| 3241 |
ଅନିମିଷ |
- Animisha (ସଂ.ବିଣ.) - ନିର୍ମିମେଷ; ପଲକଶୂନ୍ୟ; ଯାହା ଆଖିରେ ପଲକ ପଡ଼େ ନାହିଁ Unwinking (person).
- ପଲକ ପଡ଼ୁ ନ ଥିବା (ଆଖି) Unwinking (eye).
- ହୁସିଆର; ଅତି ସତର୍କ Vigilant; watchful.
- ଖୋଲାଥିବା; ମେଲାଥିବା (ଆଖି ବା ଫୁଲ) Open (eye or flower).
- (ସଂ.ବି.) - (ଏମାନଙ୍କ ଚକ୍ଷୁ ପଲକହୀନ ଥିବାରୁ) ଦେବ; ଦେବତା A God. (ଏଣୁ ତୋ ନାମ ଅନିମିଷ, ନମସ୍ତେ ଅନାଦି ପୁରୁଷ। - ଜଗନ୍ନାଥ ଦାସ, ଭାଗବତ)
- ମତ୍ସ୍ୟ Fish.
- ଅତି ସୂକ୍ଷ୍ମକାଳବିଭାଗ Minutest division of time.
|
| 3242 |
ଅନିମିଷାକ୍ଷ |
- Animishāksha (ସଂ.ବିଣ.) - ଯାହା ଆଖିରେ ପଲକ ପଡ଼େ ନାହି One whose eyes are fixed.
- ପଲକହୀନ ଦୃଷ୍ଟିରେ ଚାହିଁଥିବା Looking steadily.
|
| 3243 |
ଅନିମିଷାଚାର୍ଯ୍ୟ |
- Animishāchārj̄ya (ସଂ.ବି.) - ଦେବଗୁରୁ; ବୃହସ୍ପତି Name of Bṛuhaspati the preceptor of the gods.
|
| 3244 |
ଅନିମେଷ |
Also : [ ଅନିମିଷ ]
- Animesha (ସଂ.ବି.) - ନିର୍ମିମେଷ; ପଲକଶୂନ୍ୟ; ଯାହା ଆଖିରେ ପଲକ ପଡ଼େ ନାହିଁ Unwinking (person).
- ପଲକ ପଡ଼ୁ ନ ଥିବା (ଆଖି) Unwinking (eye).
- ହୁସିଆର; ଅତି ସତର୍କ Vigilant; watchful.
- ଖୋଲାଥିବା; ମେଲାଥିବା (ଆଖି ବା ଫୁଲ) Open (eye or flower).
- (ସଂ.ବି.) - (ଏମାନଙ୍କ ଚକ୍ଷୁ ପଲକହୀନ ଥିବାରୁ) ଦେବ; ଦେବତା A God. (ଏଣୁ ତୋ ନାମ ଅନିମିଷ, ନମସ୍ତେ ଅନାଦି ପୁରୁଷ। - ଜଗନ୍ନାଥ ଦାସ, ଭାଗବତ)
- ମତ୍ସ୍ୟ Fish.
- ଅତି ସୂକ୍ଷ୍ମକାଳବିଭାଗ Minutest division of time.
|
| 3245 |
ଅନିୟତ |
- Aniyata (ସଂ.ବିଣ.) - ଅନିୟନ୍ତ୍ରିତ Not regulated; uncontrolled.
- ଅବାଧ Unrestrained.
- ଅନିୟମିତ Irregular.
- ସାମୟିକ; ଅନିର୍ଦ୍ଦିଷ୍ଟ ସମୟରେ ଘଟୁଥିବା Casual; incidental.
- ଅନିଶ୍ଚିତ; ଅନିର୍ଦ୍ଦିଷ୍ଟ Unfixed; indeterminate, indefinite; uncertain.
- ପରିବର୍ତ୍ତନଶୀଳ Changing.
- ଅସ୍ଥାୟୀ Not permanent.
|