| 306 |
ଅକାଳଝଡ଼ା |
- Akāḻajhaṟḍ̠ā (ଦେ.ବିଣ.) - ଯେଉଁ ଫଳ ପୂର୍ଣ୍ଣରୂପେ ପକ୍ୱ ବା ପୁଷ୍ଟ ହେବା ପୂର୍ବରୁ ଗଛରୁ ଝଡ଼ି ପଡ଼େ; କେଞ୍ଚୁଡ଼ି ଅବସ୍ଥାରେ ଗଛରୁ ଝଡ଼ି ପଡ଼ିବା (ଫଳ)। (fruit) Fallen from the tree before it is ripe.
|
| 307 |
ଅକାଳପକ୍ବ |
Also [ ଅକାଳପକ୍ୱତା ]
- Akāḻapakwa (ସଂ.ବିଣ.) - ଅସମୟରେ ପାଚିଥିବା (ଫଳ) (fruit) Ripened before time.
- ଯେଉଁ କଞ୍ଚା ଫଳକୁ (ଯଥା—କାଠିଆକଦଳୀ, ଆମ୍ବ, ପଣସ) କୁତ୍ରିମ ଉପାୟରେ (ଯଥା—ଖରା ଦେଇ, ଧୁଆଁ ଦେଇ, ଗୋଇଠା ମାରି) ପଚାଇ ଦିଆଯାଏ (young fruit) Made ripen by the employment of artificial means.
- (ଲକ୍ଷଣାର୍ଥ) ବାଲ୍ୟ ବା ଯୁବାକାଳରେ ବୃଦ୍ଧ ଓ ଜ୍ଞାନୀ ବ୍ୟକ୍ତି ପରି ଆଚରଣକାରୀ (ବ୍ୟକ୍ତି) (a young man) Conducting himself like an older and wiser man; untimely wise.
- (ଲକ୍ଷଣାର୍ଥ) ସାଂସାରିକ ଅନୁଭବ ନ ଥାଇ କେବଳ ପୁସ୍ତକ ପାଠରୁ ଜ୍ଞାନ ଲାଭ କରି ବୃଦ୍ଧ ଓ ଅନୁଭବୀ ପରି ଆଚରଣକାରୀ (ଯୁବକ) (a young man) Conducting himself like a wise old man by means of theoretical knowledge derived from book-lore.
|
| 308 |
ଅକାଳ ପୁରୁଷ |
- Akāḻa purusha (ଦେ.ବି.) - ଶିଖମାନଙ୍କ ପୂଜିତ ଆଦିପୁରୁଷ; ପରମେଶ୍ୱର The name by which the sikhs worship God.
|
| 309 |
ଅକାଳପୋଷା |
- Akāḻaposhā (ଦେ.ବିଣ.) - ଅକାଳ ବା ଦୁର୍ଭିକ୍ଷ କାଳରେ ଯେଉଁ ବ୍ୟକ୍ତି ଦୁଃସ୍ଥ ବ୍ୟକ୍ତିମାନଙ୍କୁ ଆହାର ଦେଇ ପୋଷନ୍ତି ବା ପାଳନ୍ତି (a person) Maintaining the poor in times of scarcity of famine.
|
| 310 |
ଅକାଳଫଳ |
Also : [ ଅକାଳଜାତ ଫଳ, ଅକାଳକୁଷ୍ମାଣ୍ଡ ]
- Akāḻaphaḻa (ସଂ.ବି.) - ଫଳିବା ଋତୁ ଛଡ଼ା ଅନ୍ୟ ଋତୁରେ ଫଳିବା ଫଳ Fruit growing out of season; untimely fruit.
- (ଲକ୍ଷଣାର୍ଥ) ପିତାମାତାଙ୍କର ସନ୍ତାନୋତ୍ପାଦିକା ଶକ୍ତି ପୂର୍ଣ୍ଣରୂପେ ଲାଭ ନ ହେଉଣୁ ସେମାନଙ୍କଠାରୁ ଜନ୍ମିବା ସନ୍ତାନ An offspring of undeveloped parents.
- (ଲକ୍ଷଣାର୍ଥ) ପିତାମାତାଙ୍କର ବଳିଷ୍ଠ ସନ୍ତାନ ଉତ୍ପାଦନ କରିବା ଶକ୍ତି ଲୋପ ହେବା ପରେ ଅର୍ଥାତ୍ ବାର୍ଦ୍ଧକ୍ୟରେ ତାଙ୍କଠାରୁ ଜାତ ସନ୍ତାନ An offspring of decrepit or worn out parents.
- (ଲକ୍ଷଣାର୍ଥ) ଗର୍ଭ ଧାରଣର ଦଶ ମାସ ପୂର୍ଣ୍ଣ ନ ହେଉଣୁ ଜନ୍ମିବା ପିଲା An offspring born before the full period of conception
|