| 286 |
ଅକାମ୍ୟ |
- Akāmya (ସଂ.ବିଣ.) - କାମନାବିରହିତ (କର୍ମ); ଫଳପ୍ରାପ୍ତିର ଆଶା ନ ରଖି ଅନୁଷ୍ଠିତ (କର୍ମ) (act) Done without any ulterior motive.
- ନିଃସ୍ୱାର୍ଥ (କର୍ମ) Unselfish (act).
- ଅନଭିଳଷଣୀୟ Undesirable.
- ଅନଭିପ୍ରେତ Not intended.
|
| 287 |
ଅକାୟ |
- Akāya (ସଂ.ବିଣ.) - ଅଦେହ; ଅବୟବହୀନ Incorporeal.
- ନିରାକାର Having no form or shape.
- ଯାହାର ଗଣ୍ଡି ନାହିଁ Trunkless.
- (ସଂ.ବି.) - ପରମାତ୍ମା The Supreme Spirit; the Quintessence.
- (ଜ୍ୟୋତିଷ) ରାହୁଗ୍ରହ The ascending node, the Dragon's head.
|
| 288 |
ଅକାର |
- Akāra (ସଂ.ବି.) - 'ଅ' ଅକ୍ଷର; ଅ ବର୍ଣ୍ଣ; ଆଦ୍ୟସ୍ୱରବର୍ଣ୍ଣ The letter ଅ (A).
- 'ଅ' ସ୍ୱରର ଧ୍ୱନି The sound of the letter ଅ (A).
- ଲୁପ୍ତ ଅକାର; ଖଣ୍ଡ ଅକାର ଯଥା -ଽ The sign indicating the presence of silent ଅ (A).
- (ଦେ.ବି.) - [ ଧ୍ୱନ୍ୟନୁକରଣ—ବମନ କଲାବେଳେ ବା ବମନୋପକ୍ରମ ହେଲେ କଣ୍ଠରୁ 'ଅ' 'ଅ' ଧ୍ୱନି ବାହାରିବାରୁ; କିମ୍ବା ସଂ. ଉଦ୍ଗାର ] ବମନ; ବାନ୍ତି Vomiting.
- ବମନୋପକ୍ରମ Tendency of vomiting.
|
| 289 |
ଅକାରଜ |
- Akāraja (ଗ୍ରା.ବି.) - ମନ୍ଦକାର୍ଯ୍ୟ; କୁକର୍ମ Evil act.
- ଅନୁପକାର; ଅପକାର Positive evil.
- କ୍ଷତି Loss.
- କର୍ମର ଅଭାବ Want of action
|
| 290 |
ଅକାରଣ |
Also [ ଅକାରଣେ, ଅକାରଣରେ ]
- Akāraṇa (ସଂ.ବିଣ.) - କାରଣବିହୀନ Causeless.
- ବୃଥା; ନିରର୍ଥକ Useless; needless.
- ନିଷ୍ଫଳ Fruitless; vain.
- ଉଦ୍ଦେଶ୍ୟହୀନ Aimless.
- (ଦେ.କ୍ରି. ବିଣ.) - ବିନାକାରଣରେ Without any cause, origin or reason.
- ତୁଚ୍ଛାରେ; ବୃଥାରେ In vain; for nothing.
- ନିରର୍ଥକ Uselessly.
- ଉଦ୍ଦେଶ୍ୟଶୂନ୍ୟ ଭାବରେ Aimlessly.
- ପ୍ରୟୋଜନଶୂନ୍ୟ ଭାବରେ Needlessly.
- (ଦେ.ବି.) - ଅପର୍ତ୍ତିଆଣିଙ୍କୁ ଦିଆଯିବା ନାମ A name given to a boy whose elder brother or sister died before he was born.
|