| 3176 |
ଅନାସ୍ବାଦ |
- Anāswāda (ସଂ.ବି.) - ସ୍ୱାଦହୀନତା Insipidity; want of taste.
- ସ୍ୱାଦହୀନ Tasteless; insipid.
|
| 3177 |
ଅନାସ୍ବାଦିତ |
- Anāswādita (ସଂ.ବିଣ.) - ଯାହାକୁ କେହି ଚାଖି ନ ଥାଏ Not tasted by any one.
- ଚଖା ହୋଇ ନ ଥିବା Untasted.
|
| 3178 |
ଅନାହତ |
- Anāhata (ସଂ.ବିଣ.) - ଆଘାତପ୍ରାପ୍ତ ହୋଇ ନ ଥିବା Unbeaten; unhurt.
- ଅକ୍ଷତ Unwounded.
- ଅସ୍ପୃଷ୍ଟ Untouched.
- ଖଣ୍ଡିଆ ହୋଇ ନ ଥିବା Intact.
- ନୂଆ ଏବଂ ଅଧୁଆ; କୋରା (ଲୁଗା) New and unbleached (cloth)
- ତଟକା; ନୂଆ New; fresh.
- ବିନା ଆଘାତରେ ଜାତ; ଆଘାତ ନ ପାଇ ଅନ୍ୟ ଉପାୟରେ ଜାତ Produced otherwise than by beating; produced without any stroke.
- ଅଗୁଣିତ; ଗୁଣନ କରା ଯାଇ ନ ଥିବା Unmultiplied.
- (ସଂ.ବି.) - ଧୂଆ ହୋଇ ନ ଥିବା ନୂଆ ଲୁଗା; କୋରାଲୁଗା Unbleached new cloth.
- (ତନ୍ତ୍ର) ଶରୀରରେ କଳ୍ପିତ ଷଟ୍ଚକ୍ର ମଧ୍ୟରୁ ହୃଦୟରେ କଳ୍ପିତ ଚତୁର୍ଥ ଚକ୍ର ବା ଦ୍ୱାଦଶ ଦଳପଦ୍ମ (tantra) The 4th of the six circles imagined inside the body which resembles a twelve petalled lotus and exists in the heart.
- (ଦେ.ବି.) - ଅନାହତନାଦ; ଓଁକାର The mystic syllable 'Om'.
|
| 3179 |
ଅନାହତଚକ୍ର |
- Anāhatachakra (ଦେ.ବି.) - ଧୂଆ ହୋଇ ନ ଥିବା ନୂଆ ଲୁଗା; କୋରାଲୁଗା Unbleached new cloth.
- (ତନ୍ତ୍ର) ଶରୀରରେ କଳ୍ପିତ ଷଟ୍ଚକ୍ର ମଧ୍ୟରୁ ହୃଦୟରେ କଳ୍ପିତ ଚତୁର୍ଥ ଚକ୍ର ବା ଦ୍ୱାଦଶ ଦଳପଦ୍ମ (tantra) The 4th of the six circles imagined inside the body which resembles a twelve petalled lotus and exists in the heart.
- (ଦେ.ବି.) - ଅନାହତନାଦ; ଓଁକାର The mystic syllable 'Om'.
|
| 3180 |
ଅନାହତନାଦ |
Also : [ ଅନାହତଧ୍ବନି ]
- Anāhatanāda (ସଂ.ବି.) - ବିନା ଆଘାତରେ ହୃଦୟ ମଧ୍ୟରେ ଜନ୍ମିବା ଧ୍ୱନି A sound produced otherwise than by beating.
- ପ୍ରଣବ; ଓଁକାର The mystic syllable 'Om'.
- ଶୂନ୍ୟଶବ୍ଦ; ଶୂନ୍ୟରୁ ଶୁଣାଯିବା ଶବ୍ଦ A sound occasionlly heard from no where.
[ ଦ୍ର ] ହୃଦୟସ୍ଥ ଅନାହତ ଚକ୍ରରୁ 'ଓଁ' ରୂପକ ଯେଉଁ ବ୍ରହ୍ମମୟ ଧ୍ୱନି ବାହାରେ ତାକୁ 'ଅନାହତନାଦ' କହନ୍ତି।
|