| 191 |
ଅକରୋଟୀ |
- Akarōṭī (ସଂ. ବିଣ.) - ଯେଉଁ ପ୍ରାଣୀମାନଙ୍କର ମୁଣ୍ଡର ଖପୁରିର ସମ୍ପୂର୍ଣ୍ଣ ବା ଆଂଶିକ ଅଭାବ ଥାଏ Acrania; (animals) Having no skull or with unperfect skull.
|
| 192 |
ଅକର୍ଣ୍ଣ |
- Akarṇṇa (ସଂ.ବିଣ.) - ବଧିର; କାଲ Hard of hearing; deaf.
- ଯେଉଁ ଡଙ୍ଗାର ଶୁକାନୀ ବା ମଙ୍ଗଧରା ନାହିଁ Rudderless (boat)
- କର୍ଣ୍ଣ-ରାଜା-ଶୂନ୍ୟ (ଦେଶ) (Country) Devoid of king Karṇṇa.
- ସର୍ପ; ସାପ—Serpent.
|
| 193 |
ଅକର୍ତପ |
Also [ ଅକରତବ୍, ଅକରତବ୍ୟ, ଅକର୍ତବ୍, ଅକର୍ତ୍ତବ୍ୟ ]
- Akaratap (ଗ୍ରା.ବି.) - ଅସାମର୍ଥ୍ୟ Inability
- ଅକ୍ଷମତା; କ୍ଷମତାହୀନତା; ଶକ୍ତିହୀନତା State of powerlessness.
- ଳହୀନତା; ଦୁର୍ବଳତା Extreme weakness.
- ଆଶ୍ରୟହୀନତା Helplessness.
- ଧନହୀନତା Poverty.
- ଉପାୟାନ୍ତରରହିତ Resourceless.
- ଅକ୍ଷମ; କ୍ଷମତାହୀନ Powerless.
- ଅସମର୍ଥ Unable.
- ବଳହୀନ weak.
- ଧନହୀନ Poor.
- ଆଶ୍ରୟହୀନ Helpless.
|
| 194 |
ଅକର୍ତ୍ତନ |
- Akarttana (ସଂ.ବିଣ.) - ଖର୍ବ; ବାମନ; ଠୁରା Dwarfish.
- ଅକର୍ତ୍ତିତ; ଅକଟା Uncut.
- ଯେଉଁ ପଦାର୍ଥରୁ କୌଣସି ଅଂଶ କାଢ଼ି ନିଆଯାଇ ନାହିଁ Undiminished.
|
| 195 |
ଅକର୍ତ୍ତବ୍ୟ |
Also [ ଅକରତପ୍, ଅକରତବ୍ ]
- Akarttabya (ସଂ.ବିଣ.) - ଅନୁଚିତ; ଅବିଧେୟ Improper.
|