| 11 |
ଅଇଛିଣି |
Also : [ ଅଇଛୁଣି, ଅଇଛିଣିକା, ଅଇଛୁଣିକା ଅଇଛିଣି ]
- Aichhiṇi (ଗ୍ରା.) -ଏହିକ୍ଷଣି now
|
| 12 |
ଅଇଣ୍ଠା |
- Aiṇṭhā (ଦେ.ବି.) - ଖାଦ୍ୟ ପାତ୍ରରେ ବଳି ପଡ଼ିଥିବା ଭୁକ୍ତାବଶିଷ୍ଟ ଖାଦ୍ୟ Orts; the remains of a meal.
- ଯେଉଁ ଖାଦ୍ୟବସ୍ତୁର କେତେକ ଅଂଶ ପୂର୍ବରୁ ଖିଆ ହୋଇଅଛି Food, part of which has already been partaken of.
- ଖାଇ ସାରିବା ପରେ ଖାଇବା ସ୍ଥାନରେ ପଡ଼ିଥିବା ପତ୍ର ବା ବାସନ ଓ ତହିଁ ନିକଟରେ ବିଞ୍ଚି ହୋଇ ପଡ଼ିଥିବା ଖାଦ୍ୟ ଦ୍ରବ୍ୟର କଣାମାନ Particles of food and the plate left after a meal.
- (ପ୍ରାଦେ.) - (ଗଡ଼ଜାତ) ବି. ରାଜାଙ୍କ ଅଇଣ୍ଠା ଉଠାଇବା ଭୃତ୍ୟ A servant who sweeps the place where a Raja has taken his meals.
- (ଗ୍ରା.ବି.) - ଆପର୍ତ୍ତିଆଣି ପୁରୁଷ ଓ ସ୍ତ୍ରୀର ନାମ ବିଶେଷ A name given to a male or female whose elders had died before he was born.
- (ଦେ.ବିଣ.) - ଉଚ୍ଛିଷ୍ଟ, ଭୁକ୍ତାବଶିଷ୍ଟ (ଖାଦ୍ୟ) (food) Left after a meal.
- ପୂର୍ବରୁ ଅଂଶତଃ ଭୁକ୍ତ (ପଦାର୍ଥ) (food) of which a part has been eaten.
- ଖାଇବା ପରେ ଖାଇବା ସ୍ଥାନରେ ପଡ଼ି ରହିଥିବା (ଖାଦ୍ୟପାତ୍ର, ପତ୍ର ଓ ଖାଦ୍ୟର କଣା) (plate or particle of food) Left at the place where a person took his meal.
- ତୁଣ୍ଡ ବା ପାଟିଦ୍ୱାରା ସ୍ପୃଷ୍ଟ। Touched by the mouth.
- ଖାଇ ସାରିବା ପରେ ଧୁଆ ହୋଇ ନଥିବା (ମୁହଁ ବା ହାତ) (mouth or hand) Unwashed after a meal.
- ଯେଉଁ ଲୋକ ଖାଇବା ପରେ ମୁହଁ ହାତ ଧୋଇ ନ ଥାଏ (person) Who has not washed his face and hands after meal.
- ଉଚ୍ଛିଷ୍ଟ ଖାଦ୍ୟ କଣା ଯହିଁରେ ଲାଗିଥାଏ (ଯଥା, ବାସନ) (plate) Having particles of orts still sticking to it.
|
| 13 |
ଅଇଣ୍ଠାଖାଈ |
- Aiṇṭhā khāī (ଦେ.ବିଣ) - (ସ୍ତ୍ରୀ), (ଗାଳି) ଅଇଣ୍ଠାଖିଆର ସ୍ତ୍ରୀଲିଙ୍ଗ Feminine of Aiṇṭhā khiā.
|
| 14 |
ଅଇଣ୍ଠାଖିଆ |
- Aiṇṭhā khiā (ଦେ.ବି) - ପରର ଉଚ୍ଛିଷ୍ଟ ଭୋଜନ
Act of eating the leavings of another's dish.
- (ଲକ୍ଷଣାର୍ଥ) କୌଣସି ଘୃଣିତ କର୍ମକରଣ।
Doing of any hateful act
- (ଦେ.ବିଣ.) - (ଗାଳି) ପରର ଉଚ୍ଛିଷ୍ଟଭୋଜୀ
(a person) Who eats the leavings of another
- (ଗାଳି) ପରଦ୍ୱାରା ପାଳିତ, ଅନ୍ନଦାସ, ପରାନ୍ନଭୋଜୀ।
Toady; hanger-on; depending on another for maintenance; slavishly dependent on another.
- (ଗାଳି) ନିନ୍ଦିତ କର୍ମକାରୀ
Doing a hateful act.
|
| 15 |
ଅଇଣ୍ଠାଚଟା |
- Aiṇthā chaṭā (ଦେ.ବି.) - (ଗାଳି) ପରର ଉଚ୍ଛିଷ୍ଟ ଭୋଜନ। Act of eating the leavings of another's dish.
- (ଲକ୍ଷଣାର୍ଥ) କୌଣସି ଘୃଣିତ କର୍ମକରଣ। Doing of any hateful act.
|