଫଳସ୍ୱରୂପ, ଡାଟା ସ୍ଥାନାନ୍ତରର ସମୟ ହ୍ରାସ ପାଏ ଏବଂ ସୁରକ୍ଷା ସୁନିଶ୍ଚିତ କରିଥାଏ।



ଇଂରାଜୀ ପରିଭାଷା :

ବିଲ୍ଟଇନ୍-କମ୍ ଅନୁସାରେ, ଏହା ହେଉଛି, ‘ଏଜ୍ କମ୍ପ୍ୟୁଟିଂ ପରିବେଶରେ କୃତ୍ରିମ ବୁଦ୍ଧିମତ୍ତାର କାର୍ଯ୍ୟାନ୍ୱୟନ”।



ବିବରଣୀ :

ଏଜ୍ ଡିଭାଇସ୍ ଦୁଇଟି ପୃଥକ ନେଟୱାର୍କ ମଧ୍ୟରେ ଡାଟା ପ୍ରବାହକୁ ନିୟନ୍ତ୍ରଣ କରୁଥିବା ଡିଭାଇସ୍। କେବଳ କ୍ଲାଉଡ୍-ଆଧାରିତ ପ୍ରକ୍ରିୟାକରଣ ଉପରେ ନିର୍ଭର କରିବା ପରିବର୍ତ୍ତେ, ଏଜ୍ AI ସ୍ମାର୍ଟଫୋନ୍, IoT ଡିଭାଇସ୍ ଏବଂ ସେନ୍ସରଗୁଡ଼ିକୁ ସିଧାସଳଖ ବ୍ୟବହାର କରି ସମ୍ପୂର୍ଣ୍ଣ ଆନାଲିଟିକ୍ସ ପ୍ରକ୍ରିୟାକୁ କମ୍‌ ସମୟ ଭିତରେ ପହଞ୍ଚାଇଥାଏ। ଏଜ୍ AI ସୃଷ୍ଟି ପଛରେ ମୁଖ୍ୟ ପ୍ରେରଣା ହେଉଛି କ୍ଲାଉଡ୍-ଆଧାରିତ AI ସିଷ୍ଟମର ସୀମା, ଯେପରିକି ବ୍ୟାଣ୍ଡୱିଡ୍‌ଥ ଆବଶ୍ୟକତା, ଗୋପନୀୟତା ଚିନ୍ତା ଏବଂ ନିରବଚ୍ଛିନ୍ନ ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା। ଏଜ୍ ଡିଭାଇସ୍ ଡାଟା ପ୍ରକ୍ରିୟାକରଣ କରିବା ସହିତ ଆନାଲିଟିକ୍ସ ପଦ୍ଧତିରେ ଅନେକ ସୁବିଧା ପ୍ରଦାନ କରିଥାଏ।



ଏଜ୍ AIର ପ୍ରକାର :

ବିଭିନ୍ନ ପ୍ରକାରର ଏଜ୍ AI ଅଛି। ଏହାର କିଛି ପ୍ରକାର ନିମ୍ନରେ ଦିଆଗଲା।




  • On device AI

  • Edge Cloud AI

  • Federated Learning

  • TinyML

  • Real time AI 



ଡିଭାଇସ୍ AI : ଏହି ପ୍ରକାରର AIରେ, ଇଣ୍ଟରନେଟ୍ ସଂଯୋଗ କିମ୍ବା ବାହ୍ୟ ସର୍ଭରର ଆବଶ୍ୟକତା ବିନା ସିଧାସଳଖ AI ଆଲଗୋରିଦମ ଚଲାଇବା ସମ୍ଭବ। ଅନ-ଡିଭାଇସ୍ AI ଅଫଲାଇନ୍ ପ୍ରକ୍ରିୟାକରଣ ପାଇଁ ପ୍ରସିଦ୍ଧ ଏବଂ ସାଧାରଣତଃ ସ୍ମାର୍ଟଫୋନ୍ କିମ୍ବା ସ୍ମାର୍ଟ ହୋମ୍ ଡିଭାଇସ୍‌ରେ ଭଏସ୍ ଆସିଷ୍ଟାନ୍ସ, ଇମେଜ୍ ଡିଟେକ୍ଟର ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଭଳି ଆପ୍ଲିକେସନ୍‌ଗୁଡ଼ିକରେ ବ୍ୟବହୃତ ହୁଏ।



ଏଜ୍ କ୍ଲାଉଡ୍ AI :  ଏହି ପଦ୍ଧତିରେ, କିଛି ପ୍ରକ୍ରିୟାକରଣ ଏଜ୍ ଡିଭାଇସ୍‌ରେ କରାଯାଏ ଏବଂ ବାକି ବିଶ୍ଳେଷଣ ଏଜ୍ କ୍ଲାଉଡ୍‌ରେ AI ସାହାଯ୍ୟରେ କରାଯାଏ। ଏହି ସମୟରେ, ଡାଟା କ୍ଲାଉଡ୍‌ରେ ଅପଲୋଡ୍ କରାଯାଏ।



ଫେଡେରେଟେଡ୍ ଲର୍ଣ୍ଣିଂ : ଫେଡେରେଟେଡ୍ ଲର୍ଣ୍ଣିଂ ହେଉଛି ଏଜ୍ AI ପାଇଁ ଏକ ପଦ୍ଧତି; ଯେଉଁଠାରେ ଏକାଧିକ ଏଜ୍ ଡିଭାଇସ୍ ମୁଖ୍ୟ ସର୍ଭର ସହିତ ସେମାନଙ୍କର ଡାଟା ସେୟାର ନକରି ଏକ AI ମଡେଲ୍‌କୁ ସାମୂହିକ ଭାବରେ ତାଲିମ ଦିଅନ୍ତି।



ଟାଇନିଏମ୍ଏଲ୍ : ଏହି ମଡେଲ୍ ସାଧାରଣତଃ ହାଲୁକା ଏବଂ କମ୍-ପାୱାର ଡିଭାଇସ୍‌ଗୁଡ଼ିକରେ ଦକ୍ଷତାର ସହିତ ଚାଲିବା ପାଇଁ ଅପ୍ଟିମାଇଜ୍ କରାଯାଏ।



ରିଅଲ୍ ଟାଇମ୍ AI : ଟାଇମ୍‌ରେ AI ଦ୍ୱାରା ପ୍ରକ୍ରିୟାକରଣ ଏବଂ ଅନୁମାନ ଉପରେ ଧ୍ୟାନ ଦିଏ, ସିଧାସଳଖ ଏକ ଏଜ୍ ଡିଭାଇସ୍‌ରେ ସର୍ବନିମ୍ନ ସମୟ ବିତାଇଥାଏ।



ବ୍ୟବହାର

ଗୁଗୁଲ୍‌ର ଟେନ୍ସର୍ ପ୍ରୋସେସିଂ ୟୁନିଟ୍ (TPUs) ଗୁଗୁଲ୍‌ର କ୍ଲାଉଡ୍ ଭିତ୍ତିଭୂମିରେ ଏଜ୍ AI ବ୍ୟବହାର କରେ। ଜିପ୍ଲାଇନ୍ ହେଉଛି ଏକ ବିତରଣ ସେବା ଯାହା ରୱାଣ୍ଡା, ଘାନା, ଜାପାନ, ଯୁକ୍ତରାଷ୍ଟ୍ର ଏବଂ ନାଇଜେରିଆରେ କାର୍ଯ୍ୟ କରେ। କମ୍ପାନୀ ଡ୍ରୋନରୁ ରିଅଲ୍-ଟାଇମ୍ ଡାଟା ପ୍ରକ୍ରିୟାକରଣ ପାଇଁ ଏଜ୍ AI ବ୍ୟବହାର କରେ। WeChat ଆପ୍‌ରେ ଡାଟା ପ୍ରକ୍ରିୟାକରଣ ପାଇଁ ଏଜ୍ AI ବ୍ୟବହାର କରିଥାଏ। ଏହା ରିଅଲ୍-ଟାଇମ୍ ଭାଷା ଅନୁବାଦ ପ୍ରଦାନ କରେ।