| 341 |
ଅକୁତୋଭୟ |
- Akutobhaya (ସଂ.ବିଣ.) - ଯେଉଁ ବ୍ୟକ୍ତିର ଅନ୍ୟ କାହାରିଠାରୁ ବା କେଉଁ ସ୍ଥାନରୁ ଭୟର ଆଶଙ୍କା ନାହିଁ Having nothing or nobody to fear from; having no fear from any quarter; secure.
- ନିଃଶଙ୍କ; ନିର୍ଭୟ Undaunted; fearless.
- (ବି.) ଅକୁତୋଭୟତା
|
| 342 |
ଅକୁପ୍ୟ |
- Akupya (ସଂ.ବି.) - ସୁନା ଓ ରୁପା Gold and silver.
- ସୁନା ରୁପା ଛଡ଼ା ନିକୃଷ୍ଟ ଧାତୁ Base metal
|
| 343 |
ଅକୁମାରୀ |
- Akumārī (ସଂ.ବିଣ.) - ବିବାହିତା (ବାଳିକା)। Married (girl.)
- (ସଂ.ବି.) ଦଶ ବର୍ଷ ବୟସ୍କା ବାଳିକା A girl of ten years of age.
|
| 344 |
ଅକୁଳ |
Also : [ ଅକୁଳା ]
- Akuḻa (ସଂ. ବି.) - ନୀଚକୁଳ; ହୀନବଂଶ Low family.
- (ସଂ.ବିଣ.) - (ବହୁବ୍ରୀହି) ନୀଚବଂଶୀୟ; ଅକୁଳୀନ; ଯେ ଉଚ୍ଚବଂଶୀୟ ନୁହେଁ Not of good family.
- ଯାହାର କୁଳ ବା ବଂଶରେ କେହି ନାହିଁ; ନିର୍ବଂଶ Heirless.
- (ଦେ.ବିଣ.) -ଯାହାର ବଂଶର ଠିକଣା ନାହିଁ One whose geneology cannot be traced; of unknown descent.
- ଯେ ନିଜର କୁଳ ବା ସମାଜରୁ ବାହାରି ଯାଇଅଛି One who has forsaken his family; run away.
- କୁଳ ବା ସମାଜରୁ ବହିଷ୍କୃତ; ସମାଜଚ୍ୟୁତ Excommunicated.
- ଯେ ନିଜର କୁଳାଚାର ପରିତ୍ୟାଗ କରିଛି One who has forsaken his family usages.
- (ଅକୁଳା - ସ୍ତ୍ରୀ)
- (ଅକୁଳୀ - ସ୍ତ୍ରୀ)
|
| 345 |
ଅକୁଳନ |
Also : [ ଅକୁଳାଣ, ଅକୁଳାନ,ଅକୁଲାଣ ]
- Akuḻana (ସଂ.ବି.) - ଅଭାବ; ନିଅଣ୍ଟ; ନ ଅଣ୍ଟିବା Inadequacy; deficiency; insuffcience.
- (ଦେ.ବିଣ) - ନଅଣ୍ଟ Insufficient; inadequate.
|