| 16 |
ଅଇଣ୍ଠାଚଣ୍ଡ |
- Aiṇṭhā chaṇḍa (ଦେ.ବି.) - ପ୍ରେତ ବିଶେଷ। ଯେଉଁ ବ୍ୟକ୍ତି ଜୀବିତ ଅବସ୍ଥାରେ ପରର ଉଚ୍ଛିଷ୍ଟ ଓ ପର ଘରୁ ମାଗି କରି ଅନ୍ନ ଖାଇଥାଏ ତାହାର ପ୍ରେତ The ghost of a person who in his lifetime lived on the leavings of other persons' dishes and ate cooked food from other people.
[ ଦ୍ର ] ହାଣ୍ଡିଆ, ଚଣ୍ଡାଳିଆ, ଅମ୍ବିକା, ଖାଙ୍ଖେରୀ ଭଲୁଙ୍କା, ରାକ୍ଷସ, ଶଙ୍ଖାଳିଆ, କ୍ଷେତ୍ରପାଳୀ ଏ ପିଶାଚମାନଙ୍କୁ ଅଇଣ୍ଠାଚଣ୍ଡ ବୋଲି କୁହାଯାଏ।
|
| 17 |
ଅଇଣ୍ଠାଚଣ୍ଡୀ |
- Aiṇṭhā chaṇdī (ଦେ.ବି.) - ଅଇଣ୍ଠାଚଣ୍ଡର ସ୍ତ୍ରୀଲିଙ୍ଗ Feminine of Aiṇṭhāchaṇḍa.
- (ପୁ) - Aiṇṭhā chaṇda ଅଇଣ୍ଠା ଚଣ୍ଡ
|
| 18 |
ଅଇଣ୍ଠାଜାଦୁ |
Also [ ଅଇଣ୍ଠା ଦାଦୁ ] | Category : [ Disease ]
- Aiṇṭhā jādu (ଦେ.ବି.) - ଟଙ୍କା ପଇସା ଆକୃତିର ମନ୍ଦା ମନ୍ଦା କ୍ଷୁଦ୍ର ଦଦ୍ରୁ ରୋଗବିଶେଷ A kind of ringworm appearing on the body in small circular rings.
|
| 19 |
ଅଇଣ୍ଠାପତ୍ର |
- Aiṇṭhā patra (ଦେ.ବି.) - ଯେଉଁ ପତ୍ର କୌଣସି ବ୍ୟକ୍ତି ଅନ୍ନାଦି ଭୋଜନ କରିସାରି ଛାଡ଼ିଯାଇଥାଏ। The leaf (used for a plate) left by a person after finishing his meal which was served on it).
|
| 20 |
ଅଇଣ୍ଠାପୋଛା |
- Aiṇṭhā pochhā (ଦେ.ବି.) - ଅଇଣ୍ଠା ପୋଛିବା କର୍ମ The cleansing of a place where one has taken his meal.
|