| 76 |
ଅଂଶନୀୟ |
- Aṁṡanīya (ସଂ. ବିଣ.) ବିଭାଜନୀୟ; ବିଭାଜ୍ୟ; ଭାଗ କରିବାର ଯୋଗ୍ୟ; ଯାହାକୁ ଭାଗ କରାଯାଇପାରେ Partible; fit to be partitioned; divisible.
|
| 77 |
ଅଂଶପ୍ରାର୍ଥୀ |
- Aṁṡaprārthī (ଅଂଶପ୍ରାର୍ଥିନୀ—ସ୍ତ୍ରୀ) (ସଂ. ବିଣ.) ଯେଉଁ ବ୍ୟକ୍ତି କୌଣସି ବସ୍ତୁର ଅଂଶ ବା ଭାଗ ପାଇବାକୁ ପ୍ରାର୍ଥନା କରେ Praying for a share in a property.
|
| 78 |
ଅଂଶବଂଶ |
- Aṁṡabaṁṡa [synonym(s): (ଦେ.ବି.) କୌଣସି ବ୍ୟକ୍ତିର ସଗୋତ୍ର ଓ ଅସଗୋତ୍ର ବଂଶଧରଗଣ All the descendants of a person, both lineal and collateral.
- କୌଣସି ବ୍ୟକ୍ତିର କୌଣସି ବଂଶଧର Any lineal descendant of a person.
- କୌଣସି ବିଷୟର ଚିହ୍ନ ମାତ୍ର Any trace left of any matter.
|
| 79 |
ଅଂଶଭାଗୀ |
Also [ [ ଅଂଶଭାକ୍, ଅଂଶଭାଜ୍ ]
- Aṁṡabhāgī (ଅଂଶଭାଗିନୀ—ସ୍ତ୍ରୀ) (ସଂ. ବିଣ.) ଯାହାର କୌଣସି ପଦାର୍ଥରେ ଭାଗ ଅଛି। Possessing or having a share in any property.
|
| 80 |
ଅଂଶମାନ |
- Aṁṡamāna (ଅଂଶମାନା—ସ୍ତ୍ରୀ) (ସଂ. ବିଣ). ଯେ ଆପଣାର ଭାଗ ବଣ୍ଟରା କରି ନେଇଅଛି One who has already taken his share in apportionment.
|