| 3301 |
ଅନୀଶ୍ବରବାଦ |
- Anīṡwarabāda (ସଂ.ବି.) - ନାସ୍ତିକତା; ଈଶ୍ୱରଙ୍କର ଅସ୍ତିତ୍ୱ ନ ମାନିବାରୂପ ମତ theism.
|
| 3302 |
ଅନୀଶ୍ବରବାଦୀ |
- Anīṡwarabādī (ସଂ.ବିଣ.) - ଈଶ୍ୱର ନାହାନ୍ତି, ଏହି ମତ ଯେ ପ୍ରକାଶ କରନ୍ତି; ନାସ୍ତିକ atheist.
|
| 3303 |
ଅନୀହ |
- Anīha (ସଂ.ବିଣ.) - ଫଳାଶାରହିତ; ନିଷ୍କାମ Desireless; free from desires.
|
| 3304 |
ଅନୁ |
- Anu (ସଂ.) - (ଉପସର୍ଗ - ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ) ପଶ୍ଚାତ୍; ପଛରେ (ଯଥା - ଅନୁଜ) After.
- ସଦୃଶ (ଯଥା - ଅନୁକରଣ) After.
- ଅଧୀନ; ଅଧଃ (ଯଥା ଅନୁକର୍ଷଣ) Below.
- ନିକୃଷ୍ଟ. ହୀନ; ଅଧମ (ଯଥା - ଅନୁକଳ୍ପ) Lower.
- ସହିତ (ଯଥା - ଅନୁକମ୍ପା; ଅନୁପାନ) With; together.
- ଅଂଶ (ଯଥା - ଅନୁକଳ୍ପ) Part.
- ପରସ୍ପର; ଅନ୍ୟୋଽନ୍ୟ (ଯଥା - ଅନୁକଥନ) Mutually.
- ସମୀପ (ଯଥା - ଅନୁଗଙ୍ଗ) Near.
- ବହିର୍ଭାଗ Outside.
- ବୀପ୍ସାର୍ଥ (ଯଥା - ଅନୁକ୍ଷଣ; ଅନୁଦିନ) Repetition.
- ଚିହ୍ନ Sign.
- ଆୟାସ; ପରିଶ୍ରମ Exertion.
- ଅନୁକ୍ରମ; ଯଥାକ୍ରମେ (ଯଥା - ଅନୁପ୍ରସ୍ଥ) Succession.
- ଇତ୍ଥଂଭାବ Accordingly; likewise.
- ଅନୁସାରେ According to.
- ଫଳତଃ Consequently.
- (ସଂ.ବି.) - (ନାମ) ଯଯାତିଙ୍କ ଔରସରେ ଶର୍ମିଷ୍ଠାଙ୍କ ଗର୍ଭଜାତ ପୁତ୍ର Son of J̄aj̄āti born of Ṡarmishṭhā.
- (ଦେ.ବି.) - (ନାମ) ଅନନ୍ତର ଡାକନାମ Name for calling Ananta.
|