| 3026 |
ଅନହଂବାଦୀ |
- Anahaṁbādi (ସଂ.ବିଣ.) - ଅନହଙ୍କାର; ଗର୍ବଶୂନ୍ୟ; ଆତ୍ମବଡ଼ିମା ରହିତ Free from self-conceit.
|
| 3027 |
ଅନହତନାଦ |
Also : [ ଅନାହତନାଦ ]
- Anahatanāda (ଗ୍ରା.ବି.) - (ସଂ. ଅନାହତନାଦ) ବିନା ଆଘାତରେ ହୃଦୟ ମଧ୍ୟରେ ଜନ୍ମିବା ଧ୍ୱନି A sound produced otherwise than by beating. (ତୋଳିବ ଅନାହତ ନାଦ, ଶ୍ରବଣେ ଶୁଭିବ ଶବଦ। ଭୂପତି, ପ୍ରେମପଞ୍ଚାମୃତ)
- ପ୍ରଣବ; ଓଁକାର The mystic syllable 'Om'.
|
| 3028 |
ଅନହୁତି |
- Anahuti (ଦେ.ବିଣ.) - ଅହେତୁକ Groundless.
- ଅମୂଳକ Unfounded.
- ଅପ୍ରତ୍ୟାଶିତ Unexpected.
- ଅପ୍ରଣୋଦିତ Unprovoked.
- ହଠାତ୍ ଘଟିବା Sudden.
- ବୃଥା vain.
- (ଦେ.ଅ.) - ଅପ୍ରତ୍ୟାଶିତରୂପେ Unexpectedly.
- ହଠାତ୍ Suddenly.
- ଅକାରଣ; ବିନାକାରଣରେ Without any assignable cause or justification.
- ବୃଥାରେ In vain.
|
| 3029 |
ଅନହୋତି |
- Anahoti (ଦେ.ବିଣ.) - ନ ହୋତି; ନ ଘଟିବା Not happening.
- ନାଁ; ନାହିଁ No. (ଯଥା - ମୁଁ ତିନି ଦିନ ହେଲା କିଛି ଧନ ମାଗୁଛି ମତେ ହୋତି ଅନାହୋତି ପଦେ କହିଦେଲେ ମୁଁ ଚାଲିଯାନ୍ତି।)
|
| 3030 |
ଅନା |
- Anā (ସଂ.ଅ.) - (ବୈଦିକ) ଏତଦ୍ଦ୍ୱାରା Here by.
- ଏହିପରି Thus.
- ପ୍ରକୃତରେ Indeed.
- (ଦେ.କ୍ରି.) - ଅନାଇବା କ୍ରିୟାର ଅନୁଜ୍ଞା ଦ୍ୱିତୀୟ ପୁରୁଷ ଅନାଦରାର୍ଥ ଏକ ବଚନ (ତୁ) ରେ ଆକାର - ଦେଖ୍; ଚାହାଁ (you) Do look! See!
- (ଦେ.ବିଣ.) - ଅନାସ୍ଥାପ୍ରାପ୍ତ; ଅବହେଳିତ Uncared for; disregarded.
- (ଦେ.ବି.) - ପ୍ରକାର; ଢଙ୍ଗ; ଭଳି; ଅବସ୍ଥା Manner; condition.
- (ନାମ) ଅନାଦି; ଅନାମ ଆଦି ଲୋକଙ୍କ ଡାକ ନାମ Name for calling Anāma or Anādi
|