ଏକବର୍ଣ୍ଣ ବା ଏକାଧୂକ ବର୍ଣ୍ଣର ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ 'ଶବ୍ଦ' କହନ୍ତି ।
🖝 ଅନୁଶୀଳନରୁ ଜଣାଯାଏ ଯେ ଭାଷା ହେଉଛି ଭାବ ବିନିମୟର ସର୍ବଶ୍ରେଷ୍ଠ ମାଧ୍ୟମ । ପୁଣି ଶବ୍ଦପୁଞ୍ଜ ହେଉଛନ୍ତି ଏ ଭାଷାର ଅଙ୍ଗପ୍ରତ୍ୟଙ୍ଗ ସଦୃଶ । ଏହିମାନଙ୍କୁ ନେଇ ସେ ନିଜର କଳେବର ବୃଦ୍ଧି କରିବାରେ କ୍ଷମ ହୋଇଥାଏ
🖝 ଗୋଟିଏ ଭାଷାର ଶବ୍ଦଭଣ୍ଡାରକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସେଥିରୁ ଅନେକ ବହୁକାଳଧରି ଅପରିବର୍ତିତ ଥିବାବେଳେ କେତେକ ଶବ୍ଦର କାଳକ୍ରମେ ପରିବର୍ତ୍ତନ ଘଟି ନୂଆରୂପ ହୋଇଛି କେତେକ ଶବ୍ଦ ଲୋକମୁଖରୁ ନୂତନ ଭାବେ ସୃଷ୍ଟି ହୋଇଥିବାବେଳେ କେତେକ ଅନ୍ୟଭାଷାରୁ ଆସି ଏ ଭାଷା ସହିତ ମିଶିଯାଇଛନ୍ତି । ଏହିଧାରାର ପ୍ରଚଳନ ହେତୁ ଗୋଟିଏ ଭାଷା ମଧ୍ୟରେ ବିବିଧତା ଲକ୍ଷ୍ୟ କରାଯାଇଥାଏ ଆମ ଓଡ଼ିଆ ଭାଷା ମଧ୍ୟ ଏହି ଧାରାରୁ ବାଦ୍ ଯାଇନାହିଁ । ଅଧୂକନ୍ତୁ ଏହି ଧାରାକୁ ଆଖି ଆଗରେ ରଖୁ ଭାଷାଭଣ୍ଡାରକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଯଥାକ୍ରମେ - ତମ, ତଦ୍ଭବ, ଦେଶଜ ଓ ବୈଦେଶିକ ।
🖝 'ତତ' ଓ 'ସମ' - ଏ ଦୁଇଟି ଶବ୍ଦ ମିଶ୍ରଣରେ 'ତତ୍ସମ' ଶବ୍ଦଟି ଗଠିତ ହୋଇଛି । ଏହାର ଅର୍ଥ ହେଉଛି 'ତାହା ସହିତ ସମାନ' - ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି, ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି
🖝 ଏପରି ହେବାର କାରଣ ମଧ୍ୟ ଅଛି କାରଣ ଆର୍ଯ୍ୟମାନେ ଦୀର୍ଘକାଳ ଧରି ଭାରତବର୍ଷରେ ବସତିସ୍ଥାପନ କରିଆସିଛନ୍ତି ସେହିମାନଙ୍କର ଭାଷା ହେଉଛି ସଂସ୍କୃତ ତେଣୁ ଏହି ସଂସ୍କୃତ ଭାଷାର ପ୍ରଭାବ ଏ ଦେଶର ବିଭିନ୍ନ ଭାଷା ଉପରେ ରହିଆସିଛି ସେହି ଧାରାରୁ ଓଡ଼ିଆ ଭାଷା ବାଦ୍ ଯାଇନାହିଁ ଉଦାହରଣସ୍ୱରୂପ - ନଦୀ, ଆକାଶ, ଅଙ୍କ, ଆଚାର୍ଯ୍ୟ, ସଂସାର, ପର୍ବତ ଇତ୍ୟାଦି
🖝 ଏହାର ଅର୍ଥ ହେଉଛି ତହିଁରୁ ଭବ ବା ଜାତ - ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇଛନ୍ତି ।
🖝 ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି । (୧) ଆଦିବାସୀ ଭାଷା, (୨) ଦ୍ରାବିଡ଼ ଭାଷା, (୩) ପୂର୍ଣ୍ଣମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍ଭବ ଭାଷା। (କ) ଦ୍ରାବିଡ଼ ଶବ୍ଦ - ଅଡ଼ା, ଆରିସା, ଏଣ୍ଡୁରି, ଅଗାଡ଼ି ପ୍ରଭୃତି । (ଖ) ଆଦିବାସୀ ଶବ୍ଦ - ଅଟେଇ, ଅରମା, ଆଣ୍ଠୁ ପ୍ରଭୃତି । (ଗ) ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ସୃଷ୍ଟ - ଢିଙ୍କି, ଛାଞ୍ଚୁଣି, ଅଖାଡୁଆ, ଜନ୍ତାଳ, ଠେକରା, ଝୁମୁକା, ହାକୁଟି ପ୍ରଭୃତି। ବୈଦେଶିକ :
🖝 ବାଣିଜ୍ୟହେତୁ ହେଉ ବା ଶାସନସୂତ୍ରରେ ହେଉ କେତେକ ବାହାର ଦେଶର ପ୍ରଭାବ ଆମଦେଶ ଉପରେ ପଡ଼ିଥିଲା । ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା । ତେଣୁ କେତେକ ବିଦେଶୀ ଶବ୍ଦ ଆମଭାଷା ଭିତରେ ମିଶିଗଲେ । ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ ।
ଗଠନ ଦୃଷ୍ଟିରୁ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଏ । ତାହା ହେଉଛି ଯଥାକ୍ରମେ ମୌଳିକ ଓ ବ୍ୟୁତ୍ପନ୍ନ ।
🖝 ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଷ କାଟିହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଷ କାଟି ଦେଲେ ତାର ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପପାଏ, ତାକୁ ମୌଳିକ ଶବ୍ଦ କହନ୍ତି ଯଥା :- ଗଛ, ବହି, ଧୂଳି, ପାଟ, ଡେଙ୍ଗା, ଧଳା ଇତ୍ୟାଦି ।
🖝 ମୂଳଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ (ପ୍ରତ୍ୟୟ ବା ଶବ୍ଦ) ସଂଯୋଗକରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି ଯଥା - ପ୍ରତାପ = ପ୍ରତାପ, ଆହୁରି ମନେରଖୁବାକୁ ହେବ ଯେ - କ୍ରିୟାପଦ
🖝 ପୂର୍ବବର୍ଣ୍ଣିତ ମୌଳିକ ଶବ୍ଦକୁ ତଥା କ୍ରିୟାର ମୂଳରୂପ ଧାତୁକୁ 'ପ୍ରକୃତ' କୁହାଯାଏ । ଏହି ପ୍ରକୃତି ସହିତ ପ୍ରତ୍ୟୟ ଯୁକ୍ତ ହୋଇ ନୂତନ ଶବ୍ଦ ସୃଷ୍ଟି ହୋଇଥାଏ, ଯଥା:- (ଧାତୁ) କୃ + ଅନୀୟ = କରଣୀୟ, ଦୃଶ୍ + ଅନୀୟ = ଦର୍ଶନୀୟ ଉଡ୍ + ଅନ୍ତା = ଉଡ଼ନ୍ତା, କାଠ + ଇ = କାଠି ଇତ୍ୟାଦି । କୁଲା + ଏଇ = କୁଲେଇ
© 2026. All right reserved.