| 51 |
ଅଉଲ୍ |
- (Aul [synonym(s): ବୈଦେ. ବିଣ) ପ୍ରଥମ ଶ୍ରେଣୀୟ Of first class.
- ଶ୍ରେଷ୍ଠ, ସର୍ବୋତ୍କୃଷ୍ଟ Excellent.
- ସର୍ବୋତ୍ତମ Best of all.
- ମୌଳିକ Original.
- ଅସଲ୍, ଖାଣ୍ଟି Genuine.
- ସର୍ବାଦୌ ଘଟିଥିବା That which happened in the beginning.
- ପୂର୍ବେ ଘଟିଥିବା Prior.
- (ବୈଦେ. ବି) ଆରମ୍ଭ, ଆଦ୍ୟ Beginning.
|
| 52 |
ଅଉଲ୍ ଆଖର୍ |
- Aul ākhar [synonym(s): (ବୈଦେ. କ୍ରି. ବି.) ଆରମ୍ଭରୁ ଶେଷ ପର୍ଯ୍ୟନ୍ତ। From beginning to end.
- ପ୍ରଥମଠାରୁ ଶେଷ ପର୍ଯ୍ୟନ୍ତ From first to last
|
| 53 |
ଅଉଲ୍ କିସମ୍ |
- Aul kisam (ବୈଦେ. ବି. (ଆ. ଅବଲ୍+ଆ. କିସ୍ମ୍) - ପ୍ରଥମ ଶ୍ରେଣୀ First class.
- ଉତ୍କୃଷ୍ଟ ପ୍ରକାର Excellent kind.
|
| 54 |
ଅଉଲ୍ ଜମି |
- Aul jami [synonym(s): (ବୈଦେ. ବି.) - ଫଳୋତ୍ପୋଦନ ବିଷୟରେ ସର୍ବୋତ୍କୃଷ୍ଟ ଜମି। Best productive land.
- ଶ୍ରେଣୀବିଭାଗ ଅନୁସାରେ ପ୍ରଥମ ଶ୍ରେଣୀର ଜମି First class land.
[ଦ୍ର] ଇଂରେଜ ସରକାର 1842 ସାଲରେ ଓଡ଼ିଶାର ଭୂରାଜସ୍ୱ ବନ୍ଦୋବସ୍ତ କରିବା ସମୟରେ ଜମିର ଉତ୍ପାଦିକା ଶକ୍ତି ତୁଳନାରେ ଜମିମାନଙ୍କୁ କେତେଗୁଡ଼ିଏ ଶ୍ରେଣୀରେ ବିଭକ୍ତ କରି ତଦନୁସାରେ ଖଜଣା ଧାର୍ଯ୍ୟ କରିଥିଳେ। ଏ ଶ୍ରେଣୀବିଭାଗମାନ ଆରବୀ ଓ ଫରାସୀ ଶବ୍ଦଦ୍ୱାରା ଚିହ୍ନିତ ହୋଇଥିଲା:— ପ୍ରଥମ ଶ୍ରେଣୀ—ଅଉଲ୍; ଦ୍ୱିତୀୟ ଶ୍ରେଣୀ—ଦୋୟମ୍; ତୃତୀୟ ଶ୍ରେଣୀ—ସୋୟମ୍; ଚତୁର୍ଥ ଶ୍ରେଣୀ—ଚାହାରମ୍। ଅଉଲ ଜମି ଚବିଶ ଦସ୍ତି ପଦିକା ଏକମାଣ (1 ଏକର) ଉପରେ ଟ 6। ଖଜଣା ଧାର୍ୟ୍ୟ କରାଯାଇଥିଲା।]
|
| 55 |
ଅଉଲ୍ ନମ୍ବର |
- Aul nambar [synonym(s): (ବୈଦେ. ବି.) ଶ୍ରେଣୀ ବିଭାଗରେ ସର୍ବୋତ୍କୃଷ୍ଟ ସ୍ଥାନ ବା ସଂଖ୍ୟା। First class; Class A.
- ସର୍ବୋତ୍କୃଷ୍ଟ ଶ୍ରେଣୀର Of first class.
- ସର୍ବୋତ୍କୃଷ୍ଟ Excellent.
|