| 301 |
ଅକାଳକୁସୁମ |
- Akāḻakusuma (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅକାଳଜାତ କୁସୁମ।) ଫୁଟିବା ଋତୁ ଛଡ଼ା ଅନ୍ୟ ଋତୁରେ ଫୁଟିବା ଫୁଲ A flower blossoming out of its season; untimely flower.
|
| 302 |
ଅକାଳ ଚଡ଼କ |
- Akāḻa chaṟḍ̠aka (ଦେ.ବି.) - ଅଋତୁରେ ପଡ଼ିବା ବଜ୍ର Thunderbolt falling untimely.
- (ଲକ୍ଷଣାର୍ଥ) ଆକସ୍ମିକ ବିପଦ A sudden mishap.
|
| 303 |
ଅକାଳ ଛତରା |
- Akāḻa chhatarā (ଗ୍ରା.ବିଣ.) - ଯେଉଁ ବ୍ୟକ୍ତି ଦୁର୍ଭିକ୍ଷ ସମୟରେ ପେଟ ବିକଳରେ ଅନ୍ନସତ୍ରରେ ଖାଏ; ଅର୍ଥାତ୍ 'ଛତରରେ ପଶେ'; ଛତରଖିଆ। (a form of abuse) A person who takes his meal in a public kitchen opened during a famine.
|
| 304 |
ଅକାଳଜ |
- Akāḻaja (ସଂ.ବିଣ.) - ଅସମୟରେ ଜାତ Born untimely.
- ଗର୍ଭକାଳ ପୂର୍ଣ୍ଣ ନ ହେଉଣୁ ମାତୃଗର୍ଭରୁ ଜାତ (ସନ୍ତାନ) (child) Born before full time.
- ଅଋତୁରେ ଉତ୍ପନ୍ନ Unseasonabl
|
| 305 |
ଅକାଳଜଳଦୋଦୟ |
- Akāḻajaḻadodaya (ସଂ.ବି.) - ଅଦିନରେ ମେଘ ଉଠାଇବା; ବର୍ଷାଋତୁ ଛଡ଼ା ଅନ୍ୟ ଋତୁରେ ମେଘ ଉଠାଇବା The rising of cloud out of season; unseasonable rising of clouds.
- କୁହୁଡ଼ି Fog; mist.
|