| 6 |
ଅଅଁଳା ଲଇ |
Category : [ Plant ]
- Aañḻā lai (ପ୍ରାଦେ.ବି.) - [ ଗଡ଼ଜାତ ] ଏକପ୍ରକାର ଗୁଳ୍ମ, ଏଥିର ଛାଲ ଲଇରୂପେ ବ୍ୟବହୃତ ହୁଏ A kind of plant of which the bark is used as fibre.
|
| 7 |
ଅଇକା |
- Aikā (ଗ୍ରା.) - ଏହିକ୍ଷଣି , ଅଇକ୍ଷଣି now
|
| 8 |
ଅଇକ୍ଷଣି |
- Aikshaṇi (ଦେ.) -ବର୍ତ୍ତମାନ now
|
| 9 |
ଅଇଘରା |
- Aigharā (ଦେ.ବି.) - ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)। The fullmoon of the month of Magha on the night of which villagers light a bonfire at one extremity of the village.
- ଅଗ୍ନି; ମାଘପୂର୍ଣ୍ଣିମା ରାତିରେ ଗାଆଁମୁଣ୍ଡରେ ଜଳାଯିବା ନିଆଁଗଦା Bonfire lighted on the fullmoon night of the month of Magha.
- ଦୋଳପୂର୍ଣ୍ଣିମାର ପୂର୍ବରାତ୍ରି The night preceding the fullmoon of the month of Fālguna.
- ଦୋଳପୂର୍ଣ୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ Bonfire lighted at one end of the village on the night preceding the fullmoon of the month of Fālguna.
|
| 10 |
ଅଇଘରା ପୂର୍ଣ୍ଣମୀ |
Also : [ ଅଇଘରା ପୂର୍ଣ୍ଣମୀ, ଅଇଘରା ପୁନିଆଁ ]
- Aigharā Puneiñ (ଗ୍ରା.ବି) - ମାଘ ପୂର୍ଣ୍ଣିମା Fullmoon of the month of Māgha.
|