| 276 |
ଅକାତରେ |
Also [ ଅକାତରରେ ]
- Akātare (ଦେ. କ୍ରି. ବିଣ.) - ନିଃସନ୍ଦେହରୂପେ Unhesitatingly; without hesitation.
- ନିଃଶଙ୍କଚିତ୍ତରେ Fearlessly; without fear. ପ୍ରେମେ ବଶ ହୋଇ କେତେ ରସବତୀ / ଅକାତରେ ଜଳେ ଅନଳେ ପଶନ୍ତି। ରାଧାନାଥ, ନନ୍ଦିକେଶ୍ୱରୀ।
- ଅବ୍ୟାକୁଳିତଚିତ୍ତରେ Freely; at ease.
- କାର୍ପଣ୍ୟରହିତରୂପେ (ଦାନ କରିବା) Liberally.
- ଅନାୟାସରେ Easily.
|
| 277 |
ଅକାନବିନ୍ଧି |
Also [ (ଅବିଦ୍ଧକର୍ଣ୍ଣୀ, ଅକାନବିନ୍ଦି, ଅକାନବିନ୍ଦୁ, ଅକାନମିନି ]
- Akānabindhi (ଦେ.ବି.) - ଔଷଧରେ ବ୍ୟବହୃତ ଗୁଳୁଚି ପରି ଲମ୍ବ ଓ ଗୁଳୁଚିଠାରୁ ସରୁ ଲତା ବିଶେଷ A kind of medicinal creeper; cissampelos pareira; Stephania hernandifolia; cissampelox hexandra.
|
| 278 |
ଅକାବକା |
Also : [ ଅକ୍କାବକ୍କା ]
- Akābakā (ଦେ.ବିଣ.) - ନିର୍ବୋଧ; ବୋକା; ଓଲୁ Foolish.
- ନିର୍ବୋଧ ଓ ମୂକ Foolish and dumb.
- କିଂକର୍ତ୍ତବ୍ୟବିମୂଢ଼; ଘାବରା Astounded; bewildered.
- ଅବାକ୍ Made speechless.
- ଆଶ୍ଚର୍ଯ୍ୟାନ୍ୱିତ Astonished.
|
| 279 |
ଅକାବୁ |
- Akābu (ଦେ.ବିଣ.) - ଅନାୟତ୍ତ; ନିରାଶ୍ରୟ Helpless; put to an inextricable plight.
- ଅକ୍ଷମ; ଶକ୍ତିହୀନ Powerless.
- ଆପଣାର ଶକ୍ତିର ବହିର୍ଭୂତ Beyond one's powe.
|
| 280 |
ଅକାମ |
- Akāma (ସଂ.ବିଣ.) - କାମନାରହିତ; ନିଷ୍ପୃହ Free from desires.
- କାମପ୍ରବୃତ୍ତିରହିତ Free from amour.
- କାମନାରାହିତ୍ୟ Absence of desire.
- (ଦେ.ବି) - ଅକରଣୀୟ; ଅନାଚରଣୀୟ; ଅକର୍ତ୍ତବ୍ୟ; ଯାହା କରିବା ଅନୁଚିତ Improper.
- (ଦେ. ବିଣ) - ଅକାମିକା; ନିଷ୍ପ୍ରୟୋଜନ Useless.
- ନିକମା, ନିଷ୍କର୍ମା Unemployed.
- ଅଳସୁଆIdle; lazy.
|