| 251 |
ଅକା |
- Akā (ଦେ.ବିଣ.) - ନିର୍ବୋଧ; ଓଲୁ Foolish; stupid.
- କିଂକର୍ତ୍ତବ୍ୟବିମୂଢ଼ Bewildered.
- ଆତଙ୍କଯୁକ୍ତ Astounded.
- (ଦେ.ବି.) ନାମ - ଆସାମର ପାର୍ବତ୍ୟ ଅନାର୍ଯ୍ୟଜାତ ବିଶେଷ Name of an Assamese hill tribe.
|
| 252 |
ଅକାଇଲ୍ |
Also [ ଅକାଇଲା, ଅକାଇଲି ]
- Akāil (ଦେ.ବିଣ.) - ଯେଉଁ ଲୋକ ଆପଣାର ଦୋଷ ସ୍ୱୀକାର କରେ ନାହିଁ ବା କାଇଲ୍ ମାନେ ନାହିଁ (a person) Who does not admit his or her own guilt or fault.
- ନିର୍ଦ୍ଦୋଷ; ଯେଉଁ ଲୋକ ଦୋଷ କରେ ନାହିଁ Faultless; innocent.
- (ଦେ.ବି) - ଅଦୋଷ; ଦୋଷର ଅଭାବ Absence of fault.
|
| 253 |
ଅକାଉଲି |
- Akāuli (ଦେ.ବିଣ) - ଧୀର; ଧୈର୍ଯ୍ୟଶାଳୀ Patient.
- ସ୍ଥିର Calm; quiet.
|
| 254 |
ଅକାଖେଲ୍ |
- Akākhel (ଦେ.ବି.) - ଭାରତର ଉତ୍ତର ପଶ୍ଚିମ ସୀମାନ୍ତର ବାହାରେ ଆଫଗାନିସ୍ଥାନରେ ବାସ କରୁଥିବା ମୁଷଳମାନ ଜାତିବିଶେଷ Name of a predatory tribe of Mahomedans beyond the north western frontier of India.
|
| 255 |
ଅକାଟ |
- Akāṭa (ଦେ.ବିଣ.) - ଅଖଣ୍ଡନୀୟ (ଯୁକ୍ତି) Irrefutable.
- ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା ଅଚ୍ଛେଦ୍ୟ ବା ଅଭେଦ୍ୟ (ଶରୀର) Invulnerable (body).
- ଯେଉଁ ଶର ଅନ୍ୟ ଶରଦ୍ୱାରା କାଟି ହୋଇ ନ ପାରେ (an arrow) Which can not be cut or baffled by any other arrow.
- ଅମୋଘ (ଅସ୍ତ୍ରାଦି) Infallible; unfailing.
|