Economy World

ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା

by admin on | 2026-02-09 00:37:00

Share: Facebook | Twitter | Whatsapp | Linkedin Visits: 13


ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା


୧୫ ବର୍ଷରେ ୨୦ ବିଲିୟନ ଡଲାର ନିବେଶ କରିବ ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସୋମବାର ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିବା ଘୋଷଣା କରିଛନ୍ତି। ଫଳରେ ବୟନଶିଳ୍ପ, ଜୋତା, ଇଞ୍ଜିନିୟରିଂ ଏବଂ ସାମୁଦ୍ରିକ ଉତ୍ପାଦ ଭଳି କ୍ଷେତ୍ରର ଅନେକ ଘରୋଇ ସାମଗ୍ରୀ ନ୍ୟୁଜିଲ୍ୟାଣ୍ଡରେ ଶୁଳ୍କମୁକ୍ତ ପ୍ରବେଶ ପାଇବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ ସୋମବାର ଦିନ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହେବା ନେଇ ଘୋଷଣା କରିଛନ୍ତି। ଦୁଇ ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ।
ଚୁକ୍ତିନାମା ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ ହେବ। ଭାରତ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଆସନ୍ତା ୧୫ ବର୍ଷ ମଧ୍ୟରେ ନ୍ୟୁଜିଲାଣ୍ଡରୁ ୨୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ନିବେଶକୁ ସ୍ୱାଗତ କରିଛି। 



ସୂଚନା ଅନୁଯାୟୀ, ମାତ୍ର ୯ ମାସର ରେକର୍ଡ ସମୟ ମଧ୍ୟରେ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ଏହାଦ୍ବାରା ବିଭିନ୍ନ ସାମଗ୍ରୀର ବଜାର ପ୍ରବେଶ ବୃଦ୍ଧି ସହ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ, ରଣନୈତିକ ସହଯୋଗ ବୃଦ୍ଧି ଓ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶର ଉଦ୍ଭାବକ, ଉଦ୍ୟୋଗୀ, କୃଷକ, ଏସଏସଏମଇ, ଛାତ୍ର ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ। ଆଗାମୀ ୩ ମାସ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ ଏବଂ ୨୦୨୬ରୁ କାର୍ଯ୍ୟକାରୀ ହେବ ।



ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସମସ୍ତ ଭାରତୀୟ ରପ୍ତାନି ଶୁଳ୍କମୁକ୍ତ ହେବ ଯାହା ଫଳରେ ବୟନଶିଳ୍ପ, ପୋଷାକ, ଚମଡା, ଜୋତା, ସାମୁଦ୍ରିକ ଉତ୍ପାଦ, ସୁନା ଏବଂ ଅଳଙ୍କାର, ହସ୍ତଶିଳ୍ପ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଅଟୋମୋବାଇଲ୍ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।
୨୦୨୪-୨୫ ମସିହାରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବାଣିଜ୍ୟ ୧.୩ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଥିଲା, ଯେତେବେଳେ ୨୦୨୪ ମସିହାରେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ମୋଟ ବାଣିଜ୍ୟ ପ୍ରାୟ ୨.୪ ବିଲିୟନ ଆମେରିକୀୟ ଡଲାର ଥିଲା।



Leave a Comment