| 241 |
ଅକଶ ରଖିବା |
- Akaṡa rakhibā (ଦେ.କ୍ରି) - କୌଣସି ବ୍ୟକ୍ତି ଉପରେ ଭବିଷ୍ୟତରେ ଦାଉ ସାଧିବାପାଇଁ ମନରେ ପାଞ୍ଚିବା। To have a grudge against a person.
|
| 242 |
ଅକଶା |
- Akaṡā (ଦେ.ବିଣ) - ଯେଉଁ ଘୋଡ଼ାରେ ଜିନ୍ କଶା ଯାଇ ନଥାଏ Unsaddled horse.
- ଯେଉଁ ଅଙ୍କ କଶା ହୋଇ ନାହିଁ Unsolved. (Arithmetical sum).
- ଯେଉଁ ପରିବା ତେଲ ବା ଘିଅରେ କଶା ହୋଇ ନ ଥାଏ Unfried (vegitable).
- ଯେଉଁ ଦଉଡ଼ି ଦୃଢ଼ରୂପେ ଟଣା ହୋଇ ବନ୍ଧା ହୋଇ ନଥାଏ Untightened (rope).
- ଯେଉଁ ବାଉଁଶ, ବେତ ବା ଲଇ କିଛିଦିନ ପାଣିରେ ବତୁରା ହୋଇ ନ ଥାଏ Unseasoned (bamboo or cane).
|
| 243 |
ଅକଷ୍ଟ |
- Akashṭa (ସଂ.ବିଣ.) - କଷ୍ଟରହିତ; କ୍ଳେଶହୀନ Painless; free from trouble.
- ସହଜ Easy.
- ସ୍ୱାଭାବିକ Natural
|
| 244 |
ଅକଷ୍ଟକଳ୍ପନା |
- Akashṭakaḻpanā (ସଂ.ବି.) - ସ୍ୱାଭାବିକ କଳ୍ପନା। Natural imagination.
- ଯେଉଁ କଳ୍ପନା ବା ରଚନା କରିବାକୁ ଲେଖକ ବା କବିଙ୍କୁ କିଛିମାତ୍ର ଆୟାସ ସ୍ୱୀକାର କରିବାକୁ ପଡ଼ି ନ ଥାଏ। 2. Any composition in which the writer has not taken trouble.
|
| 245 |
ଅକଷ୍ଟବଦ୍ଧ |
- Akashṭabaddha (ସଂ.ବିଣ) - (ଯାହାଠାରୁ ବଳି କଷ୍ଟ ବନ୍ଧନ ନାହିଁ) ଅପ୍ରତିକାର୍ଯ୍ୟ Irremediable.
- ଅତିଶୟ କଷ୍ଟରେ ପତିତ Fallen in great trouble.
- ଅପ୍ରତିହାର୍ଯ୍ୟ ବିପଦ Irremediable danger; unavoidable danger.
- ଅତି ଦୁଃଖ Great grief; misery.
|