View Page

Category

ss

cat1

cat2

Dictionary : View_page

ID Main Word Content
101 ଅଂଶୁକ
  1. Aṁṡuka (ସଂ. ବିଣ.) - ଦୀପ୍ତିମାନ୍ Bright
  2. କିରଣ Rays. 
  3. ଦୀପ୍ତି; ତେଜ Lustre; radiance.
  4. ବସ୍ତ୍ର; ଲୁଗା Cloth. 
  5. ସୂକ୍ଷ୍ମ ବସ୍ତ୍ର; ସରୁ ଲୁଗା Fine cloth. 
  6. ଉତ୍ତରୀୟ; ଚାଦର Sheet; scarf worn on the shoulders.
  7. ଶୁକ୍ଳ ବସ୍ତ୍ର White cloth. 
  8. ତେଜପତ୍ର Cassia leaf.
102 ଅଂଶୁକାୟ
  1. Aṁṡukāya (ଅଂଶୁକାୟା—ସ୍ତ୍ରୀ) (ସଂ. ବିଣ.) - ଯେଉଁ ଜୀବମାନଙ୍କ ଦେହରୁ ଦୀପ୍ତି ବା ତେଜ ବାହାରେ Efflorescent; phosphorescent (animals) emitting rays. 
  2. ଦେହରୁ ଆଲୋକ ବିକୀର୍ଣ୍ଣ ହେଉଥିବା ଜୀବ। (ଯଥା -ଜୁଳୁଜୁଳିଆ ପୋକ, ପ୍ରବାଳ କୀଟ, ସାମୁଦ୍ରିକ ତାରା ମତ୍ସ୍ୟ।) Luminous-bodied animals (e.g. firefly, coral insect, starfish).
103 ଅଂଶୁଜାଳ
  1. Aṁṡujāḻa ସଂ. ବି. (ଷଷ୍ଠୀ ତତ୍) - କିରଣସମୂହ Rays
104 ଅଂଶୁଧର
  1. Aṁṡudhara (ଅଂଶୁଧରା—ସ୍ତ୍ରୀ) ସଂ. ବି. - ସୂର୍ଯ୍ୟ The sun.
  2. (ନାମ) ସୂର୍ଯ୍ୟବଂଶୀୟ ଅସମଞ୍ଜ ରାଜା Name of a king of the Solar dynasty.
  3. ଯେ କିରଣକୁ ଧାରଣ କରେ ବା ବହନ କରେ carrying rays; bearing rays.
105 ଅଂଶୁପଟ୍ଟ
  1. Aṁṡupatṭa (ସଂ.ବି.) - (ମଧ୍ୟପଦଲୋପୀ କର୍ମଧାରୟ; ଅଂଶୁନିର୍ମ୍ମିତ ପଟ୍ଟ) - ପାଟ ଲୁଗା; ରେଶମୀ ଲୁଗା Silken cloth.
Page 21 of 661



Advertisement

sksk