View Page

Category

ss

cat1

cat2

Dictionary : View_page

ID Main Word Content
116 ଅଂଶୁହସ୍ତ
  1. Aṁṡuhasta (ସଂ.ବି.) -  କିରଣ ଅଟେ ହସ୍ତ ପରି ଯାହାର) ସୂର୍ଯ୍ୟ The sun.
117 ଅଂଶୁଦକ
  1. Aṁṡudaka (ସଂ.ବି.) - ଯେଉଁ (ଜଳାଶୟର) ଜଳରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଜ୍ୟୋତ୍ସ୍ନା ସମ୍ପୂର୍ଣରୂପେ ପଡ଼େ ଓ ଯହିଁରେ ଜଳ ନିର୍ମଳ Water of a tank which gets sun's & moon's rays freely.
118 ଅଂଶ୍ୟ

Also [ ଅଂଶନୀୟ]

  1. Aṁṡya (ସଂ. ବିଣ.) ବିଭାଜନୀୟ; ବିଭାଜ୍ୟ; ଭାଗ କରିବାର ଯୋଗ୍ୟ; ଯାହାକୁ ଭାଗ କରାଯାଇପାରେ  Partible; fit to be partitioned; divisible.
119 ଅଂଶ୍ୟମାନ
  1. Aṁṡyamāna (ସଂ. ବିଣ.) - ବିଭାଜ୍ୟମାନ; ଯାହାକୁ ଭାଗ କରା ଯାଉଅଛି That which is being partitioned or divided into shares.
120 ଅଂସ
  1. Aṁsa (ସଂ. ବି.) - ସ୍କନ୍ଧ; କାନ୍ଧ Shoulder.
    [ ଦ୍ର ] ବାହୁମୂଳ ଓ ବେକପାଖ ମଧ୍ୟରେ ଥିବା ଅର୍ଦ୍ଧାଙ୍ଗୁଳପରିମିତ ପେଶୀଯୁକ୍ତ ଅଂଶକୁ ଅଂସ ବୋଲାଯାଏ। 
  2. ଅନ୍‌ସଧାତୁ=ବାଣ୍ଟିବା+କର୍ମ. ଅ) ଅଂଶ; ଭାଗ; ହିଂସା  share. 
  3. ବିଭାଗ; ବଣ୍ଟନ Partitioning
Page 24 of 661



Advertisement

sksk