| 391 |
ଅକ୍ରମଣୀୟ |
- Akramaṇīya (ସଂ.ବି.) - ଅଲଙ୍ଘନୀୟ Unavoidable.
- ଯାହାକୁ ମନୁଷ୍ୟ ପାରି ହୋଇ ପାରେ ନାହିଁ That which cannot be crossed over.
- ଅଗମ୍ୟ Impassable.
|
| 392 |
ଅକ୍ରମତା |
- Akramatā (ସଂ.ବି.) - [ ଅଳଙ୍କାର ଶାସ୍ତ୍ର ] ବାକ୍ୟଦୋଷ ବିଶେଷ; ଯେଉଁ ବାକ୍ୟରେ ଶବ୍ଦ ବିନ୍ୟାସର କ୍ରମ ନ ଥାଏ Want of sequence (in Rhetoric) - A defect in composition where sequence is not followed.
|
| 393 |
ଅକ୍ରାନ୍ତ |
- Akrānta (ସଂ.ବି.) - ଯାହାକୁ କେହି ବଳି ନାହିଁ Unsurpassed.
- ଅଜିତ Unconquered.
- ଯାହା ଉପରେ କେହି ଯାଇ ନାହିଁ Unpassed.
- (ସଂ.ବି) - ବାଇଗଣ Egg plant
|
| 394 |
ଅକ୍ରିୟ |
- Akriya (ସଂ.ବିଣ.) - ନିଷ୍କ୍ରିୟ; ସର୍ବକର୍ମଶୁନ୍ୟ। Doing no action.
- କ୍ରିୟାକର୍ମରହିତ Inactive.
- ଅଧାର୍ମିକ; ଧର୍ମକର୍ମରହିତ Irreligious; impious.
- କୁକ୍ରିୟାରତ Engaged in evilacts.
- (ସଂ.ବି.) - (ସର୍ବକର୍ମଶୂନ୍ୟ, ନିଷ୍କ୍ରିୟ ଥିବାରୁ) ପରମାତ୍ମା The Supreme soul.
|
| 395 |
ଅକ୍ରିୟା |
- Akriyā (ସଂ.ବି.) - କର୍ତ୍ତବ୍ୟ ପାଳନରେ ତ୍ରୁଟି Neglect of duty
- କାର୍ଯ୍ୟର ଅଭାବ; ନିଷ୍କ୍ରିୟତା nactivity.
- ଅନୁଚିତ କର୍ମ Improper act.
- କୁକର୍ମ; କୁତ୍ସିତ ଆଚରଣ Evil act.
- (ସଂ.ବିଣ.) - ଅକ୍ରିୟର ସ୍ତ୍ରୀ ଲିଙ୍ଗ Feminine of Akriya.
|