| 3261 |
ଅନିର୍ବଚନୀୟ |
- Anirbachanīya (ସଂ.ବିଣ.) - ଅବର୍ଣ୍ଣନୀୟ; ଯାହା ବର୍ଣ୍ଣନା କରାଯାଇ- ନ ପାରେ Indescribable.
- ଅକଥନୀୟ Unutterable; unspeakable.
- ଯାହା ବାକ୍ୟ ଦ୍ୱାରା ପ୍ରକାଶ କରାଯାଇ ନ ପାରେ Inexpressible.
- ଯାହା ଉଲ୍ଲେଖ କରିବା ଅନୁଚିତ Not be mentioned.
- ଯାହା ବାକ୍ୟ ଦ୍ୱାରା ବୁଝାଇ ଦିଆ ଯାଇ ନପାରେ Inexplicable.
|
| 3262 |
ଅନିର୍ବାଚ୍ୟ |
Also : [ ଅନିର୍ବଚନୀୟ ]
- Anirbāchya (ସଂ.ବିଣ.) - ବର୍ଣ୍ଣନୀୟ; ଯାହା ବର୍ଣ୍ଣନା କରାଯାଇ- ନ ପାରେ Indescribable.
- ଅକଥନୀୟ Unutterable; unspeakable.
|
| 3263 |
ଅନିର୍ବର୍ତ୍ୟମାନ |
- Anirbartyamāna (ସଂ.ବିଣ.) - ଯାହାର ସମାପ୍ତି କରାଯାଉ ନାହିଁ (ଶେଷ କରାନଯିବା) Not being brought to a close.
|
| 3264 |
ଅନିର୍ବାଣ |
- Anirbāna (ସଂ.ବିଣ.) - ଯାହା ଲିଭି ନାହିଁ Inextinguished.
- ଯାହାକୁ ଲିଭା ଯାଇ ପାରେ ନାହିଁ Inextinguishable; unquenchable.
- ଯାହା ଲିଭେ ନାହିଁ; ସର୍ବଦା ଜଳୁଥିବା Ever-burning.
- ଅସ୍ନାତ; ମଜ୍ଜନ ରହିତ Unbathed.
|
| 3265 |
ଅନିର୍ବାଦ |
- Anirbāda (ସଂ.ବି.) - ବିବାଦର ଅଭାବ Absence of dispute.
- ଅବଜ୍ଞା ନ କରିବା Absence of disregard.
|