| 156 |
ଅକଡ଼ା ଅକଡ଼ି |
- Akaṟḍ̠ā akaṟḍ̠i (ଦେ.ବି.) - ଦୁଇ ଜଣ ପରସ୍ପର ଜିଦି ଧରିବା ଯୋଗୁଁ କେହି କାହାରି କଥାରେ ରାଜି ନ ହେବା Mutual obstinacy.
- ଦୁଇଜଣ ପରସ୍ପରକୁ ଅକଳରେ ପକାଇବା। Putting each other into queer predicament.
- (ଦେ.ବିଣ) - ପରସ୍ପରକୁ ଅକଳରେ ପକାଉଥିବା Inconveniencing each other.
|
| 157 |
ଅକଡ଼ାଇବା |
- Akaṟḍ̠āibā ( ଦେ.କ୍ରି) - ଅସୁବିଧାରେ ପକାଇବା To put a person into inconvenience.
- ଅନ୍ୟକୁ ବିପଦରେ ପକାଇବା To put a person to difficulty or danger.
- କୌଣସି ବ୍ୟକ୍ତିକୁ ଅନାୟତ୍ତ ବା କାବୁ କରିବା। To corner a person; to render a person helpless.
- ଏକାଜିଦି ଧରି ବସିବା; ଅଡ଼ିବା To persist in anything.
- (ଜାତିଭାଇମାନେ କୌଣସି ବ୍ୟକ୍ତିକୁ) ବାସନ୍ଦ କରିବା; ସମାଜରୁ ଅଟକ କରିବା To excommunicate a person.
|
| 158 |
ଅକଣ୍ଟ |
- Akaṇṭa (ଦେ.ବିଣ.) - ଅକଳନ; ଅଗଣନ Countless.
- ଅମାପ Immeasurable.
- ଯାହାକୁ ପୂର୍ବରୁ କେହି କଣ୍ଟ କରି ନାହିଁ Unestimated.
- ଯାହା ମାପ କରା ଯାଇ ନାହିଁ Unmeasured.
|
| 159 |
ଅକଣ୍ଟକ |
- Akaṇṭaka (ସଂ. ବିଣ.) - ଯହିଁରେ କଣ୍ଟା ନାହିଁ; କଣ୍ଟକହୀନ; ନିଷ୍କଣ୍ଟକ Thornless. (ଯଥା—ଅକଣ୍ଟକ ବୃକ୍ଷ।)
- ଶତ୍ରୁରହିତ Foeless, having no enemy.
- ପ୍ରତିଦ୍ୱନ୍ଦିରହିତ Having no rival.
- ନିର୍ବିଘ୍ନ Unobstructed.
- ନିରୁପଦ୍ରବ Freefrom complications.
|
| 160 |
ଅକଣ୍ଟା |
Also [ ଅକଣ୍ଟ, କଣ୍ଟକହୀନ ]
- Akaṇṭaka ସଂ. ବିଣ. (ବହୁବ୍ରୀହି; ଅ+କଣ୍ଟକ)। ଯହିଁରେ କଣ୍ଟା ନାହିଁ; କଣ୍ଟକହୀନ; ନିଷ୍କଣ୍ଟକ। Thornless. (ଯଥା—ଅକଣ୍ଟକ ବୃକ୍ଷ।)
- ଶତ୍ରୁରହିତ Foeless, having no enemy.
- ପ୍ରତିଦ୍ୱନ୍ଦିରହିତ Having no rival.
- ନିର୍ବିଘ୍ନ Unobstructed.
- ନିରୁପଦ୍ରବ Freefrom complications.
- (ଗ୍ରା) ଅକଳିତ, ଅପରିମିତ Countless, Immeasurable. ଯଥା (ଅକଣ୍ଟା ପାଣି)
|