| 221 |
ଅକଳଙ୍କୀ |
- Akaḻaṅkī (ଦେ.ବିଣ.) - ଯେଉଁ ଧାତୁମୟ ପଦାର୍ଥରେ କଳଙ୍କି ବା ଜଙ୍ଗ୍ ଲାଗି ନାହିଁ Unrusted; not rusty.
- ନିର୍ଦ୍ଦୋଷ, ଅନିନ୍ଦ୍ୟ Blameless, taintless
|
| 222 |
ଅକଳନ |
Also [ ଅକଳଣ, ଅକଳଣା ]
- Akaḻana (ସଂ.ବିଣ.) - (ନାହିଁ କଳନା ଯାହାର) ଅଗଣ୍ୟ; ଅସଂଖ୍ୟ Countless; innumerable.
- ଅପରିମିତ Immeasurable.
- ଅସୀମ Limitless, boundless.
- ଅତ୍ୟଧିକ Excessive.
|
| 223 |
ଅକଳଥାନ |
- Akaḻathāna (ଦେ.ବି.) - ଅସୁବିଧାଜନକ ସ୍ଥାନ Incovenient place.
- ଦେହର ଗୁପ୍ତାଙ୍ଗ Any private part of the body.
- ଦେହର ମର୍ମସ୍ଥାନ Any vulnerable part of the body.
- ଯେଉଁ ସ୍ଥାନକୁ ହାତ ପାଏ ନାହିଁ A place beyond reach.
|
| 224 |
ଅକଳା ଅକଳି |
Also [ ଅକଡ଼ା ଅକଡ଼ି ]
- Akaḻā akaḻi (ଦେ.ବି.) - ଦୁଇଜଣ ପରସ୍ପରକୁ ଅସୁବିଧାରେ ପକାଇବା କର୍ମ Putting each other into inconvenience.
|
| 225 |
ଅକଳିହା |
- Akaḻihā (ଦେ.ବିଣ.) - ଯେ କଳହପ୍ରିୟ ନୁହେ Not quarrelsome.
- ଶାନ୍ତିପ୍ରିୟ Peace-loving.
|