| 386 |
ଅକ୍ତିଆରନାମା |
Also : [ ଇଖିତିଆର୍ନାମାହ୍ ]
- Aktiārnāmā (ବୈଦେ. ବି.) - କୌଣସି କର୍ଯ୍ୟ ଚଳାଇବା ପାଇଁ ଅନ୍ୟ ବ୍ୟକ୍ତିକୁ ଦିଆଯିବା କ୍ଷମତାପତ୍ର Power of attorney.
|
| 387 |
ଅକ୍ତିଆରୀ |
- Aktiārī (ବୈଦେ. ବିଣ.) - [ କଚିରିଆ ଭାଷା ]- ଆପଣାର ଅଧୀନ Under one's control.
- ବଶୀଭୂତ Brought under control; suborned; gained over.
|
| 388 |
ଅକ୍ତିଆରୀ ସାକ୍ଷୀ |
- Aktiārī sākshī (ଦେ.ବି.) - [ କଚିରିଆ ଭାଷା ] ଯେଉଁ ସାକ୍ଷୀ ଅପର ପକ୍ଷର ବଶୀଭୂତ ହୋଇ ସ୍ୱପକ୍ଷ ବିରୁଦ୍ଧରେ ସାକ୍ଷ ଦିଏ A witness who has been gained over by the opposite party.
- ଯେଉଁ ସାକ୍ଷୀ ନିଜ ପକ୍ଷର ସମ୍ପୂର୍ଣ୍ଣ ଅଧୀନ A witness who is under the control of his party.
|
| 389 |
ଅକ୍ରତୁ |
- Akratu (ସଂ.ବିଣ.) - (ବୈଦିକ) ଶକ୍ତିରହିତ Devoid of energy or power
- ଯଜ୍ଞହୀନ One who does not perform Vedic rites.
- ସଂକଳ୍ପରହିତ Devoid of resolution or determination
|
| 390 |
ଅକ୍ରମ |
- Akrama (ସଂ.ବିଣ.) - କ୍ରମ ବା ନିୟମରହିତ; ଅନିୟମିତ Irregular; disorderly; unmethodical.
- ପାଦରହିତ Having no legs.
- ଯୁଗପତ୍ କୃତ ବା ଘଟିତ Simultaneous.
- ଲେଉଟ ପାଉଟ; ଗୋଳମାଳିଆ Confused.
- (ସଂ.ବି.) - କ୍ରମର ଅଭାବ; ନିୟମର ଅଭାବ Want of regularity or order.
- ଅନିୟମ Irregularity.
|