View Page

Category

ss

cat1

cat2

Dictionary : View_page

ID Main Word Content
311 ଅକାଳ ବିଆଣ
  1. Akāḻa biāṇa (ଗ୍ରା.ବି.) - ମାତାର ଗର୍ଭଧାରଣର ଦଶ ମାସ ନ ହେଉଣୁ ସନ୍ତାନୋତ୍ପାଦନ A mother's bringing forth of children before the full conception period is over. 
  2. ମାତାର ଗର୍ଭ ଧାରଣ କରିବାର ଉପଯୁକ୍ତ ବୟସ ନ ହେଉଣୁ ସନ୍ତାନୋତ୍ପାଦନ A mother's giving birth to children while she is too young.
  3. ମାତାର ଗର୍ଭଧାରଣ କରିବାର ବୟସ ଟପି ଗଲା ପରେ ବାର୍ଦ୍ଧକ୍ୟରେ ସନ୍ତାନୋତ୍ପାଦନ  A mother's bringing forth of children when she is too old.
  4. ଅକାଳଜ ସନ୍ତାନ  A child born before the full conception period.
312 ଅକାଳ ବିଆଣୀ
  1. Akāḻabiāṇī  (ଗ୍ରା.ବିଣ) - ଗର୍ଭଧାରଣର ମାସ ନ ପୁରୁଣୁ ଯେଉଁ ସ୍ତ୍ରୀ ସନ୍ତାନ ପ୍ରସବ କରେ (a woman) Bearing children before the full conception-period is over.
  2. ଅତି ବାଲ୍ୟାବସ୍ଥାରେ ଶିଶୁ ପ୍ରସବକାରିଣୀ  (a mother) Bearing children while she is too young to conceive.
  3. ଅତି ବୃଦ୍ଧାବସ୍ଥାରେ ଶିଶୁ ପ୍ରସବକାରିଣୀ।  (a mother) Bearing children while she is past the child-bearing age.
313 ଅକାଳବୃଷ୍ଟି
  1. Akāḻabṛushṭi (ସଂ.ବି.) - ଅଦିନ ବରଷା; ବର୍ଷାଋତୁ (ଆଷାଢ଼, ଶ୍ରାବଣ) ଛଡ଼ା ଅନ୍ୟ ଋତୁରେ ହେବା ବରଷା Unseasonable rain; rain occuring out of the rains.
  2. (ଦେ.ବି.) - ପୁଷ, ମାଘ, ଫଗୁଣ ଓ ଚୈତ୍ର ମାସରେ ହେବା ବହୁ ଜଳ ବୃଷ୍ଟି Copious rainfall during the months of Pusha, Māgha, Phaguṇa and cha̲i̱tra.
314 ଅକାଳବୋଧନ
  1. Akāḻabodhana (ସଂ.ବି.)ଶୋଇବାର ନିର୍ଦ୍ଧିଷ୍ଟ ସମୟରେ କିମ୍ବା ମନୁଷ୍ୟ ଶୋଇଥିବା ଅବସ୍ଥାରେ ତାହାକୁ ନିଦରୁ ଉଠାଇବା The rousing of a person from sleep at an unusual hour of the night or while he is fast asleep. 
  2. ଅନିର୍ଦ୍ଧାରିତ ସମୟ ମଧ୍ୟରେ ଦେବତାଙ୍କର ପହଡ଼ ଭଙ୍ଗାଇବା The rousing of a Deity or Idol at an unusual hour when the Idol is supposed to be taking rest. 
315 ଅକାଳମରଣ
  1. Akāḻamaraṇa (ସଂ.ବି.) - ପୂର୍ଣ୍ଣାୟୁଃ ପୂର୍ବରୁ ମରଣ; ଅଳ୍ପେଇସି ଯିବା Untimely death; death at an unusually young age.
  2. ଅପମୃତ୍ୟୁ Unnatural death. (ଯଥା - ସର୍ପାଘାତ, ବଜ୍ରପାତ, ଉବ୍ଦନ୍ଧନ, ମଜ୍ଜନ, ହତ୍ୟା ଆଦି ଜନିତ ମୃତ୍ୟୁ।)
  3. ଦୁର୍ଭିକ୍ଷ ସମୟରେ ରୋଗ ବା ଅନାହାରରେ ମୃତ୍ୟୁ  Death due to starvation or disease during a famine.
  4. ଶାସ୍ତ୍ର ଅନୁସାରେ ଅଶୁଦ୍ଧ କାଳରେ ମୃତ୍ୟୁ Death at a particular unholy time. (ଯଥା - ଅକାଳମୃତ ବ୍ୟକ୍ତିକୁ ପୁଷ୍କର ଦୋଷ ଲାଗେ।)
Page 63 of 661



Advertisement

sksk