View Page

Category

ss

cat1

cat2

Dictionary : View_page

ID Main Word Content
316 ଅକାଳଯୋଗୀ
  1. Akāḻaj̄ogī (ଦେ.ବି.)ଯେଉଁ ବ୍ୟକ୍ତି ଅଳ୍ପ ବୟସରେ ବା ଯୁବାବସ୍ଥାରେ ଗୃହ ତ୍ୟାଗ କରି ସନ୍ନ୍ୟାସ ଅବଲମ୍ବନ କରେ; ଗୃହତ୍ୟାଗୀ ଯୁବକ A person who turns anchorite while very young. 
  2. ଦେଶରେ ଅକାଳ ବା ଦୁର୍ଭିକ୍ଷ ପଡ଼ିବାରୁ ଘରେ ଖାଇବାର ସମ୍ବଳ ନ ଥିବାରୁ ଯେଉଁ ବ୍ୟକ୍ତି ଖାଦ୍ୟ ପାଇବା ପାଇଁ ଯୋଗୀ ବା ସନ୍ନ୍ୟାସୀର ଭେକ ଧରିଥାଏ A person who assumes the garb of an anchorite in famine-time. 
317 ଅକାଳରସବ୍ୟଞ୍ଜନା
  1. Akāḻarasabyan̄janā (ସଂ.ବି.) -   (ଅଳଙ୍କାର ଶାସ୍ତ୍ର)  ରସବର୍ଣ୍ଣନା ସମ୍ବନ୍ଧୀୟ ରଚନାଦୋଷବିଶେଷ। (Rhetoric) A short of defect in composition.

    [ ଦ୍ର ] ଯେଉଁ ସମୟରେ ଯେଉଁ ରସ ବ୍ୟକ୍ତ କଲେ, ବିରୁଦ୍ଧ ଭାବ ଉଦୟ ହୁଏ, ସେହି ସମୟରେ ଉକ୍ତ ବିରୁଦ୍ଧ ରସର ଅବତାରଣା ବା ଉଲ୍ଲେଖକୁ ଅକାଳରସବ୍ୟଞ୍ଜନା ବୋଲାଯାଏ।]
318 ଅକାଳସହ
  1. Akāḻasaha  (ସଂ.ବିଣ.)ଯେଉଁ ବ୍ୟକ୍ତି ବିଳମ୍ବ ସହି ପାରେ ନାହିଁ; ଅସମ୍ଭାଳ; ଅଧୀର Person) Not brooking delay; impatient; unable to bide one's time.
  2. ଯେଉଁ ବସ୍ତୁ (ଯଥା - ପାଚିଲା ଫଳ; କଞ୍ଚା ଦୁଧ; ରନ୍ଧା ଭାତ; ତିଅଣ) ବେଶି କାଳ ରହିଗଲେ ବ୍ୟବହାରର ଅଯୋଗ୍ୟ, ବିକୃତ ବା ପୋଚିଆ ହୋଇଯାଏ  (thing) Which becomes spoiled if not used soon.
  3. ଯେଉଁ ବିଷୟ ବିଳମ୍ବ ଘଟିଲେ ନଷ୍ଟ ହୁଏ  (matter) Which does not admit of any delay.
  4. ଯେଉଁ ପଦାର୍ଥ ବହୁକାଳସ୍ଥାୟୀ ବା ସହନଶୀଳ ନୁହେ Unable to hold out long.
  • (ଅକାଳସହା -ସ୍ତ୍ରୀ)
319 ଅକାଳିଆ

Also : [ ଅକାଳିକା; ଅକାଳୀୟ ]

  1. Akāḻiā  (ଦେ.ବିଣ.) -ଅକାଳରେ ଘଟିବା Unseasonable; untimely. 
  2. ଅସମୟରେ ଉପସ୍ଥିତ Arriving at an inopportune time. (ଯଥା—ଘରେ ସମସ୍ତେ ଖିଆପିଆ ସାରିବା ପରେ ଆସି ପହଞ୍ଚିଯିବା ଉପବାସୀ ବନ୍ଧୁ)
320 ଅକାଳିକ
  1. Akāḻika (ସଂ.ବିଣ.)ଅସାମୟିକ Unseasonable; untimely.
  2. ଅକାଳସମ୍ବନ୍ଧୀୟ Relating to akāḻa.
Page 64 of 661



Advertisement

sksk