| 3279 |
ଅନିଳ |
- Aniḻa (ସଂ.ବି.) - (ବଞ୍ଚିବା ବା ନିଃଶ୍ୱାସ ମାରିବା+କରଣ. ଅଳ; ଯାହାଦ୍ୱାରା ପ୍ରାଣୀ ବଞ୍ଚନ୍ତି ବା ନିଃଶ୍ୱାସ ମାରନ୍ତି) ବାୟୁ; ପବନ Air; wind.
- ପବନଦେବତା The God of Wind.
- ବାୟୁକୋଣ; ଉତ୍ତରପଶ୍ଚିମ କୋଣ The North West quarter.
- ଅଷ୍ଟାବସୁ ମଧ୍ୟରୁ ପଞ୍ଚମ ବସୁ Name of the fifth of the 8 Basu Deities.
- ଶରୀରସ୍ଥ ବାତ The wind as one of the humours of the body.
- ବାତରୋଗ Rheumatism.
- ସ୍ୱାତିନକ୍ଷତ୍ର The 17th lunar mansion.
- (ବାୟୁର ସଂଖ୍ୟା 49 ଥିବାରୁ) 49ସଂଖ୍ୟା The number 49.
- ପ୍ରାଣବାୟୁ The vital air of living beings. [ ଏହା ୫ ଟି ଯଥା - ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ।]
[ ଦ୍ର ] ଏହା ପ୍ରଥମତଃ ସଂଖ୍ୟାରେ ୭ ଥିଲା; ଯଥା - ଆବହ, ନିବହ, ଉଦ୍ବହ, ସଂବହ, ବିବହ, ପ୍ରବହ ଓ ପରିବାହ। ମାତୃଗର୍ଭରେ ଇନ୍ଦ୍ର ଏ ପ୍ରତ୍ୟେକକୁ ସାତ ଖଣ୍ଡ ଲେଖାଏଁ କରିବାରୁ ଏହା 49 ହେଲା।
|