View Page

Category

ss

cat1

cat2

Dictionary : View_page

ID Main Word Content
336 ଅକୁ
  1. Aku (ବୈଦେ. ବି.) - (କଚିରିଆ ଭାଷା)  ଉକୁ; ମକଦମା ସମ୍ପର୍କୀୟ ଘଟନା Occurrence.
  2. ମକଦମାର ଘଟନା ଘଟିଥିବା ସ୍ଥାନ Scene or place of occurrence.
  3. ଅପରାଧ Offence; misdeed.
337 ଅକୁଟା
  1. Akuṭā (ଦେ.ବିଣ.)ଯାହା କୁଟ୍ଟିତ ହୋଇ ନାହିଁ; ଯାହା ଢିଙ୍କି, ହିମାମଦିସ୍ତା ଆଦି କୁଟିବା ଯନ୍ତ୍ରରେ କୁଟା ବା ଛେଚା ହୋଇ ନାହିଁ Unhusked; not pressed. (ଯଥା - ଅକୁଟା ଧାନ, ଅକୁଟା ଚୂନ।)
338 ଅକୁଣ୍ଠ
  1. Akuṇṭha (ସଂ.ବିଣ.)ଯାହା ଦନ୍ଥଡ଼ା ହୋଇ ନାହିଁ; ତୀକ୍ଷ୍ଣ Not blunted; sharp.
  2. ସଙ୍କୋଚରହିତ Unhesitating; free from hesitation.
  3. ଅଶଙ୍କିତ Dauntless.
  4. ଅସଙ୍କୁଚିତ Not contracted. 
  5. ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇ ନାହିଁ Not worn out.
  6. ଅନତ Unbent.
  7. ଅକ୍ଷୁବ୍ଧ Unagitated.
  8. ପ୍ରତିଭାନ୍ୱିତ Talented
  9. ସତେଜ Vigorous
  10. ସର୍ବଦା ତଟକା Ever fresh 
  11. ଅନନ୍ତକାଳସ୍ଥାୟୀ Eternal
  • (ଅକୁଣ୍ଠା - ସ୍ତ୍ରୀ)
339 ଅକୁଣ୍ଠିତ

Also : [ ଅକୁଣ୍ଠ ]

  1. Akuṇṭhita (ସଂ.ବିଣ.)ଯାହା ଦନ୍ଥଡ଼ା ହୋଇ ନାହିଁ; ତୀକ୍ଷ୍ଣ Not blunted; sharp.
  2. ସଙ୍କୋଚରହିତ Unhesitating; free from hesitation.
  3. ଅଶଙ୍କିତ Dauntless.
  4. ଅସଙ୍କୁଚିତ Not contracted. 
  5. ଯାହା ଜୀର୍ଣ୍ଣଶୀର୍ଣ୍ଣ ହୋଇ ନାହିଁ Not worn out.
  6. ଅନତ Unbent.
  7. ଅକ୍ଷୁବ୍ଧ Unagitated.
  8. ପ୍ରତିଭାନ୍ୱିତ Talented
  9. ସତେଜ Vigorous
  10. ସର୍ବଦା ତଟକା Ever fresh 
  11. ଅନନ୍ତକାଳସ୍ଥାୟୀ Eternal
  • (ଅକୁଣ୍ଠିତା- ସ୍ତ୍ରୀ)
340 ଅକୁତାର୍ଥ

Also : [ ଅକୃତାର୍ଥ ]

  1. Akutārtha (ଗ୍ରା.ବିଣ.) - ନଗଣ୍ୟ Insignificant.
  2. ହେୟ Despicable.
  • (ଅକୁତାର୍ଥୀ / ଅକୃତାର୍ଥୀ - ସ୍ତ୍ରୀ)
Page 68 of 661



Advertisement

sksk